ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ FIR ରୁଜୁ, ଭଗବାନଙ୍କୁ ନେଇ ଦେଇଥିଲେ ଆପତ୍ତିଜନକ ବୟାନ
Advertisement
Article Detail0/zeeodisha/odisha1082090

ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ FIR ରୁଜୁ, ଭଗବାନଙ୍କୁ ନେଇ ଦେଇଥିଲେ ଆପତ୍ତିଜନକ ବୟାନ

ମିଡିଆ କର୍ମୀଙ୍କ ସହ ବାର୍ତ୍ତାଳାପ ସମୟରେ ଯେତେବେଳେ ସେ ଏହି ମନ୍ତବ୍ୟ ଦେଇଥିଲେ, ସେତେବେଳେ ତାଙ୍କର ସାଥୀ କଳାକାରମାନେ ମଧ୍ୟ ଉପସ୍ଥିତ ଥିଲେ । ଅଭିନେତ୍ରୀଙ୍କ ଏହି ବୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ତାଙ୍କ ଅନ୍ତଃବସ୍ତ୍ର ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ଭଗବାନଙ୍କ ଉଲ୍ଲେଖ କରୁଛନ୍ତି । 

ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ FIR ରୁଜୁ, ଭଗବାନଙ୍କୁ ନେଇ ଦେଇଥିଲେ ଆପତ୍ତିଜନକ ବୟାନ

ନୂଆଦିଲ୍ଲୀ: Shweta Tiwari Bra Comment: ବିଗ୍ ବସ୍ ସିଜନ୍ ୪ ବିଜେତା (Bigg Boss Season 4 Winner) ତଥା ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀ (Shweta Tiwari) ଙ୍କ ବୟାନକୁ ନେଇ ବିବାଦ ବଢ଼ିଚାଲିଛି । ଭୋପାଳରେ ଏକ କାର୍ଯ୍ୟକ୍ରମ ସମୟରେ ସେ କହିଥିଲେ ଯେ, ଭଗବାନ ତାଙ୍କ ବ୍ରା'ର ସାଇଜ୍ ନେଉଛନ୍ତି । ଏହି ବୟାନକୁ ନେଇ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ରା (Madhya Pradesh Home Minister Dr Narottam Mishra) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଭୋପାଳର ଶ୍ୟାମଲା ହିଲ୍ସ ପୋଲିସ ଷ୍ଟେସନରେ ତିୱାରୀଙ୍କ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ ହୋଇଛି ।

ଶ୍ୱେତା ତିୱାରୀ (Shweta Tiwari) ଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ କରିବାର ଧାରା 295A ଅନୁଯାୟୀ ମାମଲା ରୁଜୁ ହୋଇଛି । ଏକ ୱେବ୍ ସିରିଜର ଘୋଷଣା କରିବା ପାଇଁ ଶ୍ୱେତା ତିୱାରୀ ଅନେକ କଳାକାରଙ୍କ ସହ ଭୋପାଳକୁ ଯାଇଥିଲେ ଓ ଆଲୋଚନା ସମୟରେ ସେ ଭଗବାନଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ଏହି ବୟାନ ହିନ୍ଦୁ ଭାବନାକୁ ଆହତ କରିଛି ବୋଲି ମନେ କରାଯାଉଛି ।

ମିଡିଆ କର୍ମୀଙ୍କ ସହ ବାର୍ତ୍ତାଳାପ ସମୟରେ ଯେତେବେଳେ ସେ ଏହି ମନ୍ତବ୍ୟ ଦେଇଥିଲେ, ସେତେବେଳେ ତାଙ୍କର ସାଥୀ କଳାକାରମାନେ ମଧ୍ୟ ଉପସ୍ଥିତ ଥିଲେ । ଅଭିନେତ୍ରୀଙ୍କ ଏହି ବୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ତାଙ୍କ ଅନ୍ତଃବସ୍ତ୍ର ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ଭଗବାନଙ୍କ ଉଲ୍ଲେଖ କରୁଛନ୍ତି । ଶ୍ୱେତା ତିୱାରୀ କହିଛନ୍ତି, 'ଭଗବାନ ମୋ ବ୍ରା ସାଇଜ୍ ନେଉଛନ୍ତି ।'

ଏହା ବି ପଢ଼ନ୍ତୁ:-ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲା ଏହି ସିଟ୍; ଗୋଟିଏ ଆସନ, ଦାବିଦାର ୩, ଦଳ କାହାକୁ ଦେବ ଟିକେଟ?

ଏହା ବି ପଢ଼ନ୍ତୁ:-ଖସୁଛି ପାରଦ, ବଢିବ ଶୀତ; ଏସବୁ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି

ଏହା ବି ପଢ଼ନ୍ତୁ:-ପଞ୍ଜାବରେ କଂଗ୍ରେସକୁ ଚନ୍ନି ନା ସିଦ୍ଧୁଙ୍କ ଚେହେରା ଉପରେ ନିର୍ବାଚନ ଲଢ଼ିବା ଉଚିତ୍? ଜାଣନ୍ତୁ ଜନତାଙ୍କ ଜବାବ

ଏହା ବି ପଢ଼ନ୍ତୁ:-ଭଲ ଖବର! କେନ୍ଦ୍ର ସରକାର ମହିଳା ଓ ପୁରୁଷଙ୍କୁ ପ୍ରତି ମାସରେ ଦେବେ ୩୦୦୦ ଟଙ୍କା, ଆପଣ ଆଜି ହିଁ କରନ୍ତୁ ଆବେଦନ

 

ଶ୍ୱେତା ତିୱାରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ (Narottam Mishra)  କହିଛନ୍ତି ଯେ ସେ ଏହି ବୟାନ ଶୁଣିଛନ୍ତି ଓ ଦେଖିଛନ୍ତି । ଭୋପାଳରେ ଅଭିନେତ୍ରୀ ଶ୍ୱେତା ତିୱାରୀ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ । ତଥ୍ୟ ଓ ପ୍ରସଙ୍ଗର ଯାଞ୍ଚ ଏବଂ ୨୪ ଘଣ୍ଟା ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ ଭୋପାଳ ପୋଲିସ କମିଶନର ମକରନ୍ଦ ଦେଓସ୍କରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯାହା ଆଧାରରେ ନିଷ୍ପତ୍ତି ନିଆଯିବ ।