Weather Report: ଦିଲ୍ଲୀରେ ହୋଇଥିବା ବର୍ଷା ପରେ ଆଜି ଆକାଶ ସ୍ପଷ୍ଟ ହୋଇଛି। କୁହୁଡି ଘେରରୁ ଦିଲ୍ଲୀକୁ ଆଶ୍ୱସ୍ତି ମିଳିଛି।ତେବେ ଶୀତଳ ତରଙ୍ଗ ଏପର୍ଯ୍ୟନ୍ତ ଦିଲ୍ଲୀର ଲୋକଙ୍କୁ ଛାଡି ନାହିଁ। ଏବେ ଉତ୍ତର ଭାରତରେ ଥଣ୍ଡା ଜାରି ରହିଥିବା ଦେଖିବାକୁ। ଅନ୍ୟପକ୍ଷରେ ପର୍ବତାଞ୍ଚଳରେ ତୁଷାରପାତ ଜାରି ରହିଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେବା ପରେ ସମତଳ ଅଞ୍ଚଳରେ ପାଗ ଥଣ୍ଡା ଅନୁଭୂତ ହେଉଛି। କାଶ୍ମୀର-ହିମାଚଳରେ ତୁଷାରପାତ ହେତୁ ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଥଣ୍ଡା ବୃଦ୍ଧି ପାଇଛି। ଶୀତଳର ଲହର ଯୋଗୁଁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଆଇଏମଡି ଅନୁଯାୟୀ, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ତାପମାତ୍ରା ହ୍ରାସ ପାଇପାରେ।


COMMERCIAL BREAK
SCROLL TO CONTINUE READING

ଆଗାମୀ ଦିନରେ କେମିତି ରହିବ ପାଗ?


ପାଣିପାଗ ରିପୋର୍ଟ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ତେଲେଙ୍ଗାନାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଫେବୃଆରୀ ୧୧ରେ ଆଣ୍ଡାମାନ ଏବଂ ନିକୋବରରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଏଥି ସହିତ ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ ଏବଂ ଛତିଶଗଡରେ ୧୧ ରୁ ୧୪ ଫେବୃଆରୀ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।



କେଉଁଠାରେ ବର୍ଷା ହେବ?


ଏହା ବ୍ୟତୀତ କେନ୍ଦ୍ରୀୟ ମହାରାଷ୍ଟ୍ର ଏବଂ ମରାଠୱାଡା, ୧୧ ଏବଂ ୧୨ ଫେବୃଆରୀରେ ଓଡିଶାରେ ଏବଂ ୧୧ ରୁ ୧୨ ଫେବୃଆରୀ ମଧ୍ୟରେ ୟୁପି, ଝାଡଖଣ୍ଡ ଏବଂ ବିହାରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି। ଏଥି ସହିତ, ଫେବୃଆରୀ ୧୩ ରୁ ୧୫ ତାରିଖ ମଧ୍ୟରେ ସିକିମର ଗ୍ୟାଙ୍ଗଟକ୍ ଓ ପଶ୍ଚିମବଙ୍ଗରେ ବର୍ଷା ହେବାର ସମ୍ଭାବନା ରହିଛି।


କେଉଁ ରାଜ୍ୟରେ ବଜ୍ରପାତ ହେବ?


ଏହା ବ୍ୟତୀତ ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ ଏବଂ ଛତିଶଗଡରେ ଫେବୃଆରୀ ୧୧ ରୁ ୧୨ ତାରିଖ ମଧ୍ୟରେ ବଜ୍ରପାତ ହୋଇପାରେ। ଏହି ସମୟରେ ବଜ୍ରପାତ ସହିତ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଉତ୍ତର ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଗୋଟିଏ, ଦୁଇଟି ସ୍ଥାନରେ ଶୀତ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି।