Weather Update: ରାଜ୍ୟରେ ଜାରି  ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ପାରଦ ୬ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି। ଏ-ଠାରେ ରାତି ତାପମାତ୍ରା  ୫.୨ ଡିଗ୍ରୀ ରେକର୍ଡ଼ ହୋଇଛି। ୮ ସହରର ପାରଦ ୧୦ ଡିଗ୍ରୀ  ତଳେ ରହିଛି। ତଥାପି  ୨ଦିନ ପରେ ଶୀତ କମିଯିବ। ରାତିର ତାମପାତ୍ରା ୨ ରୁ ୪ ଡିଗ୍ରୀ ବଢିବ  ବୋଲି ପାଣିପାଗ ବିଭାଗ କହିଛି। 

 



 

ପାଣିପାଗ  ବିଭାଗ ଆକଳନ କରୁଛି,ଶନିବାର ଯାଏଁ  ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ରବିବାର ଠାରୁ  ୨ ରୁ ୪ଡିଗ୍ରୀ ବଢିବ। ଏହା ପ୍ରଭାବରେ ଶୀତ କମିବ। ସୋଆ  ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ୧୧ ତାରିଖ ଯାଏଁ ଶୀତ ଜାରି ରହିବ। ୧୨ ତାରିଖରୁ ପଶ୍ଚିମା ବାୟୁର ପ୍ରଭାବ ରହିବ। ଏ-ଥିପାଇଁ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ। ଏବଂ ଶୀତ କମିବ। ୧୬ ତାରିଖରୁ ପୁଣି ଥଣ୍ତାର ପ୍ରକୋପ ରହିବ। ଫେବୃଆରୀ ମାସ ଦ୍ବୀତିୟ ସପ୍ତାହ ଯାଏଁ ଥଣ୍ତା ଜାରି ରହିବ। 

 

ତେବେ, ମଝିରେ ପାରଦ କେବେ ଉପରମୁହାଁ ତ ଆଉ କେବେ ତଳ ମୁହାଁ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଶୁକ୍ରବାର  ଅର୍ଥାତ୍ ଆଜି  ଫୁଲବାଣୀ, ଝାରସୁଗୁଡା ଓ ରାଉରକେଲାରେ ୭ ଡିଗ୍ରୀ , କେନ୍ଦୁଝର ଓ ସୁନ୍ଦରଗଡରେ ୯ ଡିଗ୍ରୀ,  କୋରାପୁଟ୍ ଓ ସମ୍ବଲପୁରରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲି ସୁନ୍ଦରଗଡ, କନ୍ଧମାଳ ଓ କୋରାପୁଟରେ  ଘନ କୁହୁଡି ଦୃଶ୍ୟମାନ ହୋଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।