କେଏଲ୍ ରାହୁଲଙ୍କ ଅଧିନାୟକତ୍ୱ ସହିତ ଏହି ଖେଳାଳିଙ୍କ କ୍ୟାରିୟରର ମଧ୍ୟ ହେବ ଅନ୍ତ, ରୋହିତଙ୍କୁ ମଧ୍ୟ ଜମା ପସନ୍ଦ ନୁହଁନ୍ତି!
Advertisement
Article Detail0/zeeodisha/odisha1079188

କେଏଲ୍ ରାହୁଲଙ୍କ ଅଧିନାୟକତ୍ୱ ସହିତ ଏହି ଖେଳାଳିଙ୍କ କ୍ୟାରିୟରର ମଧ୍ୟ ହେବ ଅନ୍ତ, ରୋହିତଙ୍କୁ ମଧ୍ୟ ଜମା ପସନ୍ଦ ନୁହଁନ୍ତି!

ଏଠାରେ କହି ରଖୁଛୁ ଯେ, ରୋହିତ ଶର୍ମା ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆର ଏକ ଦିବସୀୟ  ଓ ଟି-20 ଦଳର ଅଧିନାୟକ ଭାବରେ ଫେରିବେ । 

କେଏଲ୍ ରାହୁଲଙ୍କ ଅଧିନାୟକତ୍ୱ ସହିତ ଏହି ଖେଳାଳିଙ୍କ କ୍ୟାରିୟରର ମଧ୍ୟ ହେବ ଅନ୍ତ, ରୋହିତଙ୍କୁ ମଧ୍ୟ ଜମା ପସନ୍ଦ ନୁହଁନ୍ତି!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଟିମ୍ ଇଣ୍ଡିଆ (Team India) ଆଉ ଏକ ବଡ଼ ଝଟକା ଦେଇଛି । ପ୍ରଥମେ ଟେଷ୍ଟ ସିରିଜ (Test Series) ରେ ଭାରତୀୟ ଦଳ ୨-୧ରେ ହାରିଛି । ଏହା ପରେ ଭାରତୀୟ ଦଳକୁ ଏକଦିବସୀୟ ସିରିଜ (ODI Series) ରେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସୀମିତ ଓଭର ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କ ଆଘାତ ପରେ କେଏଲ୍ ରାହୁଲ (KL Rahul) ଙ୍କୁ ଏକଦିବସୀୟ ସିରିଜରେ ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ରାହୁଲ ଜଣେ ଅଧିନାୟକ ଭାବରେ ଅତ୍ୟନ୍ତ ବିଫଳ ହୋଇଛନ୍ତି । ବର୍ତ୍ତମାନ ଏହି ସିରିଜ୍ ପରେ ରୋହିତ ଶର୍ମା ଆଗାମୀ ସିରିଜ ପାଇଁ ଅଧିନାୟକତ୍ୱର ଦାୟିତ୍ୱ ନେବେ ଓ ରାହୁଲଙ୍କୁ ଏହି ପଦରୁ ହଟାଇ ଦିଆଯିବ । ଏଥି ସହିତ କେଏଲ୍ ରାହୁଲଙ୍କ ଅଧିନାୟକତ୍ୱ ସହିତ ଦଳରେ ଏପରି ଜଣେ ଖେଳାଳି ଅଛନ୍ତି, ଯାହାଙ୍କୁ ଅଧିନାୟକ ରୋହିତଙ୍କ ଆସିବା ମାତ୍ରେ ଦଳରୁ ବିଦା କରାଯିବ ।

ଏଠାରେ କହି ରଖୁଛୁ ଯେ, ରୋହିତ ଶର୍ମା ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆର ଏକ ଦିବସୀୟ  ଓ ଟି-20 ଦଳର ଅଧିନାୟକ ଭାବରେ ଫେରିବେ । ଯାହା ପରେ କେଏଲ୍ ରାହୁଲଙ୍କଠାରୁ ଦଳର ଅଧିନାୟକ ପଦ ଛଡ଼ାଇ ନିଆଯିବ । ଏହା ସହିତ ଆଉ ଜଣେ ଖେଳାଳୀ ଅଛନ୍ତି, ଯାହାଙ୍କ ମଉଜ ଦିନ ଶେଷ ହେବ ଓ ସେ ଦଳ ବାହାରେ ହୋଇଯିବେ । ଏହି ଖେଳାଳି ଆଉ ଅନ୍ୟ କେହିଁ ନୁହଁନ୍ତି, ସେହି ହେଉଛନ୍ତି ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଆୟର୍ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛନ୍ତି । ଏହି ଖେଳାଳିଙ୍କ ଯୋଗୁଁ ସୁର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ପରି ଜଣେ ତାରକା ଟିମରୁ ବାହାରେ ରହିଲେ । ବୋଧହୁଏ ରୋହିତ ଶର୍ମା (Rohit Sharma) ଙ୍କୁ ଏହି ବିଷୟ ପସନ୍ଦ ଆସିବ ନାହିଁ ଓ ସେ ଆସିବା ମାତ୍ରେ ସେ ଆୟ୍ୟରଙ୍କ ପତା କାଟିବେ ।

ଆୟର୍ ୩ଟି ଏକ ଦିବସୀୟ ମ୍ୟାଚରେ ଫ୍ଲପ୍ ହୋଇଛନ୍ତି ଓ ତାଙ୍କୁ ଦଳରେ ସାମିଲ କରିବା କେଏଲ୍ ରାହୁଲଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ ହୋଇଛି । ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ପରାଜୟରେ ଦଳର ସବୁଠାରୁ ବଡ ଭିଲେନ୍ ହେଉଛନ୍ତି ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର । ପ୍ରଥମ ମ୍ୟାଚ୍‌ରେ ଫ୍ଲପ୍ ହୋଇଥିବା ଆୟର ମଧ୍ୟ ଏହି ମ୍ୟାଚ୍‌ରେ ମାତ୍ର ୧୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ତାଙ୍କ ଯୋଗୁଁ ବ୍ୟାଟିଂ ଲାଇନ୍ ଅପ୍ ଦୁର୍ବଳ ଦେଖାଯାଇଥିଲା । ଗୋଟିଏ ପଟେ ଭଲ ପ୍ରଦର୍ଶନ କରି ଦଳର ସ୍କୋରକୁ ୩୦୦ ପାର କରିପାରିଥାନ୍ତେ, କିନ୍ତୁ ସେ ଆଶା ଉପରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଦଳର ପରାଜୟରେ ସେ ଜଣେ ବଡ଼ ଭିଲେନ୍ ଥିଲେ ।

ଏହା ବି ପଢ଼ନ୍ତୁ:-'ବାପ୍ ନମ୍ବରୀ, ବେଟା ୧୦ ନମ୍ବରୀ', ଜାଣନ୍ତୁ ଅଖିଳେଶ ଓ ମୁଲାୟମଙ୍କୁ ନେଇ ଏପରି କାହିଁକି କହିଲେ SPର ସହଯୋଗୀ ଓପି ରାଜଭର

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-ସମାଜବାଦୀ ପାର୍ଟିକୁ ମାତ୍ ଦେବା ପାଇଁ ବିଜେପିର ମାଷ୍ଟର ପ୍ଲାନ! ଜାଣନ୍ତୁ ଦଳ ୨୦୧୭ର ସ୍କ୍ରିପ୍ଟ ଉପରେ କିପରି କରୁଛି କାମ

ଏହା ବି ପଢ଼ନ୍ତୁ:-ୟୁପିରେ ବିଜେପିକୁ ଲାଗିଲା ଆଉ ଏକ ଝଟକା, ସମାଜବାଦୀ ପାର୍ଟିରେ ଯୋଗଦେଲେ ଫତେହାବାଦ ବିଧାୟକ

 

ଅନ୍ୟପକ୍ଷରେ, ଯଦି ଆମେ ଅଧିନାୟକ ରୋହିତଙ୍କ ବିଷୟରେ କଥା ହେବା, ତେବେ ସେ ଶ୍ରେୟାସ ଆୟରଙ୍କ ଅପେକ୍ଷା ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିକ ପସନ୍ଦ କରନ୍ତି । ରୋହିତଙ୍କ ଅଧିନାୟକତ୍ୱରେ ସୂର୍ଯ୍ୟକୁମାର ଯାଦବ ଦୀର୍ଘ ସମୟ ଧରି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳୁଛନ୍ତି । ଚଳିତ ବର୍ଷ ନିଲାମ ପୂର୍ବରୁ ସୂର୍ଯ୍ୟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରଖିଛନ୍ତି । ଏଥିରୁ ସ୍ପଷ୍ଟ ଯେ ରୋହିତ ଆସିବା ମାତ୍ରେ ସେ ଶ୍ରେୟାସଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଏକ ସୁଯୋଗ ମିଳିପାରେ । ଯଦି ସୁର୍ଯ୍ୟକୁମାର ଯାଦବ ଦୀର୍ଘ ସମୟ ଧରି ଦଳରେ ନିଜ ସ୍ଥାନକୁ ପକ୍କା କରି ନିଅନ୍ତି ତେବେ ଶ୍ରେୟାସ ଆୟରଙ୍କ କ୍ୟାରିୟ ବିପଦରେ ପଡିପାରେ ।