ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୭୫,୫୩୭ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୩୯୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
Trending Photos
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ରୁତଗତିରେ କୋରୋନା ଭୂତାଣୁ(Coronavirus) ସଂକ୍ରମିତ ମାମଲା ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ(Corona Positive) ଚିହ୍ନଟ ହେବାରେ ଲାଗିଛି । ଏହା ବ୍ୟତୀତ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ଲଗାତର ସୁଧାର ଆସୁଛି । ଏହି କ୍ରମରେ ଆଜି(ଶନିବାର) ରାଜ୍ୟରେ ଆଉ ୧୭୭୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୨,୨୭୬ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ଅଧିକ ପଢ଼ନ୍ତୁ:-ଚୀନରେ ଶେଷ ହୋଇଯାଇଛି କୋରୋନା !
ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଜଣ, ଗଞ୍ଜାମରୁ ୨୧୬ ଜଣ, କଟକରୁ ୧୪୭ ଜଣ, ସମ୍ୱଲପୁରରୁ ୧୨୫ ଜଣ, କନ୍ଧମାଳରୁ ୯୨ ଜଣ, ଯାଜପୁରରୁ ୮୭ ଜଣ, ମୟୂରଭଞ୍ଜରୁ ୮୦ ଜଣ, ରାୟଗଡାରୁ ୭୭ ଜଣ, ପୁରୀରୁ ୭୪ ଜଣ, ପୁରୀରୁ ୭୪ ଜଣ, ମାଲକାନଗିରିରୁ ୭୨ ଜଣ, କୋରାପୁଟରୁ ୬୯ ଜଣ, ସୁନ୍ଦରଗଡରୁ ୬୮ ଜଣ, ବାଲେଶ୍ୱରରୁ ୫୮ ଜଣ, ନୟାଗଡାରୁ ୫୧ ଜଣ, କଳାହାଣ୍ଡିରୁ ୩୮ ଜଣ, କେନ୍ଦୁଝରରୁ ୩୮ ଜଣ, ବରଗଡରୁ ୩୨ ଜଣ, ଗଜପତିରୁ ୩୦ ଜଣ, ବଲାଙ୍ଗୀରରୁ ୨୬ ଜଣ, ଭଦ୍ରକରୁ ୨୫ ଜଣ, ନବରଙ୍ଗପୁରରୁ ୨୩ ଜଣ, କେନ୍ଦ୍ରାପଡାରୁ ୨୨ ଜଣ, ଢେଙ୍କାନାଳରୁ ୨୦ ଜଣ, ଝାରସୁଗୁଡାରୁ ୧୯ ଜଣ, ଜଗତସିଂହପୁରରୁ ୧୫ ଜଣ, ଅନୁଗୋଳରୁ ୭ ଜଣ ଏବଂ ନୂଆପଡା ଓ ସୁବର୍ଣ୍ଣପୁରରୁ ୪-୪ ଜଣ ଲେଖାଁଏ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
Another 1773 #COVID19 patients have recovered and are being discharged on 22.8.2020
254 from Khurdha
216 from Ganjam
147 from Cuttack
125 from Sambalpur
92 from Kandhamal
87 from Jajpur
80 from Mayurbhanj
77 from Rayagada
74 from Puri
72 from Malkangiri
69 from Koraput— H & FW Dept Odisha (@HFWOdisha) August 22, 2020
4 each from Nuapada & Sonepur
The total recovered cases of Odisha now stand at 52276
— H & FW Dept Odisha (@HFWOdisha) August 22, 2020
ଅଧିକ ପଢ଼ନ୍ତୁ:-ବହୁତ ବଡ଼ ଖୁସି ଖବର ଦେଲା WHO
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୭୫,୫୩୭ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୩୯୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୫୦,୫୦୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୪,୫୮୧ ସଂକ୍ରିୟ ସଂକ୍ରମିତ ମାମଲା ରହିଛି ।