ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ
Advertisement
Article Detail0/zeeodisha/odisha732779

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୭୨,୭୧୮ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୩୯୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ସାରା ଦେଶ ସମେତ ଓଡ଼ିଶାରେ କୋରୋନା ସଙ୍କଟ ଜାରି ରହିଛି । କ୍ରମାଗତ କୋରୋନା ଭୂତାଣୁ(Coronavirus) ସଂକ୍ରମିତଙ୍କ ମାମଲା ବଢ଼ି ବଢ଼ି ଚାଲିଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ଲଗାତର ସୁଧାର ଆସୁଛି । ଏହି କ୍ରମରେ ଆଜି(ଶୁକ୍ରବାର) ରାଜ୍ୟରେ ପୁଣି ୧୯୨୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦,୫୦୩ ଜଣ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-'ଏହା ମହାତ୍ମା ଗାନ୍ଧୀଙ୍କ ଭାରତ ନୁହେଁ, ପ୍ରଧାନମନ୍ତ୍ରୀଙ୍କୁ ମୋର ବାର୍ତ୍ତା, ସଚ୍ଚୋଟ ହୁଅନ୍ତୁ'

ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧାରୁ ୨୪୬ ଜଣ, ଗଞ୍ଜାମରୁ ୧୯୦ ଜଣ, ନୟାଗଡରୁ ୧୫୧ ଜଣ, ରାୟଗଡାରୁ ୧୪୬ ଜଣ, ସୁନ୍ଦରଗଡ଼ରୁ ୧୦୮ ଜଣ, କନ୍ଧମାଳରୁ ୧୦୧ ଜଣ, ଢେଙ୍କାନାଳରୁ ୯୫ ଜଣ, ମୟୂରଭଞ୍ଜରୁ ୮୮ ଜଣ, କୋରାପୁଟରୁ ୮୬ ଜଣ, କଟକରୁ ୭୮ ଜଣ, ପୁରୀରୁ ୭୭ ଜଣ, ବଲାଙ୍ଗୀରରୁ ୭୫ ଜଣ, ବାଲେଶ୍ୱରରୁ ୭୦ ଜଣ, ମାଲକାନଗିରିରୁ ୪୩ ଜଣ, ନବରଙ୍ଗପୁରରୁ ୪୦ ଜଣ, ଗଜପତିରୁ ୩୪ ଜଣ, ଜଗତସିଂହପୁରରୁ ୩୦ ଜଣ, ଭଦ୍ରକରୁ ୨୮ ଜଣ, ନୂଆପଡ଼ାରୁ ୨୭ ଜଣ, କଳାହାଣ୍ଡି ଓ ସମ୍ୱଲପୁରରୁ ୨୧-୨୧ ଜଣ, କେନ୍ଦ୍ରାପଡାରୁ ୧୯ ଜଣ, କେନ୍ଦୁଝରରୁ ୧୮ ଜଣ, ଦେଓଗଡରୁ ୧୭ ଜଣ, ଝାରସୁଗୁଡାରୁ ୧୩ ଜଣ, ବରଗଡରୁ ୧୨ ଜଣ, ବୌଦ୍ଧରୁ ୮ ଜଣ, ସୁବର୍ଣ୍ଣପୁରରୁ ୬ ଜଣ ଏବଂ ଅନୁଗୋଳରୁ ୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୭୨,୭୧୮ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୩୯୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୪୮,୫୭୭ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୩,୬୯୮ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।