Weather Update: କୁହୁଡି଼ ପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)। ଥଣ୍ତା କମିଥିଲେ ମଧ୍ୟ ଘନ କୁହୁଡିରେ(fog) ଦିଶୁନି ରାସ୍ତାଘାଟ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡି଼ଶାର ପାଗ ମୁଖ୍ୟତ ଶୁଖିଲା ରହିବ। ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ, ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡି଼ ହେବାକୁ ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)। ଥଣ୍ତା କମିଥିଲେ ମଧ୍ୟ ଘନ କୁହୁଡିରେ(fog) ଦିଶୁନି ରାସ୍ତାଘାଟ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡି଼ଶାର ପାଗ ମୁଖ୍ୟତ ଶୁଖିଲା ରହିବ। ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ, ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡି଼ ହେବାକୁ ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି, ଉପକୂଳ ଓଡି଼ଶା ସମେତ କଳାହାଣ୍ତି, ଝାରସୁଗୁଡା, କୋରାପୁଟ୍, ରାୟଗଡା, ଅନୁଗୋଳ, ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବ। ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି, ୧୦ ତାରିଖ ବେଳକୁ ଢେଙ୍କାନାଳ, ଅନୁଗୋଳ ସମେତ ଉପକୂଳ ଓ ଦକ୍ଷିଣ ଓଡିଶାରେ କୁହୁଡି ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Bhubaneswar Meteorological Centre) ପକ୍ଷରୁ ଆକଳନ କରାଯାଇଛି।
ALSO READ : Makar Sankranti 2024: ମକର ସଂକ୍ରାନ୍ତିରେ ଦୁର୍ଲଭ ସଂଯୋଗ, ଫିଟିବ ତିନି ରାଶିର ଭାଗ୍ୟ
ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶଙ୍କ କହିବା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପଗା ମୁଖ୍ୟତ ଶୁଖିଲା ରହିଥିଲା। ଆଉ କେତେକ ସ୍ଥାନରେ ରାତ୍ରିର ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ଅଧିକ ରେକର୍ଡ କରାଯାଇଥିଲା। କୋରାପୁଟରେ ସର୍ବନିର୍ମ ତାପମାତ୍ରା ୮.୩ ଡିଗ୍ରୀ ରେକର୍ଡ କପାଯାଇଥିବା ବେଳେ ଜି. ଉଦୟଗିରିରେ ୭.୦୫,ଦାରିଙ୍ଗିବାଡିରେ ୯.୫, ଫୁଲବାଣୀରେ ୧୦, କିରେଇରେ ୧୧.୪, ସିମିଳିଗୁଡାରେ ୧୧.୫ ତାପମାତ୍ରା ରେକର୍ଡ କରାଯାଇଥିଲା। କୁହୁଡି ପାଇଁ ଓଡି଼ଶାରେ ଏବେ ପାଗ ଅନୁକୂଳ ରହିଛି। କଟକ, କନ୍ଧମାଳ, ବଲାଙ୍ଗୀର ଓ ସୁନ୍ଦରଗଡରେ ଘନ କୁହୁଡି ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତ୍ରିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।