Poorest got Poorer:


COMMERCIAL BREAK
SCROLL TO CONTINUE READING

କ୍ରୋନି କ୍ୟାପିଟାଲିଜମ୍ । ଧନୀ ଅଧିକରୁ ଅଧିକ ଧନୀ ହେଉଛନ୍ତି  । ଗରିବ ଅଧିକ ଗରିବ ହେଉଛନ୍ତି । ଏମିତି କଥା ଆପଣ ଶୁଣିଥିବେ । କରୋନା ମହାମାରୀ ପରଠାରୁ ଆପଣଙ୍କ ଆୟ ତୁଳନାରେ ବଜେଟ୍ ବଢିଯାଇଥିବ । ଏମିତିରେ ଅକ୍ସଫାମ୍ ଯାହା କହୁଛି ତାହା ନିଶ୍ଚୟ ଚିନ୍ତାଜନକ । ଅକ୍ସଫାମ୍ ରିପୋର୍ଟ ଅନୁସାରେ ବିଶ୍ୱରେ ଧନୀଙ୍କ ଧନ ଗତ ୪ ବର୍ଷ ଭିତରେ ଦୁଇଗୁଣ ହୋଇଛି । ଆଉ ସେହି ତୁଳନାରେ ଗରୀବି ମଧ୍ୟ ବଢିଛି । ଧନୀ ଓ ଗରିବଙ୍କ ମଧ୍ଯରେ ପାର୍ଥକ୍ୟ ଖାଇର ରୂପ ନେଇଛି । ଯଦି ଦୁନିଆର ମ୍ୟାପରୁ ଦାରିଦ୍ର୍ୟକୁ ଦୁର କରିବା ପାଇଁ ଏବେ କିଛି ଉଦ୍ୟମ ହୁଏ ତେବେ ପୃଥିବୀରୁ ଦାରିଦ୍ର୍ୟ ଲୋପ କରିବାକୁ ଓ ଗରିବଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଆଣିବାକୁ ୨୨୯ ବର୍ଷ ଲାଗିବ । ଏହା କହୁଛି ଅକ୍ସଫାମ୍ ରିପୋର୍ଟ ।


କ’ଣ କହୁଛି ଅକ୍ସଫାମ୍ ରିପୋର୍ଟ୍ ?


2020 ପରଠାରୁ ଦୁନିଆର ପାଞ୍ଚ ସବୁଠାରୁ ଧନୀ ବ୍ୟକ୍ତିଙ୍କ ନେଟୱର୍ଥ୍ ବା ମୋଟ ସମ୍ପତ୍ତି ମୂଲ୍ୟ ଦ୍ୱିଗୁଣିତ ହୋଇଛି। ଆଗାମୀ ଏକ ଦଶନ୍ଧି ମଧ୍ୟରେ ବିଶ୍ୱ ତା’ ଇତିହାସର  ପ୍ରଥମ ଟ୍ରିଲିୟନେୟାର ପାଇପାରେ ବୋଲି ରିପୋର୍ଟ୍ ଦାବି କରିଛି । କାରଣ ଯେଉଁଭାବରେ ସୁପର ଧନୀଙ୍କ ଧନ ବଢୁଛି ତାହା ଅସମ୍ଭବ ନୁହେଁ । କିନ୍ତୁ ଚିନ୍ତାଜନକ କଥା ହେଉଛି ଯେ, ବିଶ୍ୱରୁ ଦାରିଦ୍ର୍ୟ ଦୂର କରିବାକୁ ଦୁଇ ଶତାବ୍ଦୀରୁ ଅଧିକ ସମୟ ଲାଗିବ । ଅକ୍ସଫାମ୍ ହିସାବ ଅନୁସାରେ ଦାରିଦ୍ର୍ୟ ମୁଳପୋଛ କରିବାକୁ ୨୨୯ ବର୍ଷ ଲାଗିବ । ରିପୋର୍ଟ ଅନୁସାରେ ଦୁନିଆର ସର୍ବଶ୍ରେଷ୍ଠ ୫ ଧନୀକଙ୍କ ତାଲିକାରେ ଥିବା ଏଲନ ମସ୍କ,ବର୍ଣ୍ଣାର୍ଡ୍ ଅର୍ଣ୍ଣାଲ୍ଟ,ଜେଫ୍ ବେଜୋସ,ଲେରି ଏଲିସନ ଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ୨୦୨୦ ପରେ ଦୁଇଗୁଣ ହୋଇ ୮୬୯ ବିଲିୟନ ହୋଇଛି । ତେବେ ଏହି ଅବଧିରେ ବିଶ୍ୱର ୫ ଶହ କୋଟି ଲୋକ ଗରିବ ହୋଇଛନ୍ତି ।


ଅର୍ବୁଦପତି ସିଇଓ


ସୋମବାର ବିଶ୍ୱ ଅର୍ଥନନୈତିକ ଫୋରମ୍ (WEF) ର ବାର୍ଷିକ ବୈଠକର ପ୍ରଥମ ଦିନ (ସୋମବାର)ଅକ୍ସଫାମ୍ ଏହାର ବାର୍ଷିକ ଅସମାନତା ରିପୋର୍ଟ ପ୍ରକାଶ କରି କହିଛି ଯେ,ବିଶ୍ୱର 10 ଟି ବୃହତ ଶିଳ୍ପ ଗୋଷ୍ଠୀର ସାତଜଣଙ୍କର ସିଇଓ କିମ୍ବା ପ୍ରମୁଖ ଅଂଶୀଦାର ଅର୍ବୁଦପତି ବା ବିଲିୟନେୟାର ଅଟନ୍ତି। ରିପୋର୍ଟରେ କୁହାଯାଇଛି ଯେ 148 ଟି ଟପ୍ ଗ୍ରୁପ୍ 1800 ବିଲିୟନ ଆମେରିକୀୟ ଡଲାରର ଲାଭ କରିଛନ୍ତି, ଯାହା ତିନି ବର୍ଷର ହାରାହାରି ତୁଳନାରେ 52 ପ୍ରତିଶତ ଅଧିକ। ଧନୀ ଅଂଶୀଦାରମାନଙ୍କୁ ବିପୁଳ ପରିମାଣର ଦରମା ପ୍ରଦାନ କରାଯାଇଥିବାବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ସମୟରେ ଛଟେଇ କରାଯାଇଛି ।


229 ବର୍ଷ ପର୍ଯ୍ୟନ୍ତ ଦାରିଦ୍ର୍ୟ ସମାପ୍ତ ହେବ ନାହିଁ


ଅସମାନତା ଏବଂ ଗ୍ଲୋବାଲ କର୍ପୋରେଟ ପାୱାର ଉପରେ ଅକ୍ସଫାମର ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ପାଞ୍ଚ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି 2020 ରୁ 405 ବିଲିୟନ(ଅର୍ବୁଦ) ଡ଼ଲାରରୁ 869 ବିଲିୟନ ଡ଼ଲାରରେ ପହଞ୍ଚିଛି (ଘଣ୍ଟା ପ୍ରତି ଆୟ 14 ନିୟୁତ ଡ଼ଲାରରେ)। କିନ୍ତୁ ଏହି ଅବଧିରେ ପ୍ରାୟ ପାଞ୍ଚ ବିଲିୟନ(୫ଶହ କୋଟି) ଲୋକ ଦାରିଦ୍ର୍ୟ ଭିତରୁ ଚାଲିଯାଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଯଦି ବର୍ତ୍ତମାନର ଧାରା ଅବ୍ୟାହତ ରହେ ତେବେ ଏକ ଦଶନ୍ଧି ମଧ୍ୟରେ ବିଶ୍ୱ ଏହାର ପ୍ରଥମ ଟ୍ରିଲିୟନେୟାର ପାଇବ, କିନ୍ତୁ ଆଗାମୀ 229 ବର୍ଷ ପାଇଁ ଦାରିଦ୍ର୍ୟ ସମାପ୍ତ ହେବ ନାହିଁ।


ଧନୀ ଦେଶମାନଙ୍କର ଅଧିକ ଧନ ଅଛି


ଅକ୍ସଫାମ ଇଣ୍ଟରନ୍ୟାସନାଲ୍ର ମଧ୍ୟବର୍ତ୍ତୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମିତାଭ ବେହାର କହିଛନ୍ତି ଯେ ଅସମାନତାର ଏହି ପରିସ୍ଥିତି ଦୁର୍ଘଟଣାଗ୍ରସ୍ତ ସୃଷ୍ଟି ହୋଇ ନାହିଁ। ବିଲିୟନେୟାର ଶ୍ରେଣୀ ଏହା ସୁନିଶ୍ଚିତ କରୁଛି ଯେ ସେମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଲାଭ ପାଇବେ ।  ଅକ୍ସଫାମ ଅନୁଯାୟୀ, ବିଶ୍ୱ ଜନସଂଖ୍ୟାର ମାତ୍ର 21 ପ୍ରତିଶତ ପ୍ରତିନିଧିତ୍ୱ କରିବା ସତ୍ୱେ, ଗ୍ଲୋବାଲ୍ ନର୍ଥରେ  ଧନୀ ଦେଶଗୁଡିକଙ୍କ ପାଖରେ ବିଶ୍ୱ ସମ୍ପତ୍ତିର 69% ରହିଛି ଓ ବିଶ୍ୱର ଅର୍ବୁଦପତିଙ୍କ ମଧ୍ୟରୁ ୭୪ ପ୍ରତିଶତ ଏହି ଅଂଚଳରେ ବାସ କରୁଛନ୍ତି ।