ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ !
Advertisement

ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ !

ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ସୋସିଆଲ ମିଡିଆରେ ଭାଇରଲ ପରେ ଏହା ନକଲି କି ଅସଲି ତାହାର ତଦନ୍ତ କରାଯାଉଛି । 

ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ !

ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପୁଣି ଭାଇରାଲ୍‌ ହୋଇଛି । ପଶ୍ଚିମବଙ୍ଗ ନିବାସୀ ଅରିଜିତ୍‌ ଚନ୍ଦ୍ର ଏହି ଫଟୋକୁ ଫେସବୁକ୍‌ରେ ଭାଇରାଲ କରିଛନ୍ତି । ଶ୍ରୀମନ୍ଦିର ଗର୍ଭଗୃହର ଫଟୋ କି’ଭଳି ବାହାରକୁ ଆସିଲା ସେନେଇ ସାମାଜିକ ଗଣମଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିଛି ।

ଅଧିକ ପଢ଼ନ୍ତୁ:-ସମଗ୍ର ଦୁନିଆରେ ୫୦ ରୁ କମ୍ ଲୋକଙ୍କ ପାଖରେ ରହିଛି ଏପରି ରକ୍ତ, ଜାଣନ୍ତୁ ଏହାର ସବୁଠାରୁ ବଡ ବିଶେଷତ୍ୱ

ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ସୋସିଆଲ ମିଡିଆରେ ଭାଇରଲ ପରେ ଏହା ନକଲି କି ଅସଲି ତାହାର ତଦନ୍ତ କରାଯାଉଛି । ଫଟୋଟି ପଶ୍ଚିମବଙ୍ଗର ଅରିଜିତ ଚନ୍ଦ୍ରଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ ହୋଇଛି । ୨୫ ତାରିଖ ନୃସିଂହ ଚତୁର୍ଦ୍ଦଶୀ ଦିନ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପ୍ରଶାସନ ନଜରକୁ ଆସିବା ପରେ ଗତକାଲି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ଏତଲା କ୍ରମେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି । 

fallback

ଅଧିକ ପଢ଼ନ୍ତୁ:-ସରକାର ଏଠାରେ କଲେ ଏକ ଅଦ୍ଭୁତ ନିୟମ, 'ଭ୍ୟାକ୍ସିନ୍ ନ ଲଗାଇଲେ ଦରମା ନାହିଁ'

ସେପଟେ ଫଟୋଟିର ସତ୍ୟତା ନେଇ ଶ୍ରୀମନ୍ଦିର ପ୍ରଶାସନର ଆଇଟି ସେଲ ଏହାକୁ ଯାଞ୍ଚ କରୁଛି । ତେବେ ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ରହିଥିବା ବେଳେ ଶ୍ରୀଦେବୀ ଭୁଦେବୀ ଓ ମାଧବଙ୍କ ଫଟୋ ନଥିବା ଜଣାପଡିଛି । ଫଳରେ ଏହା ଫ୍ଯାକ ଓ ଏଡିଟିଂ ଫଟୋ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞଙ୍କ ସହାୟତାରେ ଫଟୋଟି କମ୍ପ୍ୟୁଟରରେ ପ୍ରସ୍ତୁତ ହୋଇଛି ନା ଏହା ରତ୍ନସିଂହାସନ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ସେନେଇ ଯାଞ୍ଚ କରାଯାଉଛି । ଫଟୋ ଭାଇରାଲ୍‌ କରିଥିବା ୟୁଜରଙ୍କ ଫେସ୍‌ବୁକ ଆକାଉଣ୍ଟକୁ ବି ଯାଞ୍ଚ କରାଯାଇ ରେକର୍ଡ କରାଯାଇଛି । ତଦନ୍ତ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ଅଧିକ ପଢ଼ନ୍ତୁ:-ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କଲା ଶିକ୍ଷକ!

ରତ୍ନସିଂହାସନ ଫଟୋ ଫେସବୁକରେ ଭାଇରାଲ ହେବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକ ସିଂହଦ୍ୱାର ଥାନାରେ ଘଟଣାର ତଦନ୍ତ ପାଇଁ ଲିଖିତ ଏତଲା ଦେଇଛନ୍ତି । ଏନେଇ ଏକ ମାମଲା ରୁଜୁ ହୋଇଥିବା ସିଂହଦ୍ୱାର ଥାନା ଅଧିକାରୀ କହିଛନ୍ତି ।