Weather Update: ପଶ୍ଚିମାଝଡ଼ ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ବିଭାଗ
Weather Update: ରାଜ୍ୟରେ ଏବେ ଜାରି ରହିଛି ଶୀତ -ବର୍ଷାର ଲୁଚକାଳି ଖେଳ। ହାଲୁକା ଥଣ୍ତା ଅନୁଭବ ହେବା ସହ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେଉଥିବା କୁହାଯାଇଛି।
Weather Update: ରାଜ୍ୟରେ ଏବେ ଜାରି ରହିଛି ଶୀତ -ବର୍ଷାର ଲୁଚକାଳି ଖେଳ। ହାଲୁକା ଥଣ୍ତା ଅନୁଭବ ହେବା ସହ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେଉଥିବା କୁହାଯାଇଛି। ବିଶେଷକରି, ଉପକୂଳ ଓଡି଼ଶାରେ ବଦଳିଛି ପାଣିପାଗ। ଗତ ବର୍ଷ ଅପେକ୍ଷା, ଚଳିତ ବର୍ଷ କମ୍ ଶୀତ ରାଜ୍ୟରେ ଅନୁଭୂତ ହେବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି। ଆଗାମୀ ଦିନରେ ପାଗ ସାଧାରଣତଃ ଶୁଖିଲା ରହିବା ସହିତ ହାଲୁକା ଶୀତ ଅନୁଭବ ହେବ। ନଭେମ୍ବର ମାସ ଶେଷ ହୋଇ ଡିସେମ୍ବରର ଦ୍ବିତୀୟ ସପ୍ତାହ ଆରମ୍ଭ ହେଲାଣୀ ହେଲେ ଶୀତର ଦେଖାନାହିଁ। ପ୍ରତିବର୍ଷ ଏହି ସମୟରେ ହାଡ଼ ଭଙ୍ଗା ଶୀତ ଅନୁଭବ ହେଇଥିବା ବେଳେ ଚଳିତ ବର୍ଷ ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି।
ALSO READ: Today Horoscope: ଆଜି ସତର୍କ ରୁହନ୍ତୁ ଏହି ରାଶି! ଦେଖାଦେବ ସ୍ୱାସ୍ଥ୍ୟ ସମସ୍ୟା, ସାଥୀଙ୍କ ସହ ହୋଇପାରେ ମନମାଳିନ୍ୟ
ବିଶେଷକରି, ଆଜି କେନ୍ଦ୍ରାପଡା, ପୁରୀ,ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ଯାଜପୁରରେ ପାଗ କୋହଲା ରହିବା ସହିତ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି କଟକ, ଭୁବନେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ତେବେ, ଏହି ବର୍ଷା ଶୀତ ଆଣିପାରେ ବୋଲି ଆଶଙ୍କା ରହିଛି। ସେପଟେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ଏବଂ ଆସନ୍ତାକାଲି ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ।