ବୌଦ୍ଧରେ କୋରୋନା ସ୍ଥିତି ସଙ୍ଗୀନ, ଲଗାତର ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା
Advertisement

ବୌଦ୍ଧରେ କୋରୋନା ସ୍ଥିତି ସଙ୍ଗୀନ, ଲଗାତର ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା

ଗତ ୫ ଦିନର ଦୈନିକ କୋରୋନା ଆକ୍ରାନ୍ତ (COVID-19 Positives) ଙ୍କ ସଂଖ୍ୟା ଯଦି ଦେଖିବା ସୋମବାର ଜିଲ୍ଲାରୁ ସମୁଦାୟ ୧୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଙ୍କଲା,ତାଳବାହାଲ,ଧଳପୁର,ସାକୁସିଙ୍ଗା ଏବଂ ଭେଜିଗୋରା ଗ୍ରାମରୁ ସର୍ବାଧିକ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବୌଦ୍ଧରେ କୋରୋନା ସ୍ଥିତି ସଙ୍ଗୀନ, ଲଗାତର ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା

ବୌଦ୍ଧ: Coronavirus in Boudh: ବୌଦ୍ଧ ଭଳି ଛୋଟିଆ ଜିଲ୍ଲାରେ ମହାମାରୀ କୋରୋନାର ଦ୍ୱିତୀୟ ଲହର (Second Wave of Coronavirus) ଭୟଙ୍କର ରୂପ ନେଇଛି । ଜିଲ୍ଲାର ତିନୋଟି ବ୍ଲକରୁ ଦୈନିକ ୨୦୦ରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗୋଟିଏ ଦିନରେ ୨୪୬ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଆଜିର ୨୪୬ ଜଣ ନୂତନ କୋରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୫୯୫୬ରେ ପହଁଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । 

ଅଧିକ ପଢ଼ନ୍ତୁ:-ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ 'ତଉକତେ'! ଏହି ରାଜ୍ୟରେ ରଚିପାରେ ତାଣ୍ଡବ

ତେବେ ଗତ ୫ ଦିନର ଦୈନିକ କୋରୋନା ଆକ୍ରାନ୍ତ (COVID-19 Positives) ଙ୍କ ସଂଖ୍ୟା ଯଦି ଦେଖିବା ସୋମବାର ଜିଲ୍ଲାରୁ ସମୁଦାୟ ୧୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଙ୍କଲା,ତାଳବାହାଲ,ଧଳପୁର,ସାକୁସିଙ୍ଗା ଏବଂ ଭେଜିଗୋରା ଗ୍ରାମରୁ ସର୍ବାଧିକ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ୧୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବିଜାପଦର ଏବଂ ତୁକୁଲୁଣ୍ଡା ଗ୍ରାମର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାର ୧୮୦, ଗୁରୁବାର ୨୩୨ ମଧ୍ୟରୁ ଖମାରିପଡା,ସାମ୍ପୋଚ ଏବଂ ଶ୍ୟାମସୁନ୍ଦରପୁର ଗ୍ରାମରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-୫୨ ଲକ୍ଷ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ହୋଇପାରେ ବିଳମ୍ବ, ଏହି କାରଣରୁ ହୋଇପାରିନି ଘୋଷଣା

ଆଜି ୨୪୬ ଜଣ ନୁତନ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୫୬କୁ ବୃଦ୍ଧି ହୋଇଛି । ଜିଲ୍ଲାରେ ଏଯାଏଁ ୨୩୨୬ ସକ୍ରିୟ କୋରୋନା ମାମଲା ରହିଛି । ଅଧିକାଂଶ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହୁଥିବାବେଳେ ହାତଗଣତି କିଛି ଆକ୍ରାନ୍ତ କୋଭିଡ କେୟାରରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାରେ କୋରୋନା ୨୧ ଜଣଙ୍କ ଜୀବନ ନେଇଥିବାବେଳେ ୩୬୦୯ ଜଣ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ମାସେ ଭିତରେ କାର୍ଯ୍ୟକ୍ଷମ ହେବ ସମ୍ବଲପୁରର ଅକ୍ସିଜେନ ପ୍ଲାଣ୍ଟ

ଜିଲ୍ଲାରେ ୩୦ରୁ ଉର୍ଦ୍ଧ୍ୱ ଗ୍ରାମକୁ ପ୍ରଶାସନ ପକ୍ଷରୁ ମାଇକ୍ରୋ କଂଟେନମେଟଂ ଜୋନ ଭାବେ ଘୋଷଣା କରାଯାଇଛି । ଏବେ ମହାମାରୀ କୋରୋନା ଜିଲ୍ଲାର ବିଭିନ୍ନ ଗ୍ରାମରେ ତାର କାୟା ମେଲାଇ ଚାଲିଛି । ପ୍ରତିଟି ଗ୍ରାମରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପଟେ କୋରୋନା ଚିହ୍ନଟ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଂକ୍ରମିତଙ୍କୁ କିଛି ଔଷଧ ଦେଇ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇ ଫେରାଇ ଦେଉଛି । ଏପରି ସ୍ଥଳରେ ସଂକ୍ରମିତ ମାନେ ଗୃହ ସଙ୍ଗରୋଧ ନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରି ଗୋଷ୍ଠି ସଂକ୍ରମଣ କରିବାରେ ଲାଗିପଡିଛନ୍ତି । ଏହା ଉପରେ କୌଣସି ଅଙ୍କୁଶ ନଲାଗିବା ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ବୃଦ୍ଧିପାଇବାର ମୁଖ୍ୟ କାରଣ ବୋଲି କୁହାଯାଉଛି । 

ଅଧିକ ପଢ଼ନ୍ତୁ:-ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ଲହର: ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୩,୮୯୦ ମୃତ୍ୟୁ

ଅନ୍ୟପଟେ ସରକାର କୋରୋନାକୁ ବ୍ରେକ ଦେବା ପାଇଁ ବିଭିନ୍ନ କଟକଣା ଲାଗୁ କରିଥିବାବେଳେ ସମସ୍ତ କଟକଣା ଯେମିତି ବୌଦ୍ଧ ଜିଲ୍ଲାରେ ଫରକ ହିଁ ପଡୁନି । ଲୋକେ ବେଫିକର ବିନା ମାସ୍କରେ ବୁଲୁଥିବା ଦେଖିବାକୁ ମିଳୁଛି । ସେହିପରି ବିନା କାରଣରେ କିଛି ଅମାନିଆ ଜରୁରୀ ସେବା ପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପାଳନ କରାଯାଉଥିବା କଟକଣାର ଫାଇଦା ନେଉଛନ୍ତି । ଜିଲ୍ଲାର ପ୍ରତ୍ୟକ ଗାଁରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଥିବାରୁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି ।