ସମ୍ୱଲପୁରରେ ରାଷ୍ଟ୍ରପତିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ
Advertisement

ସମ୍ୱଲପୁରରେ ରାଷ୍ଟ୍ରପତିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

PM Modi Odisha Visit: ଆଜି ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ସମ୍ୱଲପୁର ରେମେଡ୍ ସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । 

ସମ୍ୱଲପୁରରେ ରାଷ୍ଟ୍ରପତିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ସମ୍ୱଲପୁର: ଆଜି ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ସମ୍ୱଲପୁର ରେମେଡ୍ ସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, କଂଗ୍ରେସ ଏବଂ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପୂର୍ବରୁ ତାଙ୍କର ଅପମାନ କରିଥିଲେ । ଯାହା କେବଳ ଦ୍ରୌପଦୀ ମୁର୍ମୁ ନୁହେଁ ବରଂ ସମଗ୍ର ଆଦିବାସୀଙ୍କ ପ୍ରତି ଏବଂ ସାରା ଓଡ଼ିଶା ପ୍ରତି ଅପମାନଜନକ କଥା ଥିଲା ।  କିନ୍ତୁ ବିଜେପିର ସମସ୍ତ ନେତାଠୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲେ ଯାହାର ଫଳସ୍ୱରୂପ ଆଜି ଓଡ଼ିଶାର ଝିଅ ଦେଶର ସର୍ବଚ୍ଚୋ ସ୍ଥାନରେ ବସି ପାରିଛନ୍ତି ।

ଗରିବ ଲୋକଙ୍କ କଲ୍ୟାଣ ପାଇଁ ସରକାର ସ୍ତରରେ ଅନେକ ଯୋଜନା କରାଯାଉଛି । ଓଡ଼ିଶାର ସାଢେ ୩ କୋଟି ଲୋକ ମାଗଣା ରାସନ ସୁବିଧା ପାଉଛନ୍ତି । ଓଡ଼ିଆ ବ୍ୟକ୍ତିଙ୍କ ଯୋଗଦାନରେ ଦେଶର ବିଭିନ୍ନ ଅଞ୍ଚଳ ବିକାଶ କରିଛି । ଏଥିସହ ଯୁବକଙ୍କ ପାଇଁ ସରକାର ସମସ୍ତ ସୁବିଧା ଯୋଗାଉଛନ୍ତି । ଋଣ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ବକ୍ତବ୍ୟରେ କହିଛନ୍ତି । କଂଗ୍ରେସ ଉପରେ ବର୍ଷି ମୋଦୀ କହିଛନ୍ତି ଯେ, କଂଗ୍ରେସ ଯେତେବେଳେ ସରକାରରେ ଥିଲା ସେତେବେଳେ ଓଡ଼ିଶାକୁ ଅବହେଳା କରାଯାଉଥିଲା କିନ୍ତୁ ବର୍ତ୍ତମାନ ସମସ୍ତ ହକ୍ ମିଳୁଛି । ଦେଶର ସମସ୍ତ ଅଞ୍ଚଳକୁ ବିକାଶ ଛୁଇଁଛି । ଆଗକୁ ମଧ୍ୟ ଆହୁରି ଅନେକ ଯୋଜନାରେ ଲୋକଙ୍କୁ ସୁବିଧା ପ୍ରଦାନ କରାଯିବ । ହୀରାକୁଦ ତଥା ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Also Read- ପିଏମ ମୋଦୀଙ୍କୁ ଭେଟିବାକୁ ଯାଉଥିଲେ ପିହୁ ମାଆ, ଅଧାବାଟରୁ ଟେକିନେଲା ପୋଲିସ

Also Read- ନୂଆ ବ୍ୟବସାୟ କରିବେ କି ବାବା ରାମଦେବ? ଏହି କମ୍ପାନୀକୁ କିଣିବେ ବୋଲି ଚର୍ଚ୍ଚା