Weather Report: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡି ଜାରି ରହିଛି। ଆଜି ସକାଳେ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ହାଲୁକା କୁହୁଡି ଦେଖିବାକୁ ମିଳିଛି। ଏବେ ଶୀତ ବଢ଼ାଇଛି ଲୋକମାନଙ୍କ ଚିନ୍ତା ଏବଂ ଏପରି ପାଗ ଆଉ କେତେ ଦିନ ଚାଲିବ ବୋଲି ଚିନ୍ତାରେ ପଡ଼ିଛନ୍ତି ସମସ୍ତେ। ଆଜି ମଧ୍ୟ ଦିଲ୍ଲୀ ଶୀତରୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିପାରିନଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଜି ଦିଲ୍ଲୀର ସର୍ବାଧିକ ତାପମାତ୍ରା ପ୍ରାୟ ୧୮ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୭ଡିଗ୍ରୀ ହେବାର ସମ୍ଭାବନା ରହିଛି। ଆସନ୍ତା ୨ ଦିନ ପାଇଁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨ ଦିନ ପାଇଁ ସମଗ୍ର ଉତ୍ତର ଭାରତରେ ଘନ କୁହୁଡି ଏବଂ ଥଣ୍ଡା ହେବାର ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

ଶୀତରୁ କେବେ ଆଶ୍ୱସ୍ତି?


ଦିଲ୍ଲୀ, ଉତ୍ତରପ୍ରଦେଶ, ଉତ୍ତର ମଧ୍ୟପ୍ରଦେଶ, ବିହାର ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୭ ରୁ ୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି ତାପମାତ୍ରା। ପାଣିପାଗ ବିଭାଗ ଅନୁଯାୟୀ ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ତାପମାତ୍ରା ସ୍ୱାଭାବିକଠାରୁ ୧ ରୁ ୩ ଡିଗ୍ରୀ ସେଲସିୟସ ରହିଛି।


କୁହୁଡି କେଉଁଠାରେ ରହିବ?


ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜାନୁଆରୀ ୨୩ ସକାଳ ପର୍ଯ୍ୟନ୍ତ କୁହୁଡିରୁ କୌଣସି ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ ନାହିଁ। ପଶ୍ଚିମ ୟୁପିର କେତେକ ଅଞ୍ଚଳରେ ସକାଳ ଓ ରାତି ସମୟରେ ଘନ କୁହୁଡି ହୋଇପାରେ। ତେବେ ଆଜି ଉତ୍ତରପ୍ରଦେଶ ଏବଂ ଉତ୍ତର ରାଜସ୍ଥାନର ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳେ। ଆସନ୍ତା ୨ ଦିନ ମଧ୍ୟରେ ହରିୟାଣା, ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ଘନ କୁହୁଡି ମଧ୍ୟ ହୋଇପାରେ।


ସେପଟେ ଓଡ଼ିଶାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା(Costal Odisha) ସମେତ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିଛି। ଏଥି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ତାପମାତ୍ରା କୌଣସି ପରିବର୍ତ୍ତନ ଦେଖା ଦେଇ ନଥିବା ବେଳେ ଘନ କୁହୁଡ଼ି ସହ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ଲାଗି ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଦୃଶ୍ୟମାନର ଦୂରତା ୨୦୦ ମିଟର ତଳକୁ ଖସି ଆସିବ। ତାହାକୁ ନଜରରେ ରଖି ୧୫ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ(Yello Warning) ଜାରି ହୋଇଛି।


Also Read: Odisha Weather: ଆଜିର ପାଣିପାଗ ଖବର, ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ