indira gandhi: ଦେଶରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହି ବିଗୁଲ୍ ବାଜି ସରିଛି। ୧୮ତମ ଲୋକସଭା ପାଇଁ ଏପ୍ରିଲ ୧୯ରୁ ଜୁନ୍ ପହିଲା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ଦଳ ପ୍ରଚାର ଓ ପ୍ରାର୍ଥୀ ଘୋଷଣା ଆରମ୍ଭ କରିଦେଇଛନ୍ତି। ଏଭଳି ସ୍ଥିତିରେ ପୁରୁଣା ନିର୍ବାଚନକୁ ମନେ ପକାଇବା ମଧ୍ୟ ଅନିବାର୍ଯ୍ୟ। ୧୯୬୭ ରେ  ହୋଇଥିବା ନିର୍ବାଚନ ସମୟରେ ଏକ ସାଧାରଣ ସଭାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ଯାହା  ସିଧା ଆସି ତାଙ୍କ ନାକରେ ବାଜିବା ସହିତ  ରକ୍ତସ୍ରାବ ହୋଇଥିଲା। ଏହା ପରେ ମଧ୍ୟ ସେ ରୁମାଲରେ ନାକ କୁ ଚାପି ଭାଷଣ ଦେବା ଜାରି ରଖିଥିଲେ । ଏହାପରେ ସେ କୋଲକାତା ଯାଇ ଆଉ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ପରେ ତାଙ୍କୁ ନାକର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା।


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ୱରରେ ହୋଇଥିଲା ପଥର ମାଡ଼


ଇନ୍ଦିରା  ନିର୍ବାଚନ ପ୍ରଚାର ସଂକ୍ରାନ୍ତରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ସଭା ଭିଡ଼ ଭିତରେ କିଛି ଦୁର୍ବୃତ୍ତ ଥିଲେ।  ଯାହା ଫଳରେ ଆୟୋଜକଙ୍କ ପାଇଁ ଭିଡ଼କୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇପଡିଥିଲା। ଇନ୍ଦିରା ଗାନ୍ଧୀ ଭାଷଣ ଦେବା ଭିତରେ  ଦୁର୍ବୃତ୍ତମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଖଣ୍ଡିଏ ପଥର ଆସି ତାଙ୍କ ନାକରେ ମାଡ଼ ହୋଇଥିଲା। ପ୍ରଚୁର  ରକ୍ତସ୍ରାବ ସତ୍ୱେ ଇନ୍ଦିରା ଭାଷଣ ବନ୍ଦ କରିନଥିଲେ କି ସୁରକ୍ଷା କର୍ମୀଙ୍କ ପରାମର୍ଶରେ ସଭା ଛାଡି ଯାଇନଥିଲେ। ସ୍ଥାନୀୟ କଂଗ୍ରେସ କର୍ମୀମାନେ ତାଙ୍କୁ ମଞ୍ଚ ପଛ ଭାଗରେ ବସିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ  କାହାକଥା ଶୁଣିନଥିଲେ। ସେ ନିଜ ଭାଷଣରେ ବିଶୃଙ୍ଖଳାକାରୀଙ୍କୁ ଚ୍ୟାଲେଂଜ୍ କରିଥିଲେ। ସେ କହିଥିଲେ ଯେ, ଏହା ମୋର ଅପମାନ ନୁହେଁ ବରଂ ଦେଶ ପ୍ରତି ଅପମାନ। କାରଣ ପ୍ରଧାନମନ୍ତ୍ରୀ ଭାବରେ ମୁଁ ଦେଶର ପ୍ରତିନିଧିତ୍ୱ କରୁଛି।


ଇନ୍ଦିରା ଗାନ୍ଧି


ଏହି ଘଟଣା ପରେ ତାଙ୍କ କର୍ମଚାରୀ ଏବଂ ସୁରକ୍ଷା କର୍ମୀମାନେ ଇନ୍ଦିରା ଗାନ୍ଧୀଙ୍କୁ ଦିଲ୍ଲୀ ଫେରିଯିବାକୁ ଅନୁରୋଧ କରିଥିଲେ, କିନ୍ତୁ ସେ ତାକୁ ମଧ୍ୟ  ଗ୍ରହଣ କରିନଥିଲେ । ସେ ପରବର୍ତ୍ତୀ ସାଧାରଣ ସଭା ପାଇଁ କଲିକତା ଅଭିମୁଖେ ଯାତ୍ରା କରିଥିଲେ। ସେ କୋଲକାତାର ଲୋକଙ୍କ ସମ୍ମୁଖରେ ତାଙ୍କ ଭଙ୍ଗା ନାକରେ ବ୍ୟାଣ୍ଡେଜ୍ ଧରି ଭାଷଣ ଦେଇଥିଲେ।


ଦିଲ୍ଲୀରେ ନାକର ଅସ୍ତ୍ରୋପଚାର


ଦିଲ୍ଲୀ ଫେରିବା ପରେ ଜଣାପଡ଼ିଲା ଯେ ତାଙ୍କ ନାକରେ ଗଭୀର ଆଘାତ ଲାଗିଛି। ଏହାର ଅସ୍ତ୍ରୋପଚାର କରିବାକୁ ପଡିବ। ତାଙ୍କୁ ଅଚେତ କରି ତାଙ୍କ ନାକରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ଏହି ଅପରେସନରେ ମଧ୍ୟ ବହୁତ ସମୟ ଲାଗିଥିଲା। ତେବେ ପରେ ସେ ମଜାକରେ କହୁଥିଲେ ଯେ ପ୍ଲାଷ୍ଟିକ ସର୍ଜରୀ କରି ଡାକ୍ତର ମୋ ନାକକୁ ସୁନ୍ଦର କରିଦେବେ।  ଆପଣ ଜାଣନ୍ତି ମୋ ନାକ କେତେ ଲମ୍ବା କିନ୍ତୁ ଏହାକୁ ସୁନ୍ଦର କରିବାର ଏକ ସୁଯୋଗ ହାତଛଡ଼ା ହୋଇଯାଇଥିଲା। ଡାକ୍ତରମାନେ କିଛି କରିନଥିଲେ। ମୁଁ ମଧ୍ୟ ସେମିତି ରହିଥିଲି। ଇନ୍ଦିରାଙ୍କ ମାଉସୀ କ୍ରିଷ୍ଣା ହୁତିସିଂଙ୍କ ପୁସ୍ତକ 'ଇନ୍ଦୁ ଟୁ ପ୍ରାଇମ ମିନିଷ୍ଟର୍' ରେ ଏହି ଘଟଣା ବାବଦରେ ବର୍ଣ୍ଣନା ଅଛି। ସେ ଲେଖିଛନ୍ତି ଯେ, , 'ଏହି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ସମସ୍ତ ଦଳଙ୍କୁ  ସର୍ବସାଧାରଣରେ ଏହି ଘଟଣାକୁ ନିନ୍ଦା କରିବାକୁ ପଡ଼ିଥିଲା।