Weather Update: ମୌସୁମୀ ସକ୍ରିୟ ଥିଲେ ମଧ୍ୟ ରାଜ୍ୟରେ ଏବେ  ଡହ ଡହ ଖରା ସାଙ୍ଗକୁ ତାତି ଅନୁଭୂତ ହେଉଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏହାରି ଭିତରେ ଏକ ବଡ଼ ଖବର ଦେଇଛି। ବର୍ଷାରେ ଭିଜିବ ପାର୍ବଣ। ଚଳିତ ଦୁର୍ଗା ପୂଜାରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଅକ୍ଟୋବରରେ ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ।  ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।   


COMMERCIAL BREAK
SCROLL TO CONTINUE READING

 



ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?


ପ୍ରଭାବରେ ୪ ତାରିଖରୁ ୧୦ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ । ଫଳରେ ରାଜ୍ୟରେ ବର୍ଷାର ପରିମାଣ ପୁଣିଥରେ ବୃଦ୍ଧି ହୋଇପାରେ । ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।


ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ଅକ୍ଟୋବର ପ୍ରଥମ ସପ୍ତାହରେ ୨ ରୁ ୩ ତାରିଖ ଯାଏଁ  ରାଜ୍ୟରେ ବିଭିନ୍ନ ଜିଲ୍ଲାରେ  ମଧ୍ୟମ ଧରଣର ବର୍ଷା ସହ ମୋଟାମୋଟି ସାମାନ୍ୟ ବର୍ଷା ହେବ।  ସେହିପରି,  ୪ ତାରିଖରୁ ୧୦ ତାରିଖ ଯାଏଁ  ରାଜ୍ୟରେ ବିଭିନ୍ନ ଜିଲ୍ଲାରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଦୁର୍ଗାପୂଜା ପଡୁଥିବାରୁ ପାର୍ବଣ ଫିକା ପଡିବ ବୋଲି ପୂର୍ବାନୁମାନ କରାଯାଉଛି। ୯ ତାରିଖରେ ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ରହିଛି। ୧୦ ଓ ୧୧ ତାରିଖରେ ମଣ୍ତପ ଓ ପୀଠରେ ମାଆଙ୍କ ପୂଜା ପଡୁଥିବାରୁ  ଏଥର ପୂଜା ଫିକା ପଡିବ ବୋଲି ପୂର୍ବାନୁମାନ କରାଯାଉଛି।