Weather Report: ପ୍ରବଳ ଶୀତ ଓ ଘନ କୁହୁଡ଼ି ପରେ ଶାନ୍ତ ପଡ଼ିଛି ରାଜଧାନୀ ଦିଲ୍ଲୀର ପାଣିପାଗ। ଗତ କିଛି ଦିନ ହେବ ଲାଗି ରହିଥିବା ଭୀଷଣ ଶୀତରୁ କିଛି ମାତ୍ରାରେ ଆରାମ ମିଳିଛି ।ବୁଧବାର ଦିନ ଠାରୁ ପାଣିପାଗ ପୁଣି ଏକ ମୋଡ଼ ନେଇଛି। ଉତ୍ତର ଭାରତର ବିଭିନ୍ନ ସ୍ଥାନ ବିଶେଷ କରି ଦିଲ୍ଲୀରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଥଣ୍ଡା ପବନ ଦେଖିବାକୁ ମିଳିଛି। ଯାହା ଫଳରେ ରାଜଧାନୀବାସୀଙ୍କୁ ପ୍ରଦୂଷଣରୁ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଜାରି ରହିବା ନେଇ ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ତୁଷାରପାତ ମଧ୍ୟ ହୋଇଛି।ରାଜଧାନୀ ଦିଲ୍ଲୀରେ ଆଜି ସକାଳେ ସର୍ବନିମ୍ନ ତାପମାତ୍ରା ୭.୩  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସାଧାରଣ ତାପମାତ୍ରା ଠାରୁ ଏକ ଡିଗ୍ରୀ ତଳେ ରହିଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ସର୍ବାଧିକ ତାପମାତ୍ରା ୧୮.୬  ଡିଗ୍ରୀ ସେଲସିୟସ ଥିଲା, ଯାହା ସାଧାରଣ ତାପମାତ୍ରାଠାରୁ ଚାରି ଡିଗ୍ରୀ ତଳେ ଥିଲା।



ଭାରତ ପାଣିପାଗ ବିଭାଗ (IMD) ଅନୁଯାୟୀ ଦିଲ୍ଲୀ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ଜାରି ରହିବ।ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ସହିତ ଦିଲ୍ଲୀର କିଛି ସ୍ଥାନରେ, ଏନସିଆ(NCR)ରେ ବଜ୍ରପାତ ଜାରି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।


ଆଇଏମଡିର ସୂଚନା ଅନୁସାରେ ପଶ୍ଚିମ ହିମାଳୟ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପାଗ ଖରାପ ଯୋଗୁ ବିମାନ(Flight) ଏବଂ ରେଳ(Train) ଚଳାଚଳ ବେଶ୍‌ ପ୍ରଭାବିତ ହୋଇଛି। ରେଳବାଇ ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀ ଆସୁଥିବା ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି।