Baba Balakanatha: 


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ବାବା ବାଳକନାଥଙ୍କ ନାମ ଆସୁଛି । ରାଜସ୍ଥାନ ରାଜନୀତିରେ ହିନ୍ଦୁତ୍ୱର ଫାୟାର ବ୍ରାଣ୍ଡ୍ ନେତା ଭାବେ ବାବା ବାଳକନାଥ ପରିଚିତ । ରାଜସ୍ଥାନ ବିଜେପିକୁ ଆଗାମୀ ସରକାର ପାଇଁ ବାଛିଥିବା ବେଳେ ବାବା ବାଳକନାଥ ଯୋଗୀ ଆଦିତ୍ୟନାଥଙ୍କ ଭଳି ଗରମାଗରମ ବୟାନ ଦେଇ ସାରିଲେଣି । ଅପରାଧୀ ଆଉ ରାଜସ୍ଥାନରେ ଦେଖିବାକୁ ମିଳିବେନି ବୋଲି ବାବା ବାଳକନାଥ କହିଛନ୍ତି । ସଂସଦ ସଦସ୍ୟ ବାଳକନାଥଙ୍କୁ ବିଧାନସଭା ନିର୍ବାଚନ ଲଢାଇବା ପଛରେ ବିଜେପିର ଭବିଷ୍ୟତ ରଣନୀତି ରହିଛି  ବୋଲି କୁହାଯାଉଛି । ବାଳକନାଥଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରି ବିଜେପି ଲମ୍ବା ଅବଧି ପାଇଁ ରାଜସ୍ଥାନକୁ ନିଜ କବଜାରେ ରଖିବା ଲକ୍ଷ୍ୟରେ ଅଛି ବୋଲି ମଧ୍ୟ କିଛି ରାଜନୈତିକ ବିଶ୍ଲେଷକ କୁହନ୍ତି । ଏମିତିରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ,ବାବା ବାଳକନାଥ କିଏ ଓ ତାଙ୍କୁ ନେଇ ବିଜେପିର ପ୍ଲାନ୍ କ’ଣ ? ଆସନ୍ତୁ ଜାଣିବ ସବୁ ପ୍ରଶ୍ନର ଉତ୍ତର ।


ବାବା ବାଲକନାଥ ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥଙ୍କ ଭଳି  ନାଥ ସମ୍ପ୍ରଦାୟରୁ ଆସିଛନ୍ତି। ଯଦି ଯୋଗୀ ଆଦିତ୍ୟନାଥ ଗୋରଖପୁରର ନାଥ ସମ୍ପ୍ରଦାୟର ପୀଠ ଗୋରଖଧାମର ମହନ୍ତ ତେବେ ବାବା ବାଲକନାଥ ହରିୟାଣାର ରୋହତକର ମସ୍ତନାଥ ପୀଠର ମହନ୍ତ ଅଟନ୍ତି। ସେ ମାତ୍ର ୬ ବର୍ଷ ବୟସରେ ଆଧ୍ୟାତ୍ମିକତା ଜଗତରେ ପ୍ରବେଶ କରିଥିଲେ।


ବାଲକନାଥ ୧୬ ଏପ୍ରିଲ ୧୯୮୪ ରେ ହରିଆନାର ଅଲୱାର ଜିଲ୍ଲାର କୋହରାନା ଗାଁର ଏକ ଯାଦବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାର କୃଷି ସହିତ ଜଡିତ ଥିଲା କିନ୍ତୁ ସାଧୁସନ୍ଥଙ୍କ ସେବାରେ ପରିବାର ବ୍ୟସ୍ତ ରହୁଥିଲା ।  ଏହି କାରଣରୁ ବହୁତ କମ୍ ବୟସରେ ବାଲକନାଥ ମହନ୍ତ ଚାନ୍ଦନାଥଙ୍କ ସହ ହନୁମାନଗଡ ପୀଠକୁ ଯାଇ ତାଙ୍କଠାରୁ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରିଥିଲେ।


ବାବା ବାଲକନାଥଙ୍କୁ ରାଜସ୍ଥାନରେ ଜଣେ ଫାୟାରବ୍ରାଣ୍ଡ ନେତା ଭାବେ ବିବେଚନା କରାଯାଏ। ସେ ହିନ୍ଦୁତ୍ୱ ବିଷୟରେ ଖୋଖୋଲି କୁହନ୍ତି । ତାଙ୍କ ଭାଷଣରେ ହିନ୍ଦୁତ୍ୱକୁ ନେଇ ସେ ଉତ୍ସାହର ସହିତ କଥାବାର୍ତ୍ତା କରନ୍ତି । ଏମିତିକି ନିକଟରେ ସରିଥିବା ନିର୍ବାଚନ ପ୍ରଚାରକାଳରେ ସେ ବୁଲଡୋଜର ସହିତ ଅନେକ ସ୍ଥାନକୁ ଯାଇଥିଲେ,ତେଣୁ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କର ବିଶେଷ ସମ୍ପର୍କ ଥିବା ବିଶ୍ୱାସ କରାଯାଏ।  ଯେହେତୁ ଉଭୟ ନାଥ ସମ୍ପ୍ରଦାୟର ଅଟନ୍ତି, ତେଣୁ ପରସ୍ପର ପ୍ରତି ସେମାନଙ୍କର ଏକ ବିଶେଷ ସମ୍ପର୍କ ରହିଛି ।  ନାଥ ସମ୍ପ୍ରଦାୟରେ ଗୋରଖ ପୀଠାଧୀଶଙ୍କୁଏହି ସମ୍ପ୍ରଦାୟର  ଅଧ୍ୟକ୍ଷ  ଏବଂ ରୋହତକ ପୀଠାଧୀଶଙ୍କୁ  ଉପ-ଅଧ୍ୟକ୍ଷ  ଭାବରେ ବିବେଚନା କରାଯାଏ। ବାଲକନାଥ ରୋହତକ ନାଥ ସମ୍ପ୍ରଦାୟର ଅଷ୍ଟମ ସାଧୁ ଭାବରେ ପରିଗଣିତ ହୋଇଥାନ୍ତି ।


ବାବା ବାଲକନାଥ 2016 ମସିହାରେ ରୋହତକର ମସ୍ତନାଥ ପୀଠର ଉତ୍ତରାଧିକାରୀ ହୋଇଥିଲେ। ସେ ବାବା ମସ୍ତନାଥ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ଅଟନ୍ତି। ନିର୍ବାଚନ ପୂର୍ବରୁ ଯେତେବେଳେ କିଛି ସର୍ଭେ ଏଜେନ୍ସି ରାଜସ୍ଥାନରେ ସର୍ଭେ କରୁଥିଲେ, ସେତେବେଳେ ବାବା ବାଲକନାଥ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ୱିତୀୟ ଲୋକପ୍ରିୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଥିଲେ। ଏହି ପଦ ପାଇଁ ରାଜସ୍ଥାନ ଭୋଟରଙ୍କ ପ୍ରଥମ ପସନ୍ଦ ଥିଲେ ଅଶୋକ ଗେହଲୋତ ।


ବାବା ବାଲକନାଥ ଓବିସି ବର୍ଗରୁ ଆସନ୍ତି । ନିର୍ବାଚନୀ ସତ୍ୟପାଠରେ ସେ ତାଙ୍କା ପଖରେ ୪୫ ହଜାର ଟଙ୍କା ନଗଦ ଥିବା ଘୋଷଣା କରିଥିଲେ । ଏହା ସହିତ ସାଂସଦ ଭାବେ ଦରମା ବାବଦରେ  ସେ ପାଇଥିବା ଟଙ୍କା ଦିଲ୍ଲୀ ସଂସଦରେ ଅବସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଜମା ଥିବା କଥା ସତ୍ୟପାଠରେ ଉଲ୍ଲେଖ କରିଥିଲେ । ଯାହାର  ପରିମାଣ ହେଉଛି 13 ଲକ୍ଷ 29 ହଜାର 558 ଟଙ୍କା । ଏହା ସହିତ  ତିଜାରେ ସ୍ଥିତ ଏସବିଆଇ ଶାଖରେ  5000 ଟଙ୍କା ଜମା ତାଙ୍କ ନାମରେ ଅଛି ।