Weather Report: ରାଜ୍ୟର କେତେକ ଜିଲ୍ଲାରେ ଏବେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାରେ ଏବେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ, ଉତ୍ତର ଓଡିଶାରେ ଆଜି ବର୍ଷା ଆରମ୍ଭ ହୋଇଛି। ଆଜି ବାଲେଶ୍ୱରର, ବସ୍ତା, ଭୋଗରାଇର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାରୁ ପାଗରେ ସାମନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ରାଜ୍ୟର ୮ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା,ଗଜପତି, କୋରାପୁଟ ଏହି ୮ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।



ସେପଟେ କେରଳ ଉପକୂଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଯାହା ଫଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ମୌସୁମୀ ପହଞ୍ଚିବା ବିଳମ୍ବ ହେବା ନେଇ ପୂର୍ବାନୁମାନ କରିଛି ବିଭାଗ। ମାତ୍ର ମୌସୁମୀର ସ୍ଥିତି ଦେଖିଲେ ଲାଗୁଛି ଯେ ଜୁନ୍‌ ୧୦ରୁ ୧୧ ତାରିଖ ବେଳକୁ ଏହା ଓଡ଼ିଶା ଛୁଇଁପାରେ। ଜୁନ୍‌ ପ୍ରଥମ ସପ୍ତାହ ପରେ‌ ମୌସୁମୀ ଠିକ୍‌ ଭାବେ ଅଗ୍ରଗତି ନ କରିଲେ ଓଡ଼ିଶାରେ ପହଞ୍ଚିବା ବିଳମ୍ବିତ ହୋଇପାରେ।