Odisha Cold Wave Alert: ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୫ ସହର
Advertisement
Article Detail0/zeeodisha/odisha1519207

Odisha Cold Wave Alert: ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୫ ସହର

Cold Wave Alert: ପ୍ରବଳ ଥଣ୍ଡା କାରଣରୁ ରାଜ୍ୟର କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବା ନେଇ ଆକଳନ କରାଯାଇଛି।  ଏଥିପାଇଁ ରାଜ୍ୟର ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ଦୁଇ ଦିନ ହେଲା ରାଜ୍ୟରେ ଥଣ୍ଡା ଜାରି ରହୁଥିବା ବେଳେ ଆଗାମୀ ଦୁଇଦିନ ପ୍ରବଳ ଥଣ୍ଡା ହେବା ଆଶଙ୍କା ରହିଛି।

 

Odisha Cold Wave Alert: ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୫ ସହର

Odisha Cold Wave Alert: ସାରାଦେଶରେ ଏବେ ଶୀତ ଲହରୀ ଜାରି ରହିଛି । ଏହି କ୍ରମରେ ରାଜ୍ୟରେ ଦୁଇ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି । ଥଣ୍ଡା ପବନ ସାଙ୍ଗକୁ କୁହୁଡି ଥଣ୍ଡାକୁ ବଢାଇ ଦେଇଛି। ଆଞ୍ଚଳିକ ପାଣିପାଗ ବିଭାଗ କିଛି ସମୟ ତଳେ ଜାରି କରିଥିବା ପାଣିପାଗ ବୁଲେଟିନ ଅନୁସାରେ ରାଜ୍ୟର ୧୫ଟି ସହରରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ଗତକିଛି ଦିନ ହେଲା ଶୀତ ଗାଏବ ଥିଲା । ଲୋକମାନେ ଶୀତବସ୍ତ୍ର ପିନ୍ଧିବା ଛାଡ଼ିଦେଇଥିଲେ। ହେଲେ ଗତ ଦୁଇଦିନ ହେବ ହଠାତ ଶୀତ ମାଡି ଆସିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । 

ପାଣିପାଗ ବିଭାଗର ସୂଚନାନୁସାରେ, ଉତ୍ତରା ଶୁଷ୍କ ବାୟୁ ରାଜ୍ୟକୁ ପ୍ରବାହିତ ହେଉଥିବାରୁ ଥଣ୍ଡାର ପ୍ରକୋପ ଧିରେ ଧିରେ ବଢିବାରେ ଲାଗିଛି। ଟ୍ୱିନ୍ ସିଟିରେ(Twin City)ଗତ ରାତିରେ ତାପମାତ୍ରା ପାଖପାଖି ୩ ଡିଗ୍ରୀ ତଳକୁ ଖସିଛି । ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୧ .୫ ଡିଗ୍ରୀ ଓ କଟକର ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ଦୁଇ ଦିନ ଧରି ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ପୁଣି ଆଗାମୀ ଦୁଇଦିନ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ(Metrological Department) କହିଛି।

ସେପଟେ ଗତ ୨୪ ଘଣ୍ଟାର ଯଦି ରେକର୍ଡ ଦେଖିବା ତେବେ ସିମିଳିଗୁଡ଼ା ୨ ଡିଗ୍ରୀ, କିରେଇ ୪.୪ ଡିଗ୍ରୀ, ଜି. ଉଦୟଗିରି ୪.୬, ଫୁଲବାଣୀ ୫.୦, ରାଉରକେଲା ୬.୪, ସୁନ୍ଦରଗଡ଼ ୬.୫, କୋରାପୁଟ ୬.୫, ଝାରସୁଗୁଡା ୬.୬, ଦାରିଙ୍ଗବାଡି ୬.୭, କେଉଁଝର ଗଡ଼ ୭.୨, ଭବାନୀପାଟଣା ୭.୨, ଢେଙ୍କାନାଳ ୮.୦, ସୋନପୁର ୮.୫, ଅନୁଗୁଳ ୮.୬, ବାରିପଦା ୯, ନବରଙ୍ଗପୁର ୯, ସମ୍ବଲପୁର ୯.୩, ରାଣିତାଲ ୯.୪, ଭଦ୍ରକ ୯.୫, ମହିସାପାଟ ୯.୫, ହୀରାକୁଦ ୯.୬ ଡିଗ୍ରୀ ରେକର୍ଡ(Temperature Record) କରାଯାଇଛି। 

ସେହିପରି ପ୍ରବଳ ଥଣ୍ଡା କାରଣରୁ ରାଜ୍ୟର କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବା ନେଇ ଆକଳନ କରାଯାଇଛି।  ଏଥିପାଇଁ ରାଜ୍ୟର ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ ଓ ଢେଙ୍କାନାଳରେ ଶୀତ ଲହରୀ(Cold Wave) ଜାରି କରାଯାଇପାରେ। 

Also Read: Deloitte Company: ଓଡ଼ିଶାରେ ମହିଳାଙ୍କୁ ମିଳିଲା ସୁବର୍ଣ୍ଣ ସୁଯୋଗ, କାମ କରିବେ ୧୫ଶହ କର୍ମଚାରୀ

Also Read: Naveen Patnaik: ନିବାସରେ ବସି ପୂରା ଦେଶକୁ ଏକାଠି କରିବେ ନବୀନ