Weather Update: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାର ଏବେ ଘନୀଭୂତ ହେବାରେ ଲାଗିଛି । ଏହା ଉତ୍ତର-ପୂର୍ବ ଦିଗରେ ଗତିକରି  ଆସନ୍ତାକାଲି ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତ ପରିଣତ ହେବାର ସମ୍ଭାବନା ରହିଛି । ଏହାସହ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବ ବୋଲି ବିଭାଗ ପକ୍ଷରି କୁହାଯାଇଛି। ୨୫ ତାରିଖ ସନ୍ଧ୍ୟା ସୁଧା ଉତ୍ତର-ପୂର୍ବ ଓ ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ପ୍ରଭାବ ଯୋଗୁଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେବ। ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛ ବୋଲି ଆଇଏମଡି଼ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

 



ALSO READ: Entertainment News: ପୁଣି ଲୁହରେ ଭିଜିଲା ବଲିଉଡ୍, ଆଉ ନାହାଁନ୍ତି ଏହି ଭେଟେରାନ୍ ଅଭିନେତା


ସେପଟେ, ବାତ୍ୟାର ବିଶେଷ ପ୍ରଭାବ ଓଡି଼ଶା ଉପରେ ରହିବନି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଯେପରି କାଳବୈଶାଖୀ ବର୍ଷା ହେଉଛି ତାହା ଜାରି ରହିବ । ଆଜିଠାରୁ ରାଜ୍ୟରେ କାଳବୈଶାଖି ବର୍ଷାର ପ୍ରଭାବ ୨୫ ତାରିଖ ପର୍ଯ୍ୟନ୍ତ ଅଧିକ ରହିବ। ସେହିପରି, କିଛି କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏବଂ ୨୬ ତାରିଖ ବେଳକୁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ହୋଇପାରେ। ସେହିପରି ୨୭ ତାରିଖରେ ୨ଟି ଜିଲ୍ଲାରେ ଅଧିକ ବର୍ଷା ହେବ। ସେହି ଜିଲ୍ଲା ଗୁଡି଼କ ହେଲା, ବାଲେଶ୍ୱର ଓ ମୟୂରଭଞ୍ଜ। ବର୍ଷାର ପରିମାଣ ୧୧୫.୫ ରୁ ୨୦୪.୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ପବନର ବେଗ ୩୦ ରୁ ୫୦ କିମି ଭିତରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।