Shani-Guru Gochar 2024: ଶନି ଏବଂ ବୃହସ୍ପତିଙ୍କ ଚଳନ ଫିଟାଇବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha2093068

Shani-Guru Gochar 2024: ଶନି ଏବଂ ବୃହସ୍ପତିଙ୍କ ଚଳନ ଫିଟାଇବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ

Shani-Guru Gochar 2024: ବୈଦିକ ଶାସ୍ତ୍ର ଅନୁଯାୟୀ ଦେବଗୁରୁ ବୃହସ୍ପତି ଏପ୍ରିଲ ମାସରେ ଦୁଇ ଥର ରାଶି ପରିବର୍ତ୍ତନ କରିବେ । ଏହି କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ।

Shani-Guru Gochar 2024: ଶନି ଏବଂ ବୃହସ୍ପତିଙ୍କ ଚଳନ ଫିଟାଇବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ

Shani-Guru Gochar 2024: ଜ୍ୟୋତିଷଙ୍କ ମତ ଅନୁଯାୟୀ ଗୁରୁ, ରାହୁ ଏବଂ ଶନି ଦେବଙ୍କ ପ୍ରଭାବ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି ଯେ, ଏହି ୩ଟି ଗ୍ରହ ରାଶି ପରିବର୍ତ୍ତନ କରିବା ଦ୍ୱାରା କିଛି ରାଶିରେ ଶୁଭ ଏବଂ ଅଶୁଭ ଫଳାଫଳ ପ୍ରାପ୍ତି ହୋଇଥାଏ । ଜ୍ୟୋତିଷଙ୍କ ମତ ଅନୁଯାୟୀ, ବର୍ତ୍ତମାନ ଶନି ଦେବ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ସମୟରେ ରାହୁ ମୀନ ରାଶିରେ ଏବଂ ବୃହସ୍ପତି ମେଷ ରାଶିରେ ଅବସ୍ଥାନ କରିଛନ୍ତି । ଗ୍ରହ ଚଳନ ସମୟରେ ଯେଉଁ ଗ୍ରହ ଯେଉଁ ରାଶିରେ ଚଳନ କରନ୍ତି ସେହି ସମୟରେ ଉକ୍ତ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ ରହିଛି ।

ଜ୍ୟୋତିର୍ବିଦଙ୍କ ମତରେ ଏପ୍ରିଲ ୬, ୨୦୨୪ ରେ, ଶନି ଦେବ ରାହୁଙ୍କ ନକ୍ଷତ୍ର ଶତଭିଷାରେ ପ୍ରବେଶ କରିବେ ଏବଂ ବୃହସ୍ପତି ପୁର୍ବାଭାଦ୍ର ନକ୍ଷତ୍ରରେ ଅବସ୍ଥାନ କରିବେ । ଦେବ ଗୁରୁ ବୃହସ୍ପତି ତାଙ୍କ ବନ୍ଧୁ ଗ୍ରହ ଚନ୍ଦ୍ର, ସୂର୍ଯ୍ୟ ଏବଂ ମଙ୍ଗଳ ଗ୍ରହ ସହିତ ରୋହିଣୀ, କ୍ରିତିକା ନକ୍ଷତ୍ରରେ ମଧ୍ୟ ପ୍ରବେଶ କରିବେ। ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ଶନି ଏବଂ ବୃହସ୍ପତି ଦ୍ୱିଗୁଣ ଫଳାଫଳ ଦେବେ । ଶନି ଏବଂ ବୃହସ୍ପତିଙ୍କ ଦ୍ୱିଗୁଣ ଫଳାଫଳ ନିଶ୍ଚିତ ଭାବରେ ସମସ୍ତ ୧୨ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପକାଇବ । ଆଜି ଆପଣଙ୍କୁ କହିବୁ ଯେ, କେଉଁ ରାଶିକୁ ଏହି ଚଳନ ଦ୍ୱିଗୁଣ ଫଳ ପ୍ରଦାନ କରିବ ।

ମିଥୁନ
ଜୋତିଷଙ୍କ ମତ ଅନୁଯାୟୀ, ମିଥୁନ ରାଶିରେ ଶନି ଭାଗ୍ୟ ଘରେ, ରାହୁ କର୍ମ ଘରେ ଏବଂ ବୃହସ୍ପତି ଲାଭ ଘରେ ବିରାଜିତ ରହିବେ। ଏପରି ପରିସ୍ଥିତିରେ ମିଥୁନ ରାଶିର ବ୍ୟକ୍ତିଙ୍କ ଏକାଦଶ ଭାବନା ଜାଗ୍ରତ ହେବ । ମିଥୁନ ରାଶିର ଏକାଦଶ ଘରର ଜାଗରଣ କାରଣରୁ ଆର୍ଥିକ ଦିଗ ସୁଦୃଢ ହେବ । ଏଥିସହିତ ସମସ୍ତ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ସ୍ଥିତିରେ ଅନେକ ପରିବର୍ତ୍ତନ ହେବ । ଆପଣ ରାଜନୀତି କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କୁ ଭେଟିପାରନ୍ତି । କର୍ମକ୍ଷେତ୍ରରେ ସହଯୋଗୀ ଏବଂ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ ।

ଧନୁ 
ଶନି ଏବଂ ବୃହସ୍ପତିର ଚଳନ କାରଣରୁ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । କାରଣ ଦେବ ଗୁରୁ ଧନୁ ରାଶିର ପଞ୍ଚମ ଘରେ ଅଛନ୍ତି ଏବଂ ୩୦ ଏପ୍ରିଲ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କରିବେ । ଏହା ପରେ ଦେବଗୁରୁ ଷଷ୍ଠ ଘରକୁ ପ୍ରତ୍ୟାବର୍ତ୍ତନ କରିବେ । ଶନି ଦେବ ଧନୁ ରାଶିର ତୃତୀୟ ଘରେ ଅବସ୍ଥାନ କରିଛନ୍ତି । ଏପରି ପରିସ୍ଥିତିରେ ବିଦ୍ୟାର୍ଥୀଙ୍କୁ ଅଧିକ ସଫଳତା ମିଳିବ । ଅଧ୍ୟୟନ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବେ । ୩୦ ଏପ୍ରିଲ ପରେ ଆପଣଙ୍କ ପାଇଁ ନୂଆ ଚାକିରିର ସୁଯୋଗ ରହିଛି । ସେୟାର ବଜାର ବିନିଯୋଗ କ୍ଷେତ୍ରରେ ଆପଣଙ୍କୁ ଅଧିକ ଆର୍ଥିକ ଲାଭ ମିଳିପାରେ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ତଥା ବିଶ୍ୱାସ ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ମୋଦୀଙ୍କୁ ନବୀନଙ୍କ ପ୍ରଶଂସା: ଭାରତକୁ ନୂଆ ଦିଗ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ

Also Read- ସମ୍ୱଲପୁରରେ ରାଷ୍ଟ୍ରପତିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ