ଏହି ସବୁ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଓ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି ।
Trending Photos
ନୂଆଦିଲ୍ଲୀ: Punjab Election 2022: ପଞ୍ଜାବ ବିଧାନସବା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଆସନ୍ତା ମାସ ଅର୍ଥାତ ଫେବୃଆରୀ ୨୦ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ରାଜନୀତିର ପାରା ବଢ଼ିଯାଇଛି । ଚଲିତ ନିର୍ବାଚନରେ କଂଗ୍ରେସ (Congress) ପାଖରେ କ୍ଷମତା ବଜାୟ ରଖିବାର ଚ୍ୟାଲେଞ୍ଚ ରହିଥିବାବେଳେ ଆମ୍ ଆଦମୀ ପାର୍ଟି (AAP) କ୍ଷମତା ହାସଲ କରିବା ପାଇଁ ପୂରା ଜୋର ଲଗାଇଛି । ସେପଟେ ଶିରୋମଣି ଅକାଲୀ ଦଳ (SAD) ମଧ୍ୟ ରେସରେ ଅଛି । ଏହି ଦଳ ନିଜର ପ୍ରସ୍ତୁତି ଜୋରସୋରେ କରୁଛି । ଅର୍ଥାତ ପଞ୍ଜାବରେ ଲଢ଼େଇ ତ୍ରିକୋଣୀୟ ହୋଇପାରେ । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ବିଜେପି (BJP) ସହ ମେଣ୍ଟ କରି ନିର୍ବାଚନୀ ମୈଦାନରେ ଓହ୍ଲାଇଛନ୍ତି । ଯାହା ପରେ ଚଳିତ ନିର୍ବାଚନ ବହୁତ ମଜାଦାର ହୋଇପଡ଼ିଛି ।
ଏହି ସବୁ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଓ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ସେପଟେ କଂଗ୍ରେସରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଲାଗି ରହିଛି । ମୁଖ୍ୟତଃ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦର ପ୍ରବଳ ଦାବିଦାର ହେଉଛନ୍ତି ଚରଣଜିତ ସିଂ ଚନ୍ନି (Charanjit Singh Channi) ଓ ନବଜୋତ ସିଂ ସିଦ୍ଧୁ । ଏହା ସମୟରେ କଂଗ୍ରେସ (Congress) ର ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ସି ଭୋଟର ସର୍ଭେ (C Voter Survey) କରିଛି, ଏହି ସର୍ଭେରେ ଜନତାଙ୍କ ଜବାବ ଆଶ୍ଚର୍ଯ୍ୟଜନକ ଥିଲା ।
କଂଗ୍ରେସ କାହା ଚେହେରା ଉପରେ ନିର୍ବାଚନ ଲଢ଼ିବା ଉଚିତ୍? ଏହି ପ୍ରଶ୍ନ ଉପରେ ୪୦ ପ୍ରତିଶତ ଲୋକ କହିଛନ୍ତି ଯେ ଚରଣଜିତ ସିଂ ଚନ୍ନିଙ୍କ ଚେହେରା ଉପରେ ଲଢ଼ିବା ଆବଶ୍ୟକ । ଅନ୍ୟପଟେ ୨୧ ପ୍ରତିଶତ ଲୋକ କହିଛନ୍ତି ଯେ, ସିଦ୍ଧୁଙ୍କ ଚେହେରା ଉପରେ ନିର୍ବାଚନ ଲଢ଼ିବା ଉଚିତ । ଏଥି ସହିତ ୨୭ ପ୍ରତିଶତ କହିଛନ୍ତି ଯେ ଉଭୟ ନୁହେଁ । ଏହା ବ୍ୟତୀତ ୧୨ ପ୍ରତିଶତ ଜନତା କୌଣସି ପ୍ରକାରର ଜବାବ ଦେଇନାହାଁନ୍ତି ।
ଉଭୟ ନେତା ମୁଖ୍ୟମନ୍ତ୍ରୀଙ୍କ ପଦ ଉପରେ କରାଯାଉଥିବା ପ୍ରଶ୍ନକୁ ଅଣଦେଖା କରିଆସୁଛନ୍ତି । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା କିଏ ହେବେ ପ୍ରଶ୍ନ ଉପରେ ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ, ମୋ ଭାଗ୍ୟରେ ଯାହା ଲେଖା ହୋଇଛି ତାହା କେହି ଛଡ଼ାଇ ନେଇ ପାରିବେ ନାହିଁ । ଭାଗ୍ୟ ମନୁଷ୍ୟର କାର୍ଯ୍ୟ ଦ୍ୱାରା ସୃଷ୍ଟି ହୋଇଥାଏ । ମୁଁ ପଞ୍ଜାବର କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି ।
ଏହା ବି ପଢ଼ନ୍ତୁ:-ଭଲ ଖବର! କେନ୍ଦ୍ର ସରକାର ମହିଳା ଓ ପୁରୁଷଙ୍କୁ ପ୍ରତି ମାସରେ ଦେବେ ୩୦୦୦ ଟଙ୍କା, ଆପଣ ଆଜି ହିଁ କରନ୍ତୁ ଆବେଦନ
ଏହା ବି ପଢ଼ନ୍ତୁ:-ଖୁସି ଖବର! ଏଣିକି ସପ୍ତାହରେ ୫ ଦିନ କାମ କରିବେ ଏହି ରାଜ୍ୟର ସରକାରୀ କର୍ମଚାରୀ
ଏହା ବି ପଢ଼ନ୍ତୁ:-ଗିଜର ଓ ହିଟର ଚଲାଇବା ପରେ ମଧ୍ୟ କମ୍ ଆସିବ ବିଜୁଳି ବିଲ୍, କେବଳ କରିବାକୁ ହେବ ଏହି ୨ଟି କାମ
ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ସଂକ୍ରମଣ ଦର ଛୁଇଁଲା ୧୯.୫ ପ୍ରତିଶତ
ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆରୁ ବିଦା ହେଲେ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକାରେ ଖରାପ ପ୍ରଦର୍ଶନ ପାଇଁ ମିଳିଲା 'ଦଣ୍ଡ'
ସୂଚନାଯୋଗ୍ୟ, ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଫେବୃଆରୀ ୨୦ରେ ହେବ ଓ ଭୋଟ୍ ଗଣନା ମାର୍ଚ୍ଚ ୧୦ରେ ହେବ । ଚଳିତ ନିର୍ବାଚନରେ ଶାସକ ଦଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଶିରୋମନି ଅକାଲୀ ଦଳ ଏବଂ ବିଜେପି-ପଞ୍ଜାବ ଲୋକ କଂଗ୍ରେସ ମେଣ୍ଟ ମୈଦାନରେ ଅଛନ୍ତି । ଭାଗବତ ମନଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏଥି ସହିତ ଅକାଲୀ ଦଳ ସୁଖବୀର ବାଦଲଙ୍କ ଚେହେରାକୁ ନେଇ ନିର୍ବାଚନୀ ମୈଦାନରେ ଓହ୍ଲାଇଛି ।