Deloitte Company: ଓଡ଼ିଶାରେ ମହିଳାଙ୍କୁ ମିଳିଲା ସୁବର୍ଣ୍ଣ ସୁଯୋଗ, କାମ କରିବେ ୧୫ଶହ କର୍ମଚାରୀ
Advertisement
Article Detail0/zeeodisha/odisha1517110

Deloitte Company: ଓଡ଼ିଶାରେ ମହିଳାଙ୍କୁ ମିଳିଲା ସୁବର୍ଣ୍ଣ ସୁଯୋଗ, କାମ କରିବେ ୧୫ଶହ କର୍ମଚାରୀ

Deloitte Company Job In Odisha: ଡେଲୟେଟ କମ୍ପାନୀର କାର୍ଯ୍ୟକୁ ତଦାରଖ କରୁଥିଲେ ରାଜ୍ୟ ସରକାର। ଗତ ବର୍ଷ ଅଗଷ୍ଟରେ 5T ସଚିବ ଭି.କେ ପାଣ୍ଡିଆନ୍ ଏବଂ ଆଇଟି ସଚିବ ମନୋଜ ମିଶ୍ର ବିଏମସି ଟାୱାର ପରିଦର୍ଶନ କରି ଡେଲୟେଟ୍ ର ଏକ ନୂତନ ବିକାଶ କେନ୍ଦ୍ର ଆବଶ୍ୟକ କରୁଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ କରିଥିଲେ।

Deloitte Company: ଓଡ଼ିଶାରେ ମହିଳାଙ୍କୁ ମିଳିଲା ସୁବର୍ଣ୍ଣ ସୁଯୋଗ, କାମ କରିବେ ୧୫ଶହ କର୍ମଚାରୀ

Deloitte Company: ଓଡି଼ଶାରେ ରହିବନି ଆଉ ଚାକିରିର ଅଭାବ । ରାଜ୍ୟରେ ଯୁବପିଢ଼ିଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ । ରାଜ୍ୟ ରାଜଧାନୀରେ ଉଦଘାଟିତ ହୋଇ ଯାଇଛି ବହୁରାଷ୍ଟ୍ରିୟ କମ୍ପାନୀ ଡେଲୟେଟର ଓଡ଼ିଶା ଶାଖା କାର୍ଯ୍ୟାଳୟ । ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ସତ୍ୟନଗରସ୍ଥିତ ୧୨ ତାଲା ବିଶିଷ୍ଟ ICOMC ଇଣ୍ଟେଲିଜେଣ୍ଟ ସିଟି ଅପରେସନ ମ୍ୟାନେଜମେଣ୍ଟ ସେଣ୍ଟର କୋଠାର ୬ରୁ ୧୦ତାଲା ପର୍ଯ୍ୟନ୍ତ ଏହି ୫ଟି ମହଲା ଗୁଡ଼ିକରେ ଏହି କାର୍ଯ୍ୟାଳୟ ଖୋଲିବାକୁ ଯାଉଛି।

ସ୍ମାର୍ଟସିଟି ଲିମିଟେଡ୍ ଅଫିସ୍ (Smart City Limited Office)  ମଧ୍ୟ ୨ଟି ବିଲଡିଂରେ କାର୍ଯ୍ୟାଳୟ ଖୋଲିବ । ଭବାନୀ ମଲରେ ଚାଲିଥିବା ସ୍ମାର୍ଟସିଟି ଅଫିସ ଏହି କୋଠାରୁ ପରିଚାଳନା ହେବ । ସେହିଭଳି ବଳକା ଫ୍ଲୋରରେ ଖୁବ୍ ଶୀଘ୍ର ବିଏମସି ଅଫିସ (BMC Office) ଖୋଲିବ । ୨୦୧୮ମସିହାରେ ଆରମ୍ଭ ହୋଇଥିବା ଏହି ସୁଉଚ୍ଚ କୋଠା କାମ ୪ ବର୍ଷ ମଧ୍ୟରେ ସରିଛି। ରାଜ୍ୟରେ ଡେଲୟେଟର ଏହି କାର୍ଯ୍ୟାଳୟ ଖୋଲିବା ଫଳରେ ଯୁବପୀଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଆଶା କରାଯାଉଛି।

ସେହିପରି ଏଠାରେ ପ୍ରତି ସିଫ୍ଟରେ ୫ଶହ ଲେଖାଏଁ କର୍ମଚାରୀ କାମ କରିବେ । ଅର୍ଥାତ୍ ମୋଟ ଏହି ବିଲ୍ଡିଂରେ ୩ଟି ସିଫ୍ଟରେ ୧୫ଶହ କର୍ମଚାରୀ କାର୍ଯ୍ୟ କରିବେ। ଆଗକୁ ଏହି କୋଠାରେ ସ୍ମାର୍ଟସିଟି ଓ ବିଏମସି କାର୍ଯ୍ୟାଳୟ କାର୍ଯ୍ୟକରିବାକୁ ଯାଉଛି । କାର୍ଯ୍ୟାଳୟ ଉଦଘାଟନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ (State IT Minister) ତୁଷାରକାନ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ ।

ଏହାର କାର୍ଯ୍ୟ ଆରମ୍ଭ କରିବା ପାଇଁ କମ୍ପାନୀ ଟାୱାରରେ ବର୍ଗଫୁଟ ପ୍ରତି ୪୦ ହଜାର ଟଙ୍କାରେ ଭଡା ନେଇଛି। ପାଞ୍ଚ ମହଲାରେ ତିନୋଟି ସିଫ୍ଟରେ କାର୍ଯ୍ୟ କରିବାକୁ  ଅଡିଟିଂ, Assurance, Consultancy, knowledge ଏବଂ ଅନ୍ୟ କ୍ଷେତ୍ରରୁ ଜଡିତ ଥିବା ଲୋକଙ୍କୁ ମଧ୍ୟ ନିଯୁକ୍ତି ମିଳିବ। ସୂଚନା ଯୋଗ୍ୟ, Deloitte India ର ଚେୟାର ପର୍ସନ chairperson Atul Dhawan ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶାରେ ଯୋଗ ଦେଇଥିଲେ । ସେହିପରି ଗତ ଅକ୍ଟୋବର ମାସରେ ହାଇଦ୍ରାବାଦ ଗସ୍ତ ବେଳେ ନବୀନ ପଟ୍ଟନାୟକ ଏହି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର N Venkatram ଙ୍କୁ ଭେଟି ରାଜ୍ୟରେ ପୁଞ୍ଜିନିବେଶ କରିବାକୁ କହିଥିଲେ। 

Also Read: Birsa Munda Hockey Stadium: ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସତରେ କ'ଣ ବିଶ୍ୱର ସର୍ବବୃହତ? ଜାଣନ୍ତୁ ଏହାର ସଠିକ୍ ଉତ୍ତର

Also Read: Odisha School Teacher​: ରାଜ୍ୟର ଏହି ଜିଲ୍ଲାରୁ ପୁଣି ଚାକିରିରୁ ବିଦା ହେଲେ ୨୪ ଶିକ୍ଷକ, ଜାଣନ୍ତୁ ଏହାର କାରଣ

Also Read: Naveen Patnaik: ନିବାସରେ ବସି ପୂରା ଦେଶକୁ ଏକାଠି କରିବେ ନବୀନ

Also Read: Russian Citizens Death: ଓଡ଼ିଶା ପାଇଁ ଋଷୀୟ ନାଗରିକଙ୍କ ମୃତ୍ୟୁ ଆଣିଦେବ କି ଦୁର୍ନାମ !