Grah Gochar 2024: ଏପ୍ରିଲ ୨୩ରେ ବଦଳିବ ୪ ରାଶିର ଭାଗ୍ୟ, ମିଳିବ ବଜରଙ୍ଗବାଲିଙ୍କ ଆଶୀର୍ବାଦ
Advertisement
Article Detail0/zeeodisha/odisha2205461

Grah Gochar 2024: ଏପ୍ରିଲ ୨୩ରେ ବଦଳିବ ୪ ରାଶିର ଭାଗ୍ୟ, ମିଳିବ ବଜରଙ୍ଗବାଲିଙ୍କ ଆଶୀର୍ବାଦ

Grah Gochar 2024: ଜ୍ୟୋତିଷଶାସ୍ତ୍ରରେ ୨୩ ଏପ୍ରିଲକୁ ଏକ ବିଶେଷ ଦିନ ଭାବେ ବିବେଚନା କରାଯାଇଛି । ଏହି ଦିନରେ ଗ୍ରହମାନଙ୍କର ଏକ ଅଦ୍ଭୁତ ଚଳନ ଘଟୁଛି । ଆସନ୍ତୁ ଜାଣିବା ଗ୍ରହ ଚଳନ ପ୍ରଭାବରୁ କେଉଁ ରାଶିର ବ୍ୟକ୍ତିବିଶେଷମାନେ ଉପକୃତ ହେବେ ।

Grah Gochar 2024: ଏପ୍ରିଲ ୨୩ରେ ବଦଳିବ ୪ ରାଶିର ଭାଗ୍ୟ, ମିଳିବ ବଜରଙ୍ଗବାଲିଙ୍କ ଆଶୀର୍ବାଦ

Grah Gochar 2024: ଚଳିତବର୍ଷ ହନୁମାନ ଜୟନ୍ତୀ ପର୍ବ ୨୩ ଏପ୍ରିଲରେ ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଚଳନ ଦୃଷ୍ଟିରୁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଗ୍ରହମାନଙ୍କର ଏକ ଚମତ୍କାର ମିଶ୍ରଣ ଏହି ଦିନରେ ଘଟୁଛି । ମୀନ ରାଶିରେ ପାଞ୍ଚଟି ଗ୍ରହର ମିଳନ କାରଣରୁ ପଞ୍ଚଗ୍ରାହି ଯୋଗ ସୃଷ୍ଟି ହେଉଛି । ମେଷ ରାଶିରେ ବୁଦ୍ଧାଦିତ୍ୟ ରାଜଯୋଗ ଏବଂ କୁମ୍ଭ ରାଶିରେ ଶାଶ ରାଜଯୋଗ ଗଠିତ ହେଉଛି । ଗ୍ରହମାନଙ୍କର ଶୁଭ ମିଶ୍ରଣ ପ୍ରଭାବରୁ ଅନେକ ରାଶିର ବ୍ୟକ୍ତିବିଶେଷ ଉପକୃତ ହେବାକୁ ଯାଉଛନ୍ତି । ବଜରଙ୍ଗବାଲିଙ୍କ ବିଶେଷ ଆଶୀର୍ବାଦ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନକୁ ବଦଳାଇଦେବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏଥିସହ ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି ।

ବିଛା ରାଶି
ଆପଣଙ୍କ ପାଇଁ ଏଥର ହନୁମାନ ଜୟନ୍ତୀ ଅତ୍ୟନ୍ତ ସ୍ୱତନ୍ତ୍ର । କ୍ୟାରିୟର ତଥା ବ୍ୟବସାୟରେ ଆପଣ ବହୁତ ଲାଭ ପାଇବେ । ବିଦ୍ୟାର୍ଥୀମାନେ ବିଦେଶରେ ଅଧୟନ କରିବାର ସୁଯୋଗ ପାଇବେ । ଆପଣଙ୍କ ଜୀବନରେ ସମସ୍ୟା ହ୍ରାସ ପାଇବ ।

ମେଷ ରାଶି
ବଜରଙ୍ଗବାଲି ହନୁମାନଙ୍କ ବିଶେଷ ଆଶୀର୍ବାଦ କାରଣରୁ ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଖାସ୍ । କର୍ମକ୍ଷେତ୍ରରେ ଆପଣ ଲାଭବାନ ହେବେ । ଆୟ ତଥା ଧନ ବୃଦ୍ଧି ପାଇବା ସହ ଆର୍ଥିକ ଦିଗରେ ସୁଦୃଢ ହେବେ । ନୂଆ ଚାକିରିର ସୁଯୋଗ ମିଳିପାରେ । କୋର୍ଟ କଚେରୀ ମାମଲାରେ ଆପଣ ସଫଳତା ପାଇବେ ।

କୁମ୍ଭ ରାଶି
ଏପ୍ରିଲ ୨୩ରେ ଆପଣଙ୍କ ଭାଗ୍ୟ ଉଦୟ ହେବ । ଦୀର୍ଘ ଦିନରୁ ରହିଥିବା ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । କୌଣସି ଦିଗରୁ ହଠାତ୍ ଅର୍ଥ ପ୍ରାପ୍ତି ହୋଇପାରେ । ବ୍ୟବସାୟରେ ଆପଣ ଲାଭବାନ ହେବେ । ଏହି ସମୟ ବିନିଯୋଗ ପାଇଁ ଶୁଭ ଅଟେ ।

ମିଥୁନ ରାଶି
ହନୁମାନ ଜୟନ୍ତୀ ଦିନ ଆପଣ ଖୁବ ଭାଗ୍ୟବାନ ହେବେ। ସଫଳତାର ଅଧିକ ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ପଦନ୍ନୋତୀ ସହିତ ସମ୍ମାନ ମିଳିବ । ପରିବାରରେ ହସ, ଖୁସିର ଲହରୀ ରହିବ । ବ୍ୟବସାୟରେ ଆପଣ ଲାଭବାନ ହେବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Heat Wave: ତତଲା କଡେଇରେ ଭାଜି ହେଲା ରାଜ୍ୟ, ୪ଟି ସ୍ଥାନର ତାପମାତ୍ରା ୪୧ଡିଗ୍ରୀ ପାର୍

Also Read- Guru Gochar 2024: ୧୬ ଦିନ ପରେ ବୃହସ୍ପତି ଚଳନ, ୪ଟି ରାଶି ବ୍ୟକ୍ତିଙ୍କ ଇଚ୍ଛା ହେବ ପୂରା