Weather Report: ରାଜ୍ୟରେ ଏବେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ୨ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ଖରା, ଗୁଳୁଗୁଳି ମଧ୍ୟ ଦେଖିବାକୁ ମିଳିଛି। ଲଗାଣ ବର୍ଷା ପରେ ଏବେ ବଦଳିଛି ପାଣିପାଗ। ଆଜି ଅର୍ଥାତ ଶନିବାର ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ମାତ୍ର ୨୫ ଓ ୨୬ ରାଜ୍ୟର ଅଳ୍ପ କିଛି ଜିଲ୍ଲା ତଥା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ହେତୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 
 



COMMERCIAL BREAK
SCROLL TO CONTINUE READING

ଆଗାମୀ ୩ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ।ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଯାଏଁ ରେକର୍ଡ ହେବାର ସମ୍ଭାବନା ରହିଛି। ଦିନ ଭଳି ଆଗକୁ ରାତିର ତାପମାତ୍ରା(Night Temprature)ରେ ମଧ୍ୟ ବୃଦ୍ଧି ଘଟିବ। ଆସନ୍ତା ୩ଦିନ ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରାରେ ୩-୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି।



୨୨ରୁ ୨୪ ତାରିଖ ଭିତରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ଆଭ୍ୟନ୍ତରୀଣରେ ତାପମାତ୍ରା ୪୦ ଡିଗ୍ରୀ ପାଖାପଖି ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଉପକୂଳ ଓଡ଼ିଶାର ଦିନ ତାପମାତ୍ରା ସ୍ବାଭାବିକ ତୁଳନାରେ ୧୦ରୁ ୧୬ ଡିଗ୍ରୀ ଖସିଯାଇଥିଲା । କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଲୋକେ ନାକେଦମ ହୋଇଛନ୍ତି । ସେପଟେ ରାଜଧାନୀ ସମେତ ଅନେକ ସହରରେ ମାର୍ଚ୍ଚ ମାସରେ ଦିନ ତାପମାତ୍ରା ଖସିବାରେ ରେକର୍ଡ଼ ଭାଙ୍ଗିଛି ।