Weather Report: ଏବେ ରାଜ୍ୟର ରାଜ୍ୟରେ ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସଂଧ୍ୟା ବେଳକୁ ଦେଖିବାକୁ ମିଳୁଛି କାଳବୈଶାଖୀ ବର୍ଷା।ରାଜ୍ୟରେ ଏଭଳି ସ୍ଥିତି ଆହୁରି କିଛି ଦିନ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟରେ ଅସ୍ବାଭାବିକ ପାଗ(Weather) ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାରେ  ତାପମାତ୍ରା ୪୫ ଡିଗ୍ରୀ ପାର୍ କରୁଥିବା ବେଳେ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରକୋପ ଦେଖିବାକୁ ମିଳୁଛି।


COMMERCIAL BREAK
SCROLL TO CONTINUE READING

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୧୯ ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ନେଇ କହିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼,ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ଏହି ସବୁ ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।



ଏପରି ପରିସ୍ଥିତିରେ ଟୁଇନସିଟିରେ ଅସମ୍ଭାଳ ଗ୍ରୀଷ୍ମ ସହ ଗୁଳୁଗୁଳିରୁ ମୁକ୍ତି ମିଳିଛି। ରବିବାର ଘଡ଼ଘଡ଼ି ସହ ଭୁବନେଶ୍ୱରରେ ପ୍ରବଳ ବର୍ଷାରେଦେଖିବାକୁ ମିଳିଛି।କେଉଁଠି ରାସ୍ତାରେ ଛୁଟୁଛି ପାଣି, ତ କେଉଁଠି ଜଳାର୍ଣ୍ଣବ ସ୍ଥିତି। କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି। କଟକ, ଭୁବନେଶ୍ୱର ସମେତ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଛି।  ତୁହାକୁ ତୁହା ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଭୁବନେଶ୍ବରର ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ, କଟକରୋଡରେ ବିଭିନ୍ନ ସ୍ଥାନରେ ପାଣି ବନ୍ଦ ରହିଛି। କଟକରେ ମଧ୍ୟ କିଛି ସ୍ଥାନରେ ପାଣି ଜମିଛି।