Texas School Shooting: ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଟେକ୍ସାସ ଆକ୍ରମଣ ପରେ ରାଷ୍ଟ୍ରପତି ଜୋ ବାଇଡେନ ଟେକ୍ସାସର ଗଭର୍ଣ୍ଣରଙ୍କ ସହ କଥା ହୋଇଛନ୍ତି । ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ବାଇଡେନ ଗଭର୍ଣ୍ଣରଙ୍କୁ କହିଛନ୍ତି । ଟେକ୍ସାସ୍ ଗୁଳିକାଣ୍ଡ ଉପରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏକ ବୟାନରେ କହିଛନ୍ତି ଯେ, ବର୍ତ୍ତମାନ ବହୁତ ହୋଇଯାଇଛି । ଆମକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହସ କରିବାକୁ ପଡିବ ।
Trending Photos
ନୂଆଦିଲ୍ଲୀ: Texas School Shooting: ଗୁଳିକାଣ୍ଡ ଯୋଗୁଁ ଆମେରିକା ପୁଣିଥରେ ଥରି ଉଠିଛି । ଆମେରିକା ସ୍ଥିତ ଟେକ୍ସାସର ଏକ ବିଦ୍ୟାଳୟରେ ଗୁଳି କାଣ୍ଡରେ ୧୮ ଜଣ ଛାତ୍ରଙ୍କ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଆମେରିକାର ଟେକ୍ସାସ (Texas) ର ଏକ ପ୍ରାଥମିକ ବିଦ୍ୟାଳୟରେ ବନ୍ଧୁକଧାରୀ ଗୁଳି ଚଳାଇଥିଲା । ଯେଉଁଥିରେ ବିଦ୍ୟାଳୟରେ ଉପସ୍ଥିତ ୧୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ସୁରକ୍ଷା ବଳର ପାଲଟା ଆକ୍ରମଣରେ ଆକ୍ରମଣକାରୀ ନିହତ ହୋଇଥିବାର ସୂଚନା ରହିଛି ।
#UPDATE The death toll from a school shooting in Texas has risen to 21, including 18 children, state senator Roland Gutierrez says, citing the Texas Department of Public Safetyhttps://t.co/F3gQ5zt01U pic.twitter.com/BDE6Jojq2r
— AFP News Agency (@AFP) May 25, 2022
ଟେକ୍ସାସ୍ ଗଭର୍ଣ୍ଣର ଗ୍ରେଗ ଆବଟ ଏହାକୁ ଟେକ୍ସାସ ଇତିହାସର ସବୁଠାରୁ ବଡ଼ ଗୁଳିକାଣ୍ଡ ବୋଲି କହିଛନ୍ତି । କୁହାଯାଉଛି ଯେ ଆକ୍ରମଣକାରୀ ଜଣେ ୧୮ ବର୍ଷ ବୟସ୍କ ଯୁବକ ଥିଲେ ଓ ସେ ଗୁଳି ଚଳାଇ ଉଭାଲଡେ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ କରିଥିଲା । ଯିଏ ତାଙ୍କ ସାମ୍ନାକୁ ଆସିଲା ତାଙ୍କ ଉପରକୁ ଗୁଳି ଚଲାଇଲା । ଆକ୍ରମଣକାରୀଙ୍କ ନାମ ସାଲଭାଡୋର ରାମୋସ ବୋଲି କୁହାଯାଉଛି ।
ତେବେ ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଟେକ୍ସାସ ଆକ୍ରମଣ ପରେ ରାଷ୍ଟ୍ରପତି ଜୋ ବାଇଡେନ ଟେକ୍ସାସର ଗଭର୍ଣ୍ଣରଙ୍କ ସହ କଥା ହୋଇଛନ୍ତି । ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ବାଇଡେନ ଗଭର୍ଣ୍ଣରଙ୍କୁ କହିଛନ୍ତି । ଟେକ୍ସାସ୍ ଗୁଳିକାଣ୍ଡ ଉପରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏକ ବୟାନରେ କହିଛନ୍ତି ଯେ, ବର୍ତ୍ତମାନ ବହୁତ ହୋଇଯାଇଛି । ଆମକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହସ କରିବାକୁ ପଡିବ ।
ଏହା ବି ପଢ଼ନ୍ତୁ:-କଙ୍ଗାରୁ କୋର୍ଟ ଆଗରେ ହାର ମାନିଲା ପ୍ରେମ, ବିବାହ ବିଚ୍ଛେଦ ସହି ନ ପାରି ଜୀବନ ହାରିଲେ ଯୁବକ
ଏହା ବି ପଢ଼ନ୍ତୁ:-'ଆପଣ ଭଗବାନ ଶ୍ରୀରାମଙ୍କୁ କାହିଁକି ଏତେ ଘୃଣା କରୁଛନ୍ତି?', କଂଗ୍ରେସକୁ ଟାର୍ଗେଟ କଲେ ହାର୍ଦ୍ଦିକ
ଏହା ବି ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷା ଗଠନ କଲେ ୩ଟି କମିଟି, ସଚିନ ସମେତ ଜି-୨୩ର ଅନେକ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ଦେଇଥିବା ସମ୍ବୋଧନରେ କହିଛନ୍ତି ଯେ, ଏକ ଦେଶ ଭାବରେ ଆମକୁ ପଚାରିବାକୁ ପଡିବ କି ଭଗବାନଙ୍କ ନାମରେ କେବେ ଆମେ ବନ୍ଧୁକ ଲବି ସାମ୍ନାରେ ଠିଆ ହେବୁ ଓ ଯାହା କରିବା ଆବଶ୍ୟକ ତାହା କରିବୁ । ପିତାମାତାମାନେ ସେମାନଙ୍କର ପିଲାମାନଙ୍କୁ ଆଉ କେବେ ଦେଖି ପାରିବେ ନାହିଁ । ଏହା ଆତ୍ମାକୁ ଚିରି ଦେବା ଦେବା ଭଳି ଘଟଣା ।
ବାଇଡେନ ଆହୁରି କହିଛନ୍ତି ଯେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି । ଆମକୁ ସେହି ଲୋକମାନଙ୍କୁ ଏହା କହିବା ଆବଶ୍ୟକ ଯେ ଯେଉଁମାନେ କମନ୍ ସେନ୍ସ ଗନ୍ ଆଇନରେ ବିଳମ୍ବ କିମ୍ବା ଅବରୋଧ କରିଛନ୍ତି, ଆମେ ସେମାନଙ୍କୁ ଭୁଲିବୁ ନାହିଁ । ଆମର ପ୍ରାର୍ଥନା ସେହି ପିତାମାତାମାନଙ୍କ ପାଇଁ ଯେଉଁମାନେ ବେଡରେ ଶୋଇ ଏହା ଚିନ୍ତା କରୁଛନ୍ତି କି କ'ଣ ସେମାନେ ଏହି ଯନ୍ତ୍ରଣା ସହିପାରିବେ ।