PV Narasimha Rao:ଭାରତ ରତ୍ନ ପିଭି ନରସିଂହା ରାଓଙ୍କ ଶବଧାରାକୁ କାହିଁକି କଂଗ୍ରେସ ମୁଖ୍ୟାଳୟ ଭିତରକୁ ଛଡ଼ା ଯାଇନଥିଲା ? କିଏ କରିଥିଲା ମନା ?
ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ ଭାରତରତ୍ନ ମିଳିବା ନେଇ ଘୋଷଣା କରିଛନ୍ତି ପିଏମ ମୋଦି । ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ଆର୍ଥିକ ସୁଧାର କଥା ଆସିଲେ ରାଓଙ୍କୁ ଶ୍ରେୟ ଦେବାକୁ ଭୁଲିବନି ଦେଶ । ଏକଦା କଂଗ୍ରେସର ଏହି ବରିଷ୍ଠ ରାଜନୈତିକ କ୍ୟାରିଅରରେ ଡୋରି ବାନ୍ଧି ଦିଲ୍ଲୀ ଛାଡିବା ପାଇଁ ମନସ୍ଥ କରି ନେଇଥିଲ
PV Narasimha Rao:
ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ ଭାରତରତ୍ନ ମିଳିବା ନେଇ ଘୋଷଣା କରିଛନ୍ତି ପିଏମ ମୋଦି । ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ଆର୍ଥିକ ସୁଧାର କଥା ଆସିଲେ ରାଓଙ୍କୁ ଶ୍ରେୟ ଦେବାକୁ ଭୁଲିବନି ଦେଶ । ଏକଦା କଂଗ୍ରେସର ଏହି ବରିଷ୍ଠ ରାଜନୈତିକ କ୍ୟାରିଅରରେ ଡୋରି ବାନ୍ଧି ଦିଲ୍ଲୀ ଛାଡିବା ପାଇଁ ମନସ୍ଥ କରି ନେଇଥିଲେ । କିନ୍ତୁ ରାଜୀବ ଗାନ୍ଧୀଙ୍କ ହତ୍ୟା ପରର ସମୀକରଣରେ ପ୍ରଥମେ ସେ କଂଗ୍ରେସ ଅଧ୍ୟକ୍ଷ ଆଉ ତା ପରେ ସିଧା ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ ।
ପିଭି ନରସିଂହା ରାଓ ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ହେଲେ ସେତେବେଳେ ସୋନିଆ ଗାନ୍ଧୀ ରାଜନୀତିରେ ସକ୍ରିୟ ନଥିଲେ । ନରସିଂହ ରାଓ ପିଏମ ହେବା ପରେ ସୋନିଆ ଗାନ୍ଧୀଙ୍କ ସହ ବିବାଦ ସାମନାକୁ ଆସିଥିଲା । ବରିଷ୍ଠ ସାମ୍ବାଦିକ ରଶିଦ କିଦୱାଇ ନିଜ ବହି ‘ଭାରତର ପ୍ରଧାନମନ୍ତ୍ରୀ’ରେ ଅଯୋଧ୍ୟା ବିବାଦ ସମାଧାନ କରିବାରେ ରାଓଙ୍କ ଅକ୍ଷମତା, ଆର୍ଥିକ ସୁଧାର, ରାଜୀବ ଗାନ୍ଧୀ ହତ୍ୟା ଷଡଯନ୍ତ୍ର, ଦୁର୍ନୀତିରେ ରାଓଙ୍କ ସହଯୋଗୀଙ୍କ ସଂପୃକ୍ତି ଭଳି ପ୍ରସଙ୍ଗ ୧୦ ଜନପଥ ଓ ସେଭେନ ରେସକୋର୍ସ ମଧ୍ୟରେ ଥିବା ଦୂରତାକୁ ପଦାରେ ପକାଇଥିଲା ।
ଏଇଠୁ ବଢିଥିଲା ବିବାଦ ?
୧୯୯୨ ଜାନୁଆରୀରେ ଏକ ଏଭଳି ଘଟଣା ଘଟିଥିଲା ଯାହା ରାଓ ଓ ସୋନିଆଙ୍କ ସମ୍ପର୍କକୁ ସବୁଦିନ ପାଇଁ ଖଟା କରିଦେଇଥିଲା । ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ଭିନସେଣ୍ଟ ଜର୍ଜଙ୍କୁ ରାଜ୍ୟସଭା ପଠାଇବା ପ୍ରସଙ୍ଗକୁ ନେଇ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସେହି ସମୟରେ ରାଓ ଋଷ ଗସ୍ତରେ ଥାଆନ୍ତି । ଜର୍ଜଙ୍କୁ ଟିକେଟ ମିଳିବା ନେଇ ରାଓ ସୋନିଆଙ୍କ ସହ ଯୋଗାଯୋଗ କରିଥିଲେ । ସେତେବେଳେ ସେନିଆ କହିଥିଲେ ଯେ ଯଦି ଦଳ ଚାହୁଁଛି ତେବେ ଜର୍ଜଙ୍କୁ ଟିକେଟ ମିଳିବା ଉଚିତ୍ । ଋଷରୁ ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଥିଲା ସତ । ତାଲିକାରେ ମାର୍ଗେରେଟ୍ ଆଲଭାଙ୍କ ନାମ ଥିଲା କିନ୍ତୁ ଜର୍ଜଙ୍କ ନାଁ ନଥିଲା ।
ଭିନସେଣ୍ଟ ନିଆଁରେ ଘିଅ ଢାଳିଥିଲେ
ରାଜ୍ୟସଭା ଟିକେଟ୍ ନପାଇବା ପରେ ଭିନସେଣ୍ଟ ରାଓଙ୍କୁ ନେଇ ଅସନ୍ତୁଷ୍ଟ ହୋଇଥିଲେ । ଏହାପରେ ସୋନିଆ ଓ ରାଓଙ୍କ ମଧ୍ଯରେ ସେ ବିଭେଦ ସୃଷ୍ଟିର ମୁଖ୍ୟ କାରଣ ହୋଇଥିଲେ ବୋଲି କୁହାଯାଏ । ଏହି ସମୟରେ ଅର୍ଜୁନ ସିଂ ଓ ନାରାୟଣ ଦତ୍ତ ତିୱାରୀଙ୍କ ଭଳି ନେତା ରାଓଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ । ଏହି ନେତାଙ୍କ ବିରୋଧ ଓ ରାଓ-ସୋନିଆଙ୍କ ମଧ୍ୟରେ ଶୀତଳ ଯୁଦ୍ଧର ପରିଣାମ ଥିଲା କଂଗ୍ରେସରେ ବିଭାଜନ । କଂଗ୍ରେସରୁ ଗୋଟିଏ ଗୋଷ୍ଠୀ ବାହାରି ଯାଏ ତିଆରୀ କଂଗ୍ରେସ ଗଠନ କରିଥିଲେ । ଯାହା ୧୯୯୬ ନିର୍ବାଚନରେ ସେଭଳି କିଛି କରିସ୍ମା କରିନଥିଲା କିନ୍ତୁ କଂଗ୍ରେସ ରାସ୍ତାରେ କଣ୍ଟା ସାଜିଥିଲା ।
ମୃତ୍ୟୁ ପରେ ବି ରାଓ ଥିଲେ ଅସ୍ପୃଶ୍ୟ
ବିଜୟ ସେତୁପତୀଙ୍କ ପୁସ୍ତକ ’ଦ ହାଫ୍ ଲାଇନ୍’ ଅନୁସାରେ ପ୍ରଧାନମନ୍ତ୍ରୀ ପଦରୁ ଯିବା ପରେ ବି ରାଓ ଏବଂ ସୋନିଆଙ୍କ ମଧ୍ୟର ମତାନ୍ତର କମ ହୋଇନଥିଲା । ଉଭୟଙ୍କ ମଧ୍ୟରେ ସଂପର୍କ ପୂର୍ବପରି କେବେ ମଧ୍ୟ ହୋଇନଥିଲା । ସେତୁପତୀଙକ୍ ଅନୁସାରେ ଡିସେମ୍ବର ୨୩,୨୦୦୪ରେ ରାଓଙ୍କ ନିଧନ ହୋଇଥିଲା । ନିଧନ ପରେ ରାଓଙ୍କୁ ସୋନିଆ କେତେ ନାପସନ୍ଦ କରୁଥିଲେ ତାହା ସାମ୍ନାକୁ ଆସିଥିଲା ।
ଯେଉଁଦିନ ରାଓଙ୍କ ନିଧନ ହୋଇଥିଲା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବାସଭବନରେ ପହଞ୍ଚିଥିଲେ ସୋନିଆ ଗାନ୍ଧୀ, ଡ.ମନମୋହନ ସିଂଙ୍କ ସମେତ ପ୍ରଣବ ମୁଖାର୍ଜୀ । ରାଓଙ୍କ ପରିବାରବର୍ଗ ଦିଲ୍ଲୀରେ ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିବାବେଳେ କଂଗ୍ରେସ କିନ୍ତୁ ହାଇଦ୍ରାବାଦରେ ଅନ୍ତିମ ସଂସ୍କାର କରିବାକୁ ଚାପ ପକାଇଥିଲା । ଶେଷରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ରାଜେଶ୍ବର ରେଡ୍ଡୀଙ୍କ ହସ୍ତକ୍ଷେପ ପରେ ପରିବାର ଲୋକେ ହାଇଦ୍ରାବାଦରେ ରାଓଙ୍କ ସଂସ୍କାର କରିବା ପାଇଁ ରାଜି ହୋଇଥିଲେ ।
ଡିସେମ୍ବର ୨୪ରେ ରାଓଙ୍କ ପାର୍ଥୀବ ଶରୀର ଯେତେବେଳେ କଂଗ୍ରେସ ମୁଖ୍ୟାଳୟକୁ ସାଧାରଣ ଦର୍ଶନ ପାଇଁ ଅଣାଯାଇଥିଲା ସେତେବେଳେ ଦଳ ମୁଖ୍ୟାଳୟର ଫାଟକରେ ତାଲ ପଡିଥିଲା । ରାଓଙ୍କ ପାର୍ଥିବ ଶରିରକୁ ମୁଖ୍ୟାଳୟ ମଧ୍ୟକୁ ଯିବାକୁ ଦିଆଯାଇନଥିଲା । କୁହାଯାଏ ଯେ, ଦଳର ଜଣେ ବରିଷ୍ଠ ନେତାଙ୍କର ଏନେଇ କଠୋର ଆଦେଶ ଥିଲା । । ତୋପ ସଲାମୀ ଗାଡି ପହଞ୍ଚିବା କ୍ଷଣି ଜଣେ କଂଗ୍ରେସ କର୍ମୀ କହିଥିଲେ ଏହି ଗେଟ୍ ଖୋଲେ ନାହିଁ । ସେତେବେଳେ ସେଠାରେ ଉପସ୍ଥିତ ଥିବା ସୋନିଆ ଗାନ୍ଧୀ ଓ ମନମୋହନ ସିଂ ଙ୍କ ଭଳି ନେତା ଗେଟ୍ ନିକଟକୁ ଆସି ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ଖୋଲି ନଥିଲା ମୁଖ୍ୟ ଗେଟ୍ । ପାଖାପାଖି ଅଧଘଣ୍ଟା ଅପେକ୍ଷା ପରେ ରାଓଙ୍କ ଶବ ଏୟାରପେର୍ଟ ଅଭିମୁଖେ ବାହାରିଥିଲା ।