Weather Update: କଲବଲ କରୁଛି ଥଣ୍ତା (Cold wave in odisha)। ଘରୁ ବାହାରିବା ମୁସ୍କିଲ୍ ହୋଇ ଯାଉଛି। କାହିଁକିନା ଘନ କୁହୁଡି଼ ଯୋଗୁଁ ଦେଖାଯାଉନି ରାସ୍ତା। ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ତା କମିଥିଲେ ମଧ୍ୟ ଘନ କୁହୁଡିର ପ୍ରଭାବ ଅଧିକ ରହୁଛି। ଏତେ ମାତ୍ରାରେ କୁହୁ଼ଡି ରହୁଛି ଯେ, ରାସ୍ତାରେ ଯା ଆସ ବେଳେ ରାସ୍ତା ଦିଶୁନି ଫଳରେ ଏକାଧିକ ଦୁର୍ଘଟଣା ମଧ୍ୟ ଘଟୁଛି। ଦକ୍ଷିଣ ଓଡି଼ଶା ସମେତ ଉପକୂଳ ଜିଲ୍ଲା ଗୁଡିକରେ ବି ଶୀତର ଲହରି (winter) ଜାରି ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି (Meteorological Centre, Bhubaneswar)।


COMMERCIAL BREAK
SCROLL TO CONTINUE READING

ALSO READ: Heavy Fog: ଘନ କୁହୁଡ଼ି ପାଇଁ ୧୧୦ ଉଡ଼ାଣ ବାତିଲ, ବିଳମ୍ବରେ ଚାଲୁଛି ଟ୍ରେନ


ALSO READ: LAccMI Bus: ଏହି ଜିଲ୍ଲାରେ ଗଡି଼ବ ‘ଲକ୍ଷ୍ମୀ’ବସ୍, ମହିଳା-ଛାତ୍ରଛାତ୍ରୀଙ୍କୁ ମିଳିବ ବିଶେଷ ସୁବିଧା


ଆଗାମୀ ୨ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ , ଉପକୂଳ, ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି (fog warning) ସତର୍କତା ଜାରି ହୋଇଛି। ଜଗତସିଂହପୁର , କଟକ ,କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଏକାଧିକ ଜିଲ୍ଲାରେ କୁହୁଡି଼ ଅଧିକ ହେବାର ସମ୍ଭାବନା ରହିଛି।  କୁହୁଡିର ପ୍ରଭାବ ଦିନ ପ୍ରାୟତଃ ଦିନ ୧୧ଟା ପର୍ଯ୍ୟନ୍ତ ରହୁଛି। ଏ-ମିତିକି ୫୦ ମିଟର ଦୂରକୁ ବି କିଛି ଦେଖାଯାଉନି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ପୁଆଁଇ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। 


ସେପଟେ, ଘନ କୁହୁଡି ଯୋଗୁଁ ବିମାନ ଏବଂ ରେଳ ସେବା ପ୍ରଭାବିତ ହୋଇଛି। ଦିଲ୍ଲୀ ବିମାନବନ୍ଦରରେ ୧୧୦ ରୁ ଅଧିକ ବିମାନ ପ୍ରଭାବିତ ହୋଇଛି। ଏହା ସହିତ ଉତ୍ତର ରେଳବାଇ କହିଛି ଯେ ଦିଲ୍ଲୀ ଅଭିମୁଖେ ଯାଉଥିବା ୨୫ଟି ଟ୍ରେନ୍ ବିଳମ୍ବରେ ଚାଲୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁହୁଡ଼ି ହେତୁ ଟ୍ରେନ୍ କାର୍ଯ୍ୟସୂଚୀ ପଛରେ ଚାଲୁଛି। ବିମାନ କାର୍ଯ୍ୟରେ ବିଳମ୍ବ ହୋଇପାରେ କିମ୍ବା ବିମାନ ବାତିଲ ହୋଇପାରେ। ଖରାପ ପାଗ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଦୁଇଟି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିଲା।