Weather Report: ବଙ୍ଗୋପସାଗରରେ ଲଗାତାର ଦୁଇଟି ଲଘୁଚାପ ସୃଷ୍ଟି ହେବା ଦ୍ବାରା ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବିଶେଷ କରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରିଛି ପାଣିପାଗ ବିଭାଗ। ଅନୁଗୁଳ ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ବରଗଡ଼(Baragarh), ରାୟଗଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର(Balangir), ନୟାଗଡ଼, ବୌଦ୍ଧ(Boudh), ମାଲକାନଗିରି ଓ କଳାହାଣ୍ଡି(Kalahandi) ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ବିଶେଷ କରି ମାଲକାନଗିରି(Malkangiri), କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ପରି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେତୁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ଜିଲ୍ଲା ଏକ ପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି। ତଳିଆ ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥ୍ଯାନରେ ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲ୍ଲାରେ ବର୍ଷା ଯୋଗୁ ଅଧିକାଂଶ ସ୍ଥାନରେ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।
 



ସେପଟେ ଅବପାତ ପ୍ରଭାବରେ ଆହୁରି ୩ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ବଲାଙ୍ଗିର, ନୂଆପଡ଼ା, କନ୍ଧମାଳ, ଦେବଗଡ଼, ସମ୍ବଲପୁର, ବରଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ମାଲକାନାଗିରି, କୋରାପୁଟ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।