Weather Update: ଖସୁଛି ପାରଦ, ବଢୁଛି ଶୀତ; ଘନ କୁହୁଡି ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ୫.୨ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି ପାରଦ। ଅସମ୍ଭାଳ ଶୀତରେ ଜନ ଜୀବନ ପ୍ରଭାବିତ ହୋଇଛି।
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ୫.୨ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି ପାରଦ। ଅସମ୍ଭାଳ ଶୀତରେ ଜନ ଜୀବନ ପ୍ରଭାବିତ ହୋଇଛି। ରାଉରକେଲା ୭.୨ ଡିଗ୍ରୀରେ ରହିଛି। ୧୫ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଆଜିବି ଶୀତର ପ୍ରକୋପ ଜାରି ରହିବ। ରାଉରକେଲାରେ ୭ ଡିଗ୍ରୀ, ଝାରସୁଗୁଡା, କେନ୍ଦୁଝର ଓ ଝାରସୁଗୁଡାରେ ରାତି ତାପମାତ୍ରା ୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ALSO READ: Today Horoscope: ଗାଡି଼ ଚାଳନା ସମୟରେ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର
ସେହିପରି, ବି ରାଉରକେଲାରେ ୭ ଡିଗ୍ରୀ ରହିବ। ଝାରସୁଗୁଡା, ଫୁଲବାଣୀ, ବୌଦ୍ଧ ଓ ଅନୁଗୁଳରେ ରାତି ତାପମାତ୍ରା ୯ ଡିଗ୍ରୀ ତାପମାତ୍ରା ରହିବାର ସମ୍ଭାବନା ରହିଛି। ୧୭ ତାରିଖରୁ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ଝାରସୁଗୁଡା, ଗଂଜାମ, କଳାହାଣ୍ତି, ର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ ହେବାର ସମ୍ଭାବନା ରହିଛି। କୋରାପୁଟ, କନ୍ଧମାଳ ,ସୁନ୍ଦରଗଡ ଓ ସମ୍ବଲପୁରରେ ଅଧିକ ଘନ କୁହୁଡି଼ ନେଇ ସତର୍କତା ଜାରି ହୋଇଛି। ଶୁକ୍ରବାର ରାତିରେ ଝାରସୁଗୁଡାରେ ୮ ଡିଗ୍ରୀ, କିରେଇରେ ୮.୮ ଡିଗ୍ରୀ, ସିମିଳିଗୁଡା ଓ ଫୁଲବାଣୀରେ ୯, ସୁନ୍ଦରଗଡରେ ୧୦, ବୌଦ୍ଧରେ ୧୦.୨, ଦାରିଙ୍ଗିବାଡି, କେନ୍ଦୁଝର, ଓ ଅନୁଗୁଳରେ ୧୦,୬, ଭାବନୀପାଟଣାରେ ୧୧,କୋରାପୁଟ୍ ରେ ୧୧.୪, ବାରିପଦାରେ ୧୧.୬ ଡିଗ୍ରୀ ରେକର୍ଡ଼ କରାଯାଇଛି।