କଳିଙ୍ଗା ଘାଟିରେ ଓଲଟିଲା ବସ୍: ୬ ମୃତ, ୪୫ ଆହତ
Advertisement

କଳିଙ୍ଗା ଘାଟିରେ ଓଲଟିଲା ବସ୍: ୬ ମୃତ, ୪୫ ଆହତ

Kalinga Ghati Bus Accident: ଆହତ ମାନଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଆମ୍ବୁଲାନ୍ସରେ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଆହତ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ପ୍ରତୀକାତ୍ମକ ଫଟୋ

ଫୁଲବାଣୀ: Kalinga Ghati Bus Accident: କଳିଙ୍ଗା ଘାଟିରେ ପଶ୍ଚିମ ବଙ୍ଗର ଏକ ଟୁରିଷ୍ଟ ବସ୍ ଦୁର୍ଘଟଣା (West Bengal Tourist Bus Accident) ଗ୍ରସ୍ତ ହୋଇଛି । ଯାହା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୫ ଜଣ ଆହତ ହୋଇଥିବାର ସୂଚନା ରହିଛି ।  ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ-କନ୍ଧମାଲ ସୀମାରେ ଥିବା କାଲିଙ୍ଗା ଘାଟ ଦୁର୍ଗାପ୍ରସାଦ ସୀମାନ୍ତରେ ଏହି ଟୁରିଷ୍ଟ ବସ୍ ଦୁର୍ଘଟଣାର ଶିକାର ହୋଇଛି । ମିଳିଥିବା ସୂଚନା ମୁତାବକ, ବସଟି ଦାରିଙ୍ଗିବାଡ଼ିରୁ ପଶ୍ଚିମବଙ୍ଗକୁ ଫେରୁଥିଲା । ଏହି ସମୟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହି ବସରେ ମୋଟ ୬୫ ଯାତ୍ରୀ ଥିଲେ । ମୃତଙ୍କ ମଧ୍ୟରେ ୪ ମହିଳା ଓ ୨ ପୁରୁଷ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବସଟି ପଶ୍ଚିମବଙ୍ଗରୁ ୧୧ ଦିନିଆ ପରିଭ୍ରମଣରେ ଦୁଇ ଦିନ ତଳୁ ବାହାରି ଦାରିଙ୍ଗବାଡିରେ ପହଂଚି କାଲି ରାତି ୯ଟାରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଉଥିଲା । ହେଲେ ଡ୍ରାଇଭର ଭରସାମ୍ୟ ହରାଇବାରୁ ବସଟି କାଲିଙ୍ଗାଘାଟିରେ ଓଲଟି ପଡିଥିଲା । ସୂଚନା ପାଇଁ ଦୁର୍ଗାପ୍ରସାଦ ଅଂଚଳର ଯୁବକ ସଂଘ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଆହତ ମାନଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଆମ୍ବୁଲାନ୍ସରେ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଆହତ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ:-ସ୍କୁଲରେ ଗୁଳିକାଣ୍ଡ; ୧୮ ଛାତ୍ରଙ୍କ ସମେତ ୨୧ ମୃତ, ଏକାଧିକ ଆହତ

ଏହା ବି ପଢ଼ନ୍ତୁ:-କଙ୍ଗାରୁ କୋର୍ଟ ଆଗରେ ହାର ମାନିଲା ପ୍ରେମ, ବିବାହ ବିଚ୍ଛେଦ ସହି ନ ପାରି ଜୀବନ ହାରିଲେ ଯୁବକ

ଏହା ବି ପଢ଼ନ୍ତୁ:-'ଆପଣ ଭଗବାନ ଶ୍ରୀରାମଙ୍କୁ କାହିଁକି ଏତେ ଘୃଣା କରୁଛନ୍ତି?', କଂଗ୍ରେସକୁ ଟାର୍ଗେଟ କଲେ ହାର୍ଦ୍ଦିକ

ମିଳିଥିବା ସୂଚନା ଅନୁଯାୟୀ, ମୃତ ୬ ଜଣଙ୍କ ନାମ ହେଉଛି ୧. ସୁପିୟା ଦେନରେ (୩୩), ୨. ସଞ୍ଜିତ ପାତ୍ର (୩୪), ୩. ରିମା ଦେନରେ (୨୨), ୪. ମୌସୁମୀ ଦେନରେ (୪୦), ୫. ବର୍ଣ୍ଣାଲି ମାନ୍ନା (୩୪) । ଏହି ସମସ୍ତ ମୃତକ ପଶ୍ଚିମବଙ୍ଗ ହାୱରା ଜିଲ୍ଲାର ଉଦୟନାରାୟଣପୁର ଥାନା ସ୍ଥିତ ସୁଲତାନପୁର ଗ୍ରାମର ବାସିନ୍ଦା ଥିଲେ । ସେପଟେ ଅନ୍ୟ ମୃତ ରୋଷେଇଆଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ସେପଟେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । 

ଟୁରିଷ୍ଟ ବସ ଦୁର୍ଘଟଣା ପ୍ରସଙ୍ଗରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, କଳିଙ୍ଗା ଘାଟି ଟୁରିଷ୍ଟ ବସ ଦୁର୍ଘଟଣାର ତଦନ୍ତ ହେବ । କାହିଁକି ଦୁର୍ଘଟଣା ଘଟିଛି ତାହାର କାରଣ ଖୋଜାଯିବ । ଏହାସହ କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଯିବାକୁ ଦିଆଯିବ ନାହିଁ । ଟୁରିଷ୍ଟ ବସଗୁଡ଼ିକ ରୁଟ୍ ପରିବର୍ତ୍ତନ କରି ଯିବ ।