Odisha Cold Wave: ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ, ୧୦ ଡିଗ୍ରୀ ତଳେ ୧୪ ସହର
Advertisement
Article Detail0/zeeodisha/odisha1520931

Odisha Cold Wave: ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ, ୧୦ ଡିଗ୍ରୀ ତଳେ ୧୪ ସହର

Odisha Cold Wave Alert: ରାଜ୍ୟରେ ଜାରି ଥଣ୍ଡାର ପ୍ରକୋପ। ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।  ଗତ ଶନିବାର ସିମିଳିଗୁଡ଼ାରେ ରାତି ତାପମାତ୍ରା ୨ ଡିଗ୍ରୀକୁ ଖସି ଆସିଥିଲା । ରାଜ୍ୟର ୨୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା ।

Odisha Cold Wave: ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ, ୧୦ ଡିଗ୍ରୀ ତଳେ ୧୪ ସହର

Odisha Cold Wave: ଏବେ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରି। କାଲୁଆ ପବନ ସାଙ୍ଗକୁ ଜାଡରେ ଥରୁଛି ସାରା ଓଡ଼ିଶା । ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପାଣିପାଗ ବିଭାଗର ସୂଚନା ଆହୁରି ଟେନସନ ବଢାଇଦେଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆହୁରି ଦୁଇ ଦିନ ରାଜ୍ୟରେ ଦେଖାଦେବ ଶୀତ ଲହରୀ । ପ୍ରବଳ ଥଣ୍ଡା ପାଇଁ ଆଜି ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୋଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

ସେପଟେ ଆଜି ମଧ୍ୟ କନ୍ଧମାଳର(Kandhamal) ଦାରିଙ୍ଗବାଡି ଓ ସୁନ୍ଦରଗଡ଼ କୋଇଡାରେ ତୁଷାରପାତ ହୋଇଛି । ସିମିଳିଗୁଡାରେ ତାପମାତ୍ରା ୩.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କିରେଇରେ ୪.୩, ଫୁଲବାଣୀ ୪.୯, ଜି. ଉଦୟଗିରି ୫.୦, କୋରପାୁଟ ୬. ୫, ସୁନ୍ଦରଗଡ଼ ୭.୦, ଭବାନୀପାଟଣା ୭.୫, ଦାରିଙ୍ଗବାଡ଼ି ୭.୫, ଢେଙ୍କାନାଳ ୭.୫, ଝାରସୁଗୁଡା ୭.୮, କେଉଁଝର ୮.୪, ବଲାଙ୍ଗୀର ୮.୮, ସୋନପୁର ୯.୧, ଓ ମହିସାପଟରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। 

ସୂଚନାନୁସାରେ, ଗତ ଶନିବାର ସିମିଳିଗୁଡ଼ାରେ ରାତି ତାପମାତ୍ରା ୨ ଡିଗ୍ରୀକୁ ଖସି ଆସିଥିଲା । ଗତ ଦୁଇ ଦିନ ହେବ କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ତୁଷାରପାତ(Snow Fall) ଦେଖିବାକୁ ମିଳିଛି । ରାଜ୍ୟର ୨୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ସେହିପରି ରାଜଧାନୀ ଭୁବନେଶ୍ୱରର ସର୍ବନିମ୍ନ ତାପାମାତ୍ରା ୧୦ ଦଶମିକ ୫ ଡିଗ୍ରୀକୁ ଖସି ଯାଇଥିବା ବେଳେ କଟକରେ ରାତି ତାପମାତ୍ରା ୧୧ ଦଶମିକ ୫ ରେକର୍ଡ କରାଯାଇଥିଲା । 

fallback

ଅନ୍ୟପଟେ ଗତକାଲି ମଧ୍ୟ ପାଣିପାଗ ବୁଲେଟିନ(Weather Bulletin) ଅନୁସାରେ ରାଜ୍ୟର ୧୫ଟି ସହରରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥଲା । ଗତକିଛି ଦିନ ହେଲା ଶୀତ ଗାଏବ ଥିଲା । ଲୋକମାନେ ଶୀତବସ୍ତ୍ର ପିନ୍ଧିବା ଛାଡ଼ିଦେଇଥିଲେ। ହେଲେ ଗତ ଦୁଇଦିନ ହେବ ହଠାତ ଶୀତ ମାଡି ଆସିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । 

Also Read: MP Car Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବିଜେପି ନେତାଙ୍କ ପୁଅ ଓ ଜ୍ୱାଇଁଙ୍କ ମୃତ୍ୟୁ

Also Read: MS Dhoni: ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହେବେ କି ଧୋନୀ ! ଏହି ବୟାନରୁ ମିଳୁଛି କିଛି ଏମିତି ହିଣ୍ଟ୍