Weather Report: ମଙ୍ଗଳବାର ଏବଂ ବୁଧବାର ଉତ୍ତର ଭାରତର ୧୫ଟି ରାଜ୍ୟ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD) । ଏହି ସପ୍ତାହରେ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବା ପରେ ଜୁଲାଇ ୩ ରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ବିଭାଗ। ଏ ନେଇ ଗୁଜୁରାଟ ପାଇଁ 'ରେଡ୍' ୱାର୍ଣ୍ଣିଂ ସୂଚନା ଜାରି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଉତ୍ତର ପୂର୍ବ ରାଜ୍ୟଗୁଡିକ ପାଇଁ ଅରେଞ୍ଜ ଆଲର୍ଟ:


ଜୁଲାଇ ୩ ରେ ଉତ୍ତର-ପୂର୍ବ ରାଜ୍ୟଗୁଡିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଏବଂ ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବୁଧବାର ଦିନ ଦିଲ୍ଲୀର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ମଙ୍ଗଳବାର ଦିନ ବର୍ଷା ହେବା ପରେ ଜାତୀୟ ରାଜଧାନୀର ଅନେକ ଅଞ୍ଚଳରେ ଜଳସ୍ତର ସମସ୍ୟା ଜାରି ରହିଛି। ଆଜି ମଧ୍ୟମରୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ପ୍ରବଳ ପବନ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।


କେଉଁ ରାଜ୍ୟ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି?


ଜୁଲାଇ ୩ ପାଇଁ ଉତ୍ତରପ୍ରଦେଶ, ପଞ୍ଜାବ(Panjab), ହରିୟାଣା, ଦିଲ୍ଲୀ(Delhi), ପଶ୍ଚିମବଙ୍ଗ, ସିକ୍କିମ, ବିହାର, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗତ ସପ୍ତାହରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ସାଧାରଣ ବୃଷ୍ଟିପାତ ଅପେକ୍ଷା ଅଧିକ ବର୍ଷା ହୋଇଛି, ଯେଉଁ କାରଣରୁ କେତେକ ଅଞ୍ଚଳରେ ପ୍ରବଳ ବନ୍ୟା, ଭୂସ୍ଖଳନ ଏବଂ ଜଳସ୍ତର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଅରୁଣାଚଳ ପ୍ରଦେଶର ନଦୀଗୁଡ଼ିକ ବର୍ତ୍ତମାନ ବିପଦ ସଙ୍କେତଠାରୁ ଅଧିକରେ ପ୍ରବାହିତ ହେଉଥିବାବେଳେ ଆସାମ ଏବଂ ମଣିପୁରରେ ବନ୍ୟା ଯୋଗୁଁ ଶହ ଶହ ଘର ନଷ୍ଟ ହୋଇଛି।


ପାଣିପାଗ ଏଜେନ୍ସି ମଙ୍ଗଳବାର ଦିନ କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁଲାଇ ୨ ରେ ସମଗ୍ର ଦେଶରେ ପ୍ରବାହିତ ହୋଇଛି, ନିର୍ଦ୍ଧାରୀତ ସମୟ ଠାରୁ ଜୁନ୍ ମାସରେ ମୌସୁମୀ ବିଳମ୍ବ ହେବା ଯୋଗୁ ଦେଶର ଅଧିକାଂଶ ସ୍ଥାନରେ ଗରମ-ଗୁଳିଗୁଳିର ପ୍ରଭାବ ଦେଖିବାକୁ ମିଳିଛି।ମୌସୁମୀ ମେ ୩୦ ରେ କେରଳ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ପହଞ୍ଚିଥିଲା, ଯାହା ଫଳରେ ସ୍ୱାଭାବିକଠାରୁ ସେଠାରେ ଛଅ ଦିନ ପୂର୍ବରୁ ବର୍ଷା ପହଞ୍ଚିଛି।