ସରକାର ଏଠାରେ କଲେ ଏକ ଅଦ୍ଭୁତ ନିୟମ, 'ଭ୍ୟାକ୍ସିନ୍ ନ ଲଗାଇଲେ ଦରମା ନାହିଁ'
Advertisement

ସରକାର ଏଠାରେ କଲେ ଏକ ଅଦ୍ଭୁତ ନିୟମ, 'ଭ୍ୟାକ୍ସିନ୍ ନ ଲଗାଇଲେ ଦରମା ନାହିଁ'

କୋରୋନା ଭୂତାଣୁର ଦ୍ୱିତୀୟ ଲହର ମଧ୍ୟରେ ଛତିଶଗଡ଼ର ଆଦିବାସୀ ଅଞ୍ଚଳ ପାଇଁ ସରକାର ଏକ ନିଆରା ଘୋଷଣା କରିଛନ୍ତି । ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ଗୋରେଲା-ପେଣ୍ଡ୍ରା-ମାରୱାହି ଜିଲ୍ଲାରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଯଦି ଭ୍ୟାକ୍ସିନ୍ ନ ନିଅନ୍ତି ତେବେ ତାଙ୍କୁ ଜୁନ୍ ମାସର ଦରମା ଦିଆଯିବ ନାହିଁ ।

ସରକାର ଏଠାରେ କଲେ ଏକ ଅଦ୍ଭୁତ ନିୟମ, 'ଭ୍ୟାକ୍ସିନ୍ ନ ଲଗାଇଲେ ଦରମା ନାହିଁ'

ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: କୋରୋନା ଭୂତାଣୁ ଦ୍ୱିତୀୟ ଲହର (coronavirus second wave) ମଧ୍ୟରେ ଛତିଶଗଡ଼ର (Chhattisgarh) ଆଦିବାସୀ ଅଞ୍ଚଳ ପାଇଁ ସରକାର ଏକ ନିଆରା ଘୋଷଣା କରିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ ଗୋରେଲା-ପେଣ୍ଡ୍ରା-ମାରୱାହି ଜିଲ୍ଲାରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଯଦି ଭ୍ୟାକ୍ସିନ୍ (vaccine) ନ ନିଅନ୍ତି ତେବେ ତାଙ୍କୁ ଜୁନ୍ ମାସର ଦରମା ଦିଆଯିବ ନାହିଁ । ଆଦିବାସୀ ବିକାଶ ବିଭାଗ (Tribal Development Department) ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି । 

ଅଧିକ ପଢ଼ନ୍ତୁ:-ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କଲା ଶିକ୍ଷକ!

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କର୍ମଚାରୀମାନଙ୍କୁ ଜିଲ୍ଲା କଲେକ୍ଟରେ ରେକର୍ଡ ପାଇଁ କୋଭିଡ ଭ୍ୟାକ୍ସିନେସନ (COVID Vaccination) କାର୍ଡର ଏକ କପି ଦାଖଲ କରିବାକୁ ପଡିବ । ଯାହା ପରେ ସେମାନଙ୍କର ଦରମା ଆସିବ ।

ଆଦିବାସୀ ବିକାଶ ବିଭାଗର ସହକାରୀ କମିଶନର କେ ଏସ ମସରାମ କହିଛନ୍ତି ଯେ ଯେଉଁମାନେ ଭ୍ୟାକ୍ସିନ୍ ଲଗାଇ ନାହାଁନ୍ତି । ସେମାନଙ୍କର ପାଇଁ ଜୁନ୍ ମାସରେ ଦରମା ଅଟକାଇ ଦିଆଯିବ । କର୍ମଚାରୀମାନେ ନିଜେ ଏଥିପାଇଁ ଦାୟୀ ରହିବେ । ତୁରନ୍ତ ପ୍ରଭାବ ସହିତ ଏହି ଆଦେଶ କାର୍ଯ୍ୟକାରୀ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଭଲ ଖବର! ୧୧.୮ କୋଟି ଛାତ୍ର-ଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆଦେଶର ଫଳାଫଳ ବିଷୟରେ ସମସ୍ତେ ଚିନ୍ତା କରିବା ଉଚିତ୍ । ପ୍ରାୟ ୯୦ ପ୍ରତିଶତ କର୍ମଚାରୀ ଭ୍ୟାକ୍ସିନ୍ ଲଗାଇ ସାରିଛନ୍ତି । ଆମର ଉଦ୍ଦେଶ୍ୟ ସରକାରୀ କର୍ମଚାରୀଙ୍କୁ ହଇରାଣ କରିବା କିମ୍ବା ସେମାନଙ୍କ ଦରମା ବନ୍ଦ କରିବା ନୁହେଁ, ବରଂ ଶତ ପ୍ରତିଶତ ଭ୍ୟାକ୍ସିନେସନ କରିବା ।

ଅଧିକ ପଢ଼ନ୍ତୁ:-୧୦ ମାସର ଶିଶୁକୁ ଛୁରୀ ଭୁସି ହତ୍ୟା କଲା ମା', ତା’ପରେ ସ୍ୱାମୀଙ୍କ ଫୋନକୁ ପଠାଇଲା ଏହି ମେସେଜ୍

ଛତିଶଗଡ଼ରେ କୋରୋନା ଭୂତାଣୁର ଗତି ମନ୍ଥର ହୋଇଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଗୁରୁବାର ଛତିଶଗଡ଼ରେ ନୂତନ ୨,୮୨୫ କୋରୋନା ମାମଲା ଦେଖିବାକୁ ମିଳିଛି । ଏହି ସମୟ ମଧ୍ୟରେ ଭାଇରସ ଯୋଗୁଁ ୬୯ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୬,୭୨୫ ରୋଗୀ କୋରୋନା ସଂକ୍ରମଣରୁ ରିକଭରୀ ହୋଇଛନ୍ତି ।