Weather Update:  ବାତ୍ୟା 'ଦାନା' ପରେ ରାଜ୍ୟରେ ପାଗ ସାଧାରଣତଃ ଶୁଖିଲା ରହିଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ,  ଉପକୂଳ ଓଡି଼ଶା ଉପରେ ଉର୍ଦ୍ଧ୍ବ ବାୟୁ ଘୂର୍ଣ୍ଣିବଳୟ  ଦକ୍ଷିଣ -ପଶ୍ଚିମ ଦିଗରେ  ଅଗ୍ରସର ହେଉଛି।  ପ୍ରଭାବରେ ଉତ୍ତର ଓଡି଼ଶାର ଅନେକ ସ୍ଥାନ ଓ ଦକ୍ଷିଣ ଓଡି଼ଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ସହ ବଜ୍ରପାତ ହୋଇଛି। 

 


 


 

ମଙ୍ଗଳବାର ଅପରାହ୍ନରେ କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଂଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ  ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏଥିସହ ନଭେମ୍ବର ୨ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡି଼ଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫୁଲବାଣୀ ରାଜ୍ୟର ସର୍ବୋର୍ଚ୍ଚ ତାପମାତ୍ରା ୧୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କପାଯାଇଥିବା ବେଳେ କୋରାପୁଟ୍ ରେ ୧୮.୮ , ଦାରିଙ୍ଗିବାଡିରେ ୧୯ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଦିନର ତାପମାତ୍ରାରେ ଆଜି ସାମାନ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।