Naveen Patnaik: ନିବାସରେ ବସି ପୂରା ଦେଶକୁ ଏକାଠି କରିବେ ନବୀନ
Advertisement

Naveen Patnaik: ନିବାସରେ ବସି ପୂରା ଦେଶକୁ ଏକାଠି କରିବେ ନବୀନ

Men's FIH Hockey World Cup 2023: ଆସନ୍ତା ୧୩ ରୁ ୧୬ ଦିନ ଧରି ଚାଲିବ ହକି ମହାକୁମ୍ଭ । ହକି ବିଶ୍ୱକପ ଓଡ଼ିଶାରେ ପୁନର୍ବାର ଆୟୋଜିତ ହେବାକୁ ଯାଉଥିବାରୁ, ରାଜ୍ୟ ସରକାର ଏହାକୁ ଭବ୍ୟ ଭାବେ କରିବାକୁ ଚାହୁଁଛନ୍ତି  । ଯେଉଁଥି ପାଇଁ ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି । 

Naveen Patnaik: ନିବାସରେ ବସି ପୂରା ଦେଶକୁ ଏକାଠି କରିବେ ନବୀନ

Naveen Patnaik: ନୂତନ୍ୱତର ପରିଭାଷା ହେଉଛନ୍ତି ନବୀନ । ଅପ୍ରତିଦ୍ୱନ୍ଦୀ, ଅପରାଜୟ ନେତା ହେଉଛନ୍କି ନବୀନ । ନିଜର ନିର୍ମଳ ଭାବମୂର୍ତ୍ତି, ସେବା, ବିକାଶ, ସୁଶାସନ ପାଇଁ ତାଙ୍କୁ ସାଢେ ୪ କୋଟି ଓଡ଼ିଆ ଊରସିଛନ୍ତି। ଯାହାଫଳରେ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଶାସନ କରୁଛନ୍ତି ନବୀନ । କଥା କମ୍ କାମ ବେଶୀରେ ବିଶ୍ୱାସ ରଖନ୍ତି ନବୀନ। ଏହି ମହାନ ଜନନାୟକ ଏବେ ଆଉ ଏକ ରେକର୍ଡ କରିବାକୁ ଯାଉଛନ୍ତି। ନବୀନ ନିବାସରେ ବସି ପୁରା ଦେଶକୁ ଏକାଠି କରିବାକୁ ଯାଉଛନ୍ତି ନବୀନ। ଆଉ ଏହା ସମ୍ଭବ ହେବ ଓଡ଼ିଶାରେ ହେବାକୁ ଯାଉଥିବା ହକି ବିଶ୍ୱକପ ୨୦୨୩ ରେ। 

ଜାନୁଆରୀ ୧୩ ରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ (Hockey WorldCup)। ହକି ବିଶ୍ବକପ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରୁଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (Chief Minister Naveen Patnaik) ନିର୍ଦ୍ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀ ଓ ପ୍ରତିନିଧି ମାନେ । ହକି ବିଶ୍ୱକପ ଓଡ଼ିଶାରେ ପୁନର୍ବାର ଆୟୋଜିତ ହେବାକୁ ଯାଉଥିବାରୁ, ରାଜ୍ୟ ସରକାର ଏହାକୁ ଭବ୍ୟ ଭାବେ କରିବାକୁ ଚାହୁଁଛନ୍ତି  । ଯେଉଁଥି ପାଇଁ ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି । ତେବେ ହକି ଦେଖିବାକୁ ସବୁ ରାଜ୍ୟର ମୁଖ୍ଯମନ୍ତ୍ରୀଙ୍କୁ (State Chief Minister)  ସାଦରେ ନିମନ୍ତ୍ରଣ କରାଯାଇଛି। ଆଉ ଦିନ କେଇଟା ପରେ ହକି ମହାକୁମ୍ଭ ଥିବାରୁ ଓଡ଼ିଶାରେ ଏବେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। 

ଧିରେ ଧିରେ ବିଦେଶୀ ଦଳ ମଧ୍ୟ ଭୁବନେଶ୍ୱରରେ ପହଞ୍ଚୁଛନ୍ତି। ଗତକାଲି ଚିଲି ଟିମ୍ ପହଞ୍ଚିଥିବା ବେଳେ ଆଜି ଭୁବନେଶ୍ୱରରେ (Bhubaneswar) ପହଞ୍ଚିଛି ବେଲଜିୟମ୍ ଟିମ୍ । ତୃତୀୟ ବିଦେଶୀ ଦଳ ଭାବେ ବେଲଜିୟମ ଟିମ୍ ଆଜି  ଭୁବନେଶ୍ୱରରେ ପହଞ୍ଚି ସାରିଛି। ଆସନ୍ତା ୧୩ ତାରିଖରୁ ହକି ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏୟାର ପୋର୍ଟ ଅଥୋରିଟି ଓ ଭୁବନେଶ୍ବର ଡିସିପି । ବିଶ୍ବକପ ପାଇଁ ରାଜଧାନୀରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । 

୩ତାରିଖରୁ ଏୟାରପୋର୍ଟରେ ପୋଲିସ କ୍ୟାମ୍ପ (Police Camp) ଲାଗିସାରିଛି । କଣ୍ଟ୍ରୋଲ ରୁମରେ କନେକ୍ଟ ହେବ ସମସ୍ତ ଥାନା । ଟ୍ରାଫିକ, ପାଇଲଟିଂ, ହୋଟେଲ ଉପରେ କଡ଼ାନଜର ରହିବ । ୧୬ ଦିନ ଧରି ଚାଲିବାକୁ ଥିବା ବିଶ୍ବକପରେ ଯୋଗଦେବେ ଭିଆଇପି, ଭିଭିଆଇପି, ବିଦେଶୀ ଦର୍ଶକଙ୍କ ସହ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ!

Also Read: Matric Exam 2023: ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, ଫେବୃଆରୀ ୨୦ ରୁ ନବମ ପରୀକ୍ଷା

Also Read:  Russian Citizens Death: ଓଡ଼ିଶା ପାଇଁ ଋଷୀୟ ନାଗରିକଙ୍କ ମୃତ୍ୟୁ ଆଣିଦେବ କି ଦୁର୍ନାମ !