ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ
Advertisement
Article Detail0/zeeodisha/odisha733832

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୭୮,୫୩୦ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୦୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଭାରତ ସମେତ ଓଡ଼ିଶାରେ କୋରୋନା ଭୂତାଣୁ ସଙ୍କଟ ଜାରି ରହିଛି । ରାଜ୍ୟରେ କ୍ରମାଗତ କୋରୋନା ଭୂତାଣୁ(Coronavirus) ସଂକ୍ରମିତ ମାମଲା ବଢ଼ିବାରେ ଲାଗିଛି । ପ୍ରତିଦିନ କୋରୋନା ମାମଲାରେ ରେକର୍ଡ ବୃଦ୍ଧି ଘଟୁଛି । ଏହାସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ଲଗାତର ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ରବିବାର ରାଜ୍ୟରେ ପୁଣି ୨୧୨୯ ଜଣ କୋଭିଡ-19 ସଂକ୍ରମିତ(COVID-19 Positive) ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୪,୪୦୫ ସଂକ୍ରମିତ ଏହି ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ବଡ଼ ଖବର: ୭୩ ଦିନରେ ଭାରତରେ ପହଞ୍ଚିବ ପ୍ରଥମ କୋରୋନା ଟୀକା ! ମାଗଣାରେ ଲଗାଯିବ ଭ୍ୟାକସିନ୍

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୭୬ ଜଣ, ଗଞ୍ଜାମରୁ ୨୬୫ ଜଣ, ସୁନ୍ଦରଗଡ଼ରୁ ୧୭୮ ଜଣ, କଟକରୁ ୧୭୨ ଜଣ, କୋରାପୁଟରୁ ୧୫୩ ଜଣ, ଭଦ୍ରକରୁ ୧୪୪ ଜଣ, ନୟାଗଡରୁ ୧୩୦ ଜଣ, କନ୍ଧମାଳରୁ ୧୨୨ ଜଣ, ବାଲେଶ୍ୱରରୁ ୯୦ ଜଣ, ପୁରୀରୁ ୮୪ ଜଣ, ମାଲକାନଗିରିରୁ ୮୦ ଜଣ, ସମ୍ୱଲପୁରରୁ ୬୮ ଜଣ, ରାୟଗଡାରୁ ୬୮ ଜଣ, ମୟୂରଭଞ୍ଜରୁ ୫୬ ଜଣ, ଗଜପତିରୁ ୫୦ ଜଣ, ଜଗତସିଂହପୁରରୁ ୨୭ ଜଣ, ଯାଜପୁରରୁ ୨୪ ଜଣ, ଢେଙ୍କାନାଳରୁ ୨୩ ଜଣ, କେନ୍ଦୁଝରରୁ ୨୩ ଜଣ, କଳାହାଣ୍ଡିରୁ ୧୯ ଜଣ, ଅନୁଗୋଳରୁ ୧୮ ଜଣ, କେନ୍ଦ୍ରାପଡାରୁ ୧୬ ଜଣ, ବଲାଙ୍ଗୀରରୁ ୧୪ ଜଣ, ଝାରସୁଗୁଡାରୁ ୧୩ ଜଣ, ନବରଙ୍ଗପୁରରୁ ୯ ଜଣ, ବୌଦ୍ଧରୁ ୬ ଜଣ ଏବଂ ସୁବର୍ଣ୍ଣପୁରରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-ବହୁତ ବଡ଼ ଖୁସି ଖବର ଦେଲା WHO

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୭୮,୫୩୦ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୦୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୫୨,୨୭୭ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୫,୭୯୧ ସଂକ୍ରିୟ ସଂକ୍ରମିତ ମାମଲା ରହିଛି ।