Weather Update: ଓଡ଼ଶାରେ ଏବେ ବଢ଼ିବ ଶୀତ।  ଗଲା କିଛି ଦିନ ଦେବ ଦିନ ବେଳା ତାତି ୩୦ ଡିଗ୍ରୀ ଉପରେ ରହୁଥିବା ରାତିରେ ଥଣ୍ଡା ଅନୁଭୂତ ହେଉଥିଲା। ମାତ୍ର ଗତକାଲି ଠାରୁ ରାତି ତାପମାତ୍ରା  ୨ ରୁ ୪ ଡିଗ୍ରୀ ଖସିଛି ଓ ଥଣ୍ତା ବଢ଼ିଥିବା ଅନୂଭୁତ ହେଉଛି। ତେବେ, ସୋମବାର ଅର୍ଥାତ ୯ ରୁ ପାରଦ ଖସିବା ଓ ଥଣ୍ତା ବଢିବବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

 

 ସେପଟେ ରାଜ୍ୟର ଦକ୍ଷିଣ ଉପକୂଳରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ କିମ୍ବା ଆଂଶିକ ମେଘୁଆ ରହିବାର ସମ୍ଭାବନା ରହିଛି। ଦକ୍ଷିଣ-ପୂର୍ବ ଆଭ୍ୟନ୍ତରରେ ୧୦ ତାରିଖ ପର୍ଯ୍ୟନ୍ତ ମେଘୁଆ ପାଗ ରହିବାକୁ ଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତରରେ ୮ ରୁ ୯ ତାରିଖ ଆଂଶିକ ଏବଂ ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ୯ରୁ ୧୦ ଆଂଶିକ ମେଘୁଆ ରହିପାରେ। ଅନ୍ୟପଟେ, ଉତ୍ତର ଉପକୂଳରେ ୯ ତାରିଖକୁ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି।
 


 

ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ୧୨ ତାରିଖରୁ ଏହା ଶ୍ରୀଲଙ୍କା  ଉପକୂଳ ଛୁଇଁପାରେ।  ୧୪ ରେ ଦକ୍ଷିଣ ପୂର୍ବ ବଙ୍ଗୋପାଗର ଓ ଦକ୍ଷିଣ ଆଣ୍ତାମାନ ସାଗରରେ ଲଘୁଚାପ ରୂପ ନେବ। ୨୪ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ ମୁହାଁଇପାରେ ବୋଲି ସେ କହିଛନ୍ତି। ପଶ୍ଚିମାବାୟୁ ପ୍ରଭାବରେ ଏବେ ରାତି ତାପମାତ୍ରା ଅଧିକ ରହୁଛି। ପଶ୍ଚିମାବାୟୁ ପ୍ରଭାବରେ ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଖୋର୍ଦ୍ଧା, ଅନୁଗୁଳ,  ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶା  ଓ ଉତ୍ତର ଓଡି଼ଶାରେ ବର୍ଷା ହେବ। କିଛି ସ୍ଥାନରେ କୂଆପଥର ବର୍ଷା ହୋଇପାରେ। ୯ରୁ ଥଣ୍ତା ବଢିବ। ୧୦ ଓ ୧୧ ରେ ଅଧିକ ଥଣ୍ତା ଅନୂଭୁତ ହେବ।