ସୂଚନାମୁତାବକ, ସୋନପୁର ପଞ୍ଚାୟତର ସରପଞ୍ଚ କେଶବସେନ ମୁଠାମାଝିଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ, ଉକ୍ତ ପଞ୍ଚାୟତର ଜଣେ ଶିକ୍ଷକ ସରୋଜ କୁମାର ସିଂ । ଆଉ ଗତ ୨୭ ତାରିଖ ଗୁରୁବାର ଦିନ ରାତି ପ୍ରାୟ ୮ଟା ସମୟରେ ଅନ୍ଧାରର ସୁଯୋଗ ନେଇ ଏକ ବୋଲେରୋ ଗାଡ଼ି ଯୋଗେ ସରପଞ୍ଚଙ୍କ ଘରେ ପହଞ୍ଚିଥିଲେ ଶିକ୍ଷକ ସରୋଜ କୁମାର ସିଂ । ତାଙ୍କ ସାଥିରେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବକ କପିଳ ଦିଗାଳ ଏବଂ ଅନ୍ୟ ୫ ଜଣ ଅଚିହ୍ନା ବ୍ୟକ୍ତି ସାମିଲ ଥିଲେ ।
Trending Photos
କନ୍ଧମାଳ: Teacher Try to Kill Sarpanch in Kandhamal: ରାତିର ଅନ୍ଧାରର ସୁଯୋଗ ନେଇ ସରପଞ୍ଚଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ ଜଣେ ଶିକ୍ଷକ । ହେଲେ ସରପଞ୍ଚଙ୍କ ପାଟି ଶୁଣି ଗାଁ ଲୋକ ଏକାଠି ହୋଇଯିବାରୁ ଶିକ୍ଷକଙ୍କ ଯୋଜନା ଅସଫଳ ହେବା ସହ ଗାଁ ଲୋକଙ୍କ ହାତରୁ ଖସି ଦୌଡ଼ି ପଳେଇଲେ ଶିକ୍ଷକ ଓ ତାଙ୍କ ସହଯୋଗୀ । ହେଲେ ଗାଁ ଦାଣ୍ଡରେ ଛାଡ଼ି ଗଲେ କୋଭିଡ଼-୧୯ ପାସ ଥିବା ଏକ ବୋଲେରୋ ଗାଡ଼ି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ (Daringbadi Block) ର ସୋନପୁର ପଞ୍ଚାୟତ ଅଞ୍ଚଳରେ ଘଟିଛି ।
ଅଧିକ ପଢ଼ନ୍ତୁ:-ଭଲ ଖବର! ୧୧.୮ କୋଟି ଛାତ୍ର-ଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ
ସୂଚନାମୁତାବକ, ସୋନପୁର ପଞ୍ଚାୟତର ସରପଞ୍ଚ କେଶବସେନ ମୁଠାମାଝିଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ, ଉକ୍ତ ପଞ୍ଚାୟତର ଜଣେ ଶିକ୍ଷକ ସରୋଜ କୁମାର ସିଂ । ଆଉ ଗତ ୨୭ ତାରିଖ ଗୁରୁବାର ଦିନ ରାତି ପ୍ରାୟ ୮ଟା ସମୟରେ ଅନ୍ଧାରର ସୁଯୋଗ ନେଇ ଏକ ବୋଲେରୋ ଗାଡ଼ି ଯୋଗେ ସରପଞ୍ଚଙ୍କ ଘରେ ପହଞ୍ଚିଥିଲେ ଶିକ୍ଷକ ସରୋଜ କୁମାର ସିଂ । ତାଙ୍କ ସାଥିରେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବକ କପିଳ ଦିଗାଳ ଏବଂ ଅନ୍ୟ ୫ ଜଣ ଅଚିହ୍ନା ବ୍ୟକ୍ତି ସାମିଲ ଥିଲେ । ସେମାନଙ୍କ ହାତରେ ସବୁ ମାରଣାସ୍ତ୍ର ଥିଲା । ପରେ ସେମାନେ ସରପଞ୍ଚଙ୍କୁ ଘର ବାହାରକୁ ଡ଼ାକିଥିଲେ । ଘର ବାହାରକୁ ଆସିବା ପରେ ମାରଣାସ୍ତ୍ର ଯୋଗେ ସରପଞ୍ଚଙ୍କୁ ଆକ୍ରମଣ କରିବା ଆରମ୍ଭ କରିବା ସମୟରେ ସରପଞ୍ଚ ସେଠୁ ଦୌଡ଼ି ନିଜ ଘର ଭିତରକୁ ଚାଲିଯାଇଥିଲେ । ଆଉ ଜୀବନ ବିକଳରେ ସରପଞ୍ଚ ଓ ତାଙ୍କ ପରିବାର ଲୋକ ପାଟି କରୁଥିବା ଶୁଣି ଗାଁ ଲୋକ ସଭିଏଁ ଏକାଠି ହୋଇ ସରପଞ୍ଚଙ୍କ ଘର ଦ୍ୱାରେ ପହଞ୍ଚିବା ବେଳକୁ ସେଠୁ ଶିକ୍ଷକ ସରୋଜ କୁମାର ସିଂ ନିଜ ସହଯୋଗୀଙ୍କ ସହ ଦୌଡ଼ି ପଳେଇ ଯାଇଥିଲେ ।
ଅଧିକ ପଢ଼ନ୍ତୁ:-୧୦ ମାସର ଶିଶୁକୁ ଛୁରୀ ଭୁସି ହତ୍ୟା କଲା ମା', ତା’ପରେ ସ୍ୱାମୀଙ୍କ ଫୋନକୁ ପଠାଇଲା ଏହି ମେସେଜ୍
କିନ୍ତୁ ସାଥିରେ ନେଇ ଆସିଥିବା କୋଭିଡ-୧୯ ଇମାରଜେନ୍ସି ପାସ ଲେଖା ଥିବା ବୋଲେରୋ ଗାଡ଼ି ନଂ- OD 19 K 3325 କୁ ଗାଁ ଦାଣ୍ଡରେ ହିଁ ଛାଡି ଚାଲିଯାଇଥିଲା । ଆଉ ସରପଞ୍ଚ କେଶବସେନ ମୁଠାମାଝି ଏନେଇ ଦାରିଙ୍ଗବାଡି ଥାନାରେ ଶିକ୍ଷକ ସରୋଜ କୁମାର ସିଂ ଓ କପିଳ ଦିଗାଳ ଏବଂ ଅଚିହ୍ନା ୫ ଜଣ ସହଯୋଗୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ଅଟକ ବୋଲେରୋ ଗାଡିଟିକୁ ଦାରିଙ୍ଗବାଡି ଥାନାରେ ଜିମା ଦେଇଥିଲେ ।
ଅଧିକ ପଢ଼ନ୍ତୁ:-୪୫ ଦିନ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ
ସେପଟେ ପୋଲିସ ଏନେଇ ୮୯/ ୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ସରପଞ୍ଚଙ୍କୁ ଜୀବନରୁ ମାରିବା ପାଇଁ ଶିକ୍ଷକ ଜଣକ ଏତେ ସବୁ ଯୋଜନା କରିଥିଲା ତାହା ଜଣାପଡିପାରିନାହିଁ ।