Weather Report: ଚଳିତ ବର୍ଷ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁଥିଲେ ସୁଦ୍ଧା ଜୁନ୍ ମାସରେ କିଛି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ବା ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଦୁଇ ସପ୍ତାହ ଧରି ଓଡ଼ିଶାରୁ ମୌସୁମୀ (Mansoon) ଉଭାନ ହୋଇଯିବା ଦ୍ବାରା ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଶେଷ ହୋଇଛି ଜୁନ୍‌ ମାସ।।ଏହାରି ମଧ୍ୟରେ ଜୁଲାଇ ମାସରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ରାଜ୍ୟର ୬ଟି ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ହେବା ନେଇ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।


COMMERCIAL BREAK
SCROLL TO CONTINUE READING

ଆଜି ରାଜ୍ୟର ୬ଟି ଜିଲ୍ଲାରେ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।
 



ସ୍ଥାନେ ସ୍ଥାନେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝରର ଅଧିକାଂଶ ଅଞ୍ଚଳ ଏବଂ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ ହାଲୁକ ବର୍ଷାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ବାଭାବିକରୁ ଅଧିକ ବର୍ଷା‌ ଏବଂ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ପରିମାଣ ନିଅଣ୍ଟିଆ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି।