Weather Update:ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ଗତକାଲି ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି।  ତିନି ଘଣ୍ଟା ଧରି ପ୍ରବଳ ଛେଚିଥିଲା ବର୍ଷା।  ପଶ୍ଚିମ କେନ୍ଦ୍ରୀୟ ତଥା ପାଶ୍ବବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ  ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି।  ପ୍ରଭାବରେ  ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା  ରହିବ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।  ୨୯ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡି଼ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।  ବିଶେଷ କରି ଦକ୍ଷିଣ ଓଡି଼ଶାରେ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ୨୮ ତାରିଖ ଯାଏଁ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ନେଇ ଓ୍ବାର୍ଣ୍ଣିଂ ରହିଛି। ବର୍ଷା ସମୟରେ ବିଜୁଳି ମାରିବ। ତେଣୁ ଏଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶିକା ପରାମର୍ଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଏହି ୪ ରାଶି ପାଇଁ ଅଶୁଭ ରହିବ ଗୁରୁବାର! ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ?


ଆଜି ବିଶେଷକରି, ମାଲକାନଗିରି, କୋରାପୁଟ୍ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି, ରାୟଗଡା, ଗଜପତି, କଳାହାଣ୍ତି, ବଲାଙ୍ଗୀର,ନବରଙ୍ଗପୁର ଓ ନୂଆପଡା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୮ ତାରିଖରେ ନବରଙ୍ଗପୁର ଓ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହ କଳାହାଣ୍ତି, ବଲାଙ୍ଗୀର, ମୟୂରଭଂଜ, କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ ଓ କେନ୍ଦୁଝରରେ ବର୍ଷା ହେବ ବୋଲି ଓ୍ବାର୍ଣ୍ଣିଂ ଜାରି ହୋଇଛି। 


ସେହିପରି,୨୯ ତାରିଖରେ ଏକାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ଼ ଓ ବରଗଡରେ ଅଧିକ ବର୍ଷା ହେବ।  ବୁଧବାର ନୟାଗଡରେ ସର୍ବାଧିକ ବର୍ଷା ୧୧୦ ମିମି ରେକର୍ଡ଼ ହୋଇଥିବା ବେଳେ ପାରଳାଖେମୁଣ୍ତିରେ ୬୯.୮,ନବରଙ୍ଗପୁରରେ ୨୩, ଭୁବନେଶ୍ବରରେ  ୨୧.୩, ମାଲକାନଗିରିରେ ୧୬.୮, ଟିଟିଲାଗଡରେ ୧୫ ଓ ଫୁଲବାଣୀରେ ୧୪ ମିଲି ମିଟର ବର୍ଷା ରେକର୍ଡ଼ କରାଯାଇଛି।