Warning signs of stroke:ଷ୍ଟ୍ରୋକ ଆସିବା ପୂର୍ବରୁ ଦେଖାଯାଏ ଏହି ଲକ୍ଷଣ, ଏହି ଉପାୟରେ ବଂଚିପାରିବ ଜୀବନ
ଭାରତରେ ମୃତ୍ୟୁ ଏବଂ ଅକ୍ଷମତାର ମୁଖ୍ୟ କାରଣ ହେଉଛି ଷ୍ଟ୍ରୋକ । ବାର୍ଷିକ ୧୮ ଲକ୍ଷରୁ ଅଧିକ ଲୋକ ଷ୍ଟ୍ରୋକ୍ ଦ୍ୱାରା ପ୍ରଭାବିତ ହୁଅନ୍ତି । ବିଶେଷକରି ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଭାରତରେ ଷ୍ଟ୍ରୋକ୍ ଅଧିକ ବୃଦ୍ଧି ପାଉଛି। ଏହା ଏପରି ଏକ ଅବସ୍ଥା ଯେଉଁଥିରେ ରକ୍ତ ଜମାଟ ବାନ୍ଧିବା କିମ୍ବା ରକ୍ତସ୍ରାବ ହେତୁ ମସ୍ତିଷ୍କକୁ
Warning signs of stroke:
ଭାରତରେ ମୃତ୍ୟୁ ଏବଂ ଅକ୍ଷମତାର ମୁଖ୍ୟ କାରଣ ହେଉଛି ଷ୍ଟ୍ରୋକ । ବାର୍ଷିକ ୧୮ ଲକ୍ଷରୁ ଅଧିକ ଲୋକ ଷ୍ଟ୍ରୋକ୍ ଦ୍ୱାରା ପ୍ରଭାବିତ ହୁଅନ୍ତି । ବିଶେଷକରି ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଭାରତରେ ଷ୍ଟ୍ରୋକ୍ ଅଧିକ ବୃଦ୍ଧି ପାଉଛି।
ଏହା ଏପରି ଏକ ଅବସ୍ଥା ଯେଉଁଥିରେ ରକ୍ତ ଜମାଟ ବାନ୍ଧିବା କିମ୍ବା ରକ୍ତସ୍ରାବ ହେତୁ ମସ୍ତିଷ୍କକୁ ରକ୍ତ ଯୋଗାଣ ବ୍ୟାହତ ହୁଏ । ଯାହାଦ୍ୱାରା ମସ୍ତିଷ୍କର କ୍ଷତି ହୋଇଥାଏ । ମୁଖ୍ୟତ ଦୁଇ ପ୍ରକାରର ଷ୍ଟ୍ରୋକ୍, ଇସକେମିକ୍ ଷ୍ଟ୍ରୋକ୍ ଏବଂ ହେମୋରାଜିକ୍ ଷ୍ଟ୍ରୋକ୍ ରହିଛି ।
ଦୁଇ ପ୍ରକାର ଷ୍ଟ୍ରୋକ
ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀରେ ଅବରୋଧ ହେତୁ ଇସକେମିକ୍ ଷ୍ଟ୍ରୋକ୍ ଘଟିଥାଏ । ଅନ୍ୟପକ୍ଷରେ ଯେତେବେଳେ ମସ୍ତିଷ୍କର କୌଣସି ସ୍ଥାନରେ ରକ୍ତସ୍ରାବ ହୁଏ ସେତେବେଳେ ହେମୋରାଜିକ୍ ଷ୍ଟ୍ରୋକ୍ ହୁଏ। ଏହା ଅକ୍ଷମତା କିମ୍ବା ମୃତ୍ୟୁର କାରଣ ହୋଇପାରେ ।
ଷ୍ଟ୍ରୋକ୍ ଲକ୍ଷଣ
ଷ୍ଟ୍ରୋକ୍ ପୂର୍ବରୁ ରୋଗୀଙ୍କଠାରେ କିଛି ଲକ୍ଷଣ ଦେଖାଯିବା ଆରମ୍ଭ କରେ । ଯାହା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । କାହାର ଜୀବନ ବଞ୍ଚାଇବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ଷ୍ଟ୍ରୋକର ଲକ୍ଷଣଗୁଡ଼ିକୁ ଚିହ୍ନିବା ।
ଦୁର୍ବଳ ଅନୁଭବ କରିବା
ଗୋଟିଏ କିମ୍ବା ଉଭୟ ବାହୁ କିମ୍ବା ଗୋଡରେ ଦୁର୍ବଳତା ଅନୁଭୂତ ହୋଇପାରେ ।ରୋଗୀଙ୍କର ଗୋଟିଏ ହାତ ଅଚଳ ହେବା ଭଳି ଲାଗେ କିମ୍ବା ଗୋଟିଏ ହାତ ଅପେକ୍ଷ ଅନ୍ୟ ହାତଟି ଦୁର୍ବଳ ଥିବା ଭଳି ଲାଗେ । କିଛି ଲୋକ ହାତ ଉପରକୁ ଉଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହା ମଧ୍ୟ ଷ୍ଟ୍ରୋକର ଲକ୍ଷଣ ହୋଇପାରେ ।
ଭାଷାଗତ ସମସ୍ୟା
ଷ୍ଟ୍ରୋକର ଆଉ ଏକ ଲକ୍ଷଣ ହେଉଛି ପୀଡିତ ବ୍ୟକ୍ତି କଥା କହିବା ବେଳେ ଦ୍ୱନ୍ଦ୍ୱରେ ପଡିପାରନ୍ତି କିମ୍ବା କହିବାକୁ ଶବ୍ଦ ଖୋଜି ପାରନ୍ତି ନାହିଁ । ସେହି ବ୍ୟକ୍ତି ଭାଷାକୁ ସଠିକ୍ ଭାବରେ କହିବା କିମ୍ବା ବୁଝିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।ଯଦି ଆପଣ ମଧ୍ଯ ଏଭଳି ଭାଷା ସମ୍ବନ୍ଧୀୟ ସମସ୍ୟା ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଯାହାଦ୍ୱାରା ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବ ।
ଚାଲିବାରେ ଅସୁବିଧା
ଷ୍ଟ୍ରୋକ୍ ହେତୁ ମସ୍ତିଷ୍କର ଏକ ଅଂଶ ସଂପୂର୍ଣ୍ଣ କିମ୍ବା ଆଂଶିକ ପ୍ରଭାବିତ ହୋଇପାରେ, ଯାହା ବ୍ୟକ୍ତିର ସନ୍ତୁଳନ ଏବଂ ସମନ୍ୱୟ ଉପରେ ପ୍ରଭାବ ପକାଇଥାଏ । ଫଳସ୍ୱରୂପ ବ୍ୟକ୍ତି ଚାଲିବାରେ ଅସମର୍ଥ ହୋଇପାରନ୍ତି ଏବଂ ସନ୍ତୁଳନ ରଖି ନପାରନ୍ତି ।
ମୁଣ୍ଡବିନ୍ଧା
ଅସ୍ୱାଭାବିକ ଏବଂ ପ୍ରବଳ ମୁଣ୍ଡବିନ୍ଧା ଷ୍ଟ୍ରୋକର ଏକ ପ୍ରମୁଖ ସଙ୍କେତ ହୋଇପାରେ । ଅନେକ ଦିନ ଧରି ଚାଲିଥିବା ମୁଣ୍ଡବିନ୍ଧାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଏହି ଯନ୍ତ୍ରଣା ଯେକୌଣସି କାରଣରୁ ହୋଇପାରେ । ରୋଗୀ ମୁଣ୍ଡବ୍ୟଥା ସହିତ ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ଅନୁଭବ କରିପାରନ୍ତି, ଯେପରିକି ବାନ୍ତି, ମୁଣ୍ଡ ବୁଲାଇବା ଏବଂ ଚେତା ହରାଇବା ଭଳି ଲାଗିଥାଏ । ତେଣୁ ଏହି ଲକ୍ଷଣକୁ କେବେ ମଧ୍ଯ ଅଣଦେଖା କରିବେ ନାହିଁ ।
ଦୃଷ୍ଟିଗତ ସମସ୍ୟା
ଦୃଷ୍ଟିଶକ୍ତି ହ୍ରାସ କିମ୍ବା ଅସ୍ପଷ୍ଟ ଦେଖାଯିବାର ଅନୁଭବ ମଧ୍ୟ ଷ୍ଚ୍ରୋକର ସଂକେତ ହୋଇପାରେ । ଷ୍ଟ୍ରୋକ୍ ହେତୁ ମସ୍ତିଷ୍କକୁ ରକ୍ତ ଯୋଗାଣରେ ବାଧା ସୃଷ୍ଟି ହୁଏ,ଯାହାଫଳରେ ଦୃଷ୍ଟିଗତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଜଣେ ବ୍ୟକ୍ତି ହଠାତ୍ ଗୋଟିଏ କିମ୍ବା ଉଭୟ ଆଖିରେ ଅସ୍ପଷ୍ଟ କିମ୍ବା ଆଖିକୁ ସବୁକିଛି କଳା ଦେଖାଯାଇପାରେ ।