Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଗତ ୨ ଦିନ ହେବ ଥଣ୍ତା ଟିକେ ଅଧିକ ଅନୁଭୂତ ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜିଠାରୁ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଘନ କୁହୁଡି଼ ଅଧିକ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶେଷକରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ ,ସୁନ୍ଦରଗଡ ,ସମ୍ବଲପୁର ଝାରସୁଗୁଡା ଓ ଗଞାମରେ ଅଧିକ ଘନ କୁହୁଡି଼ ନେଇ ସତର୍କତା ଜାରି ହୋଇଛି। ବିଶେଷକରି ଓଡି଼ଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିରେ ପ୍ରବଳ ଥଣ୍ତା ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି। ଯାହାର ଭରପୁର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକ । ବିଶେଷକରି, ଥଣ୍ତାର ପ୍ରକୋପ ଏତେ ଅଧିକ ରହୁଛି ଯେ, ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । 

 


 


 

ସନ୍ଧ୍ୟା ହେବା ବେଳକୁ ରାସ୍ତା ଘାଟ ଜନଶୂନ୍ୟ ହୋଇଯାଉଛି । ଆଗାମୀ ଦିନରେ ଶୀତ ଆହୁରି ବଢିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ, ପ୍ରବଳ ଶୀତ ସହ କୁହୁଡିର ମଜା ନେବାକୁ ପ୍ରାତଭ୍ରମଣ ଓ ଚା’ଦୋକାନରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।  ଆସନ୍ତା ୫ ଦିନ ଯାଏ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ, ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ସକାଳେ ଓ ସଂନ୍ଧ୍ୟାରେ ରାସ୍ତା କଡରେ ନିଆଁ ପାଖରେ ବସିଥିବା ଦେଖିବାକୁ ମିଳୁଛି।