Weather Update: ରାଜ୍ୟରେ ଜାରି ରହିଛି ଶୀତ -ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଚଳିତ ବର୍ଷ ଶୀତ କମ୍ ରହିବ।  ବିଶେଷକରି, ବଲାଙ୍ଗୀର, ନୂଆପଡା, କୋରାପୁଟ,ମାଲକାନଗିରି, ସୁନ୍ଦରଗଡ଼ , ଝାରସୁଗୁଡା, ବରଗଡ ଓ ବଲାଙ୍ଗୀରରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି।


COMMERCIAL BREAK
SCROLL TO CONTINUE READING

 



 


ALSO READ: Today Horoscope: ପ୍ରଭୁ ଗଣେଶଙ୍କ କୃପାରୁ ଆଜି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?


ଆଜି ଓ ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, କଟକ, କନ୍ଧମାଳ, ରାୟଗଡା, ବାଲେଶ୍ବର,କୋରାପୁଟ୍, ମାଲକାନଗିରି, ଗଂଜାମ , ନୟାଗଡ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ଆଜିଠାରୁ ୬ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ସହ ଝିପି ଝିପି ବର୍ଷା ଲାଗି ରହିବ। ସେହିପରି, ୬ରୁ ୮ ତାରିଖ ଯାଏଁ  ପାଗ ଶୁଖିଲା ରହିବ। ପାଗରେ ବିଶେଷ ଭାବେ ପରିବର୍ତ୍ତନ ହେବନି। ଏନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 



ଆଇଏମଡି କରିଥିବା ଆକଳନ ଅନୁସାରେ, ଚଳିତ ବର୍ଷ ଦେଶରେ ମଧ୍ୟ ଶୀତର ପ୍ରକୋପ ବିଶେଷ ଭାବରେ ରହିବନି। ଚଳିତ ମାସ ତାପମାତ୍ରା ଡିସେମ୍ବର ଠାରୁ ତାପମାତ୍ରା କମ୍ ରହିବ। ବିଶେଷକରି, ଡିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଶୀତ ଲହରୀ ସୃଷ୍ଟି ହେବାର ଖୁବ୍ କମ୍ ସମ୍ଭାବନା ରହିଛି।  କିନ୍ତୁ ରାଜ୍ୟରେ ଡିସେମ୍ବର ମାସରେ ରାତି ତାପମାତ୍ରା ସ୍ବାଭାବିକ୍ ଠାରୁ ଅଧିକ ରହିବ ରହିବ। ଫଳରେ ଶୀତ ଅନୁଭୂତ ହେବନି। ଏଭଳି ପୂର୍ବାନୁମାନ କରିଛି ବିଭାଗ।