Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ଆଜିଠାରୁ  ରାଜ୍ୟରେ ଭୀଷଣ  ହିଟ୍ଓ୍ବେଭ୍ ସ୍ଥିତି ଉପୁଜିବ। ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ହିଟ୍ ଓ୍ବେଭ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ବୌଦ୍ଧ, ବଲାଙ୍ଗୀର , କଳାହାଣ୍ତି, ସୋମପୁର,କନ୍ଧମାଳ ଓ ନୟାଗଡରେ ଉଷ୍ମ ତାତି ଅନୁଭୂତ ହେବ। ୪ ତାରିଖରେ ୮ ଜିଲ୍ଲା ୫ ଓ  ୬ ତାରିଖରେ ୧୦ ଜିଲ୍ଲାରେ  ହିଟ୍ ଓ୍ବେଭ୍ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।  ପଶ୍ଚିମ ଓଡି଼ଶା ସହ ହିଟ୍ଓ୍ବେଭ୍ ଓ୍ବାର୍ଣ୍ଣିଂ ଥିବା ଜିଲ୍ଲାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହେବ।  ଏହା ସହ ଝାଞ୍ଜି ପବନ ପ୍ରବାହିତ ହେବ।


COMMERCIAL BREAK
SCROLL TO CONTINUE READING

 



ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ବୁଧବାର, ଜାଣନ୍ତୁ ଆଜିର ରାଶିଫଳ


୩ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ। ଏବଂ ପାଗ ଶୁଖିଲା ରହିବ।  ଦିନର ତାପମାତ୍ରା ବୃଦ୍ଧି ପାଇବା ସହ  ଆଭ୍ୟନ୍ତରିଣ ଓଡି଼ଶା ଓ ଉତ୍ତର ଓଡି଼ଶାରେ ଉଷ୍ମ ରାତ୍ରୀ ପରିସ୍ଥିତି ଉପୁଜିବ।  ଏହା ଦ୍ବାରା ରାତିରେ ପ୍ରବଳ ଗରମ ଅନୁଭୂତ ହେବ। ଗତ ୨୪ ଘଣ୍ଟା ରାଜ୍ୟରେ ତାତି ବଢିଛି। ଗତକାଲି ୭ସହରରେ ଦିନ ତାପମାତ୍ରା ୪୧ଡ଼ିଗ୍ରୀ ରେକର୍ଡ ଥିଲା। ମାଲକାନଗିରି ରେ ସର୍ବାଧିକ ୪୧.୭ ଡ଼ିଗ୍ରୀ ରେକର୍ଡ  ହୋଇଛି। 


କେନ୍ଦୁଝରରେ ୩୯.୫ ଡ଼ିଗ୍ରୀ , ସମ୍ବଲପୁରରେ ୩୯.୪ଡ଼ିଗ୍ରୀ , ହୀରାକୁଦରେ ୩୯.୨ ଡ଼ିଗ୍ରୀ ,ଝାରସୁଗୁଡାରେ ୩୮.୮ଡ଼ିଗ୍ରୀ , ରାଉରକେଲାରେ ୩୮.୬ଡ଼ିଗ୍ରୀ , ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୭ରେ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୭.୨ ଡ଼ିଗ୍ରୀ ,  ପୁରୀରେ ୩୩.୫ ଡ଼ିଗ୍ରୀ , ପାରାଦୀପରେ ୩୨.୪ ଡ଼ିଗ୍ରୀ  ଓ ଗୋପାଳପୁରରେ ୩୧.୨ ଡ଼ିଗ୍ରୀ  ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୬ ତାରିଖ ଯାଏଁ ରାଜ୍ୟରେ ଏଭଳି ପାଣିପାଗ ଦେଖିବାକୁ ମିଳିବ।  ଦିନ ବେଳା ବାହାରକୁ ଯିବା ବେଳେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ପରାମର୍ଶ ଦେଇଛନ୍ତି।