ଭୀମସାର ରେ ୧୩ କେ ଏଲ କ୍ଷମତା ବିଶିଷ୍ଟ ଦୁଇଟି ପ୍ଲାଣ୍ଟ ବସାଯାଉଛି । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏହି ପ୍ଲାଣ୍ଟରୁ ପ୍ରତି ମିନିଟରେ ୯୬୦ ଲିଟର ଅକ୍ସିଜେନ ଉତ୍ପାଦନ ହେବ ।
Trending Photos
ସମ୍ୱଲପୁର: ମାସେ ଭିତରେ କାର୍ଯ୍ୟକ୍ଷମ ହେବ ସମ୍ବଲପୁର (Sambalpur) ର ଅକ୍ସିଜେନ ପ୍ଲାଣ୍ଟ (Oxygen Plant) । କୋଭିଡ ଚିକିତ୍ସା ସମୟରେ ସୃଷ୍ଟି ହୋଇଥିବା ଅକ୍ସିଜେନ ସମସ୍ୟା ଏବେ ସମ୍ବଲପୁରରେ ଖୁବ ଶୀଘ୍ର ସମାଧାନ ହେବାକୁ ଯାଉଛି । ସମ୍ବଲପୁର ସଦର ମେଡିକାଲ ଓ ବୁର୍ଲା ଭୀମସାର (Burla Vimsar) ରେ ଅକ୍ସିଜେନ ପ୍ଲାଣ୍ଟର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ୯୬୦ ଏଲ୍ପିଏମ କ୍ଷମତାର ପ୍ଲାଣ୍ଟ ସଦର ମେଡିକାଲରେ ନିର୍ମାଣ କରାଯାଉଛି ।
ଅଧିକ ପଢ଼ନ୍ତୁ:-ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ଲହର: ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୩,୮୯୦ ମୃତ୍ୟୁ
ସେହିପରି ଭୀମସାର ରେ ୧୩ କେ ଏଲ କ୍ଷମତା ବିଶିଷ୍ଟ ଦୁଇଟି ପ୍ଲାଣ୍ଟ ବସାଯାଉଛି । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏହି ପ୍ଲାଣ୍ଟରୁ ପ୍ରତି ମିନିଟରେ ୯୬୦ ଲିଟର ଅକ୍ସିଜେନ ଉତ୍ପାଦନ ହେବ । ହସ୍ପିଟାଲରେ ଲାଗିଥିବା ୬୪ଟି ଭେଣ୍ଟିଲେଟରକୁ ପ୍ରତି ମିନିଟରେ ୧୫ ଲିଟର ଅକ୍ସିଜେନ ୨୪ ଘଣ୍ଟା ଯୋଗାଣ ହେଇପାରିବ । ସେହିପରି ପାଇପ ଲାଇନ ଯୋଗେ ୧୯୨ଟି ଅକ୍ସିଜେନ ପଏଣ୍ଟକୁ ପ୍ରତି ମିନିଟରେ ୫ ଲିଟର ଅକ୍ସିଜେନ ଯୋଗାଇ ଦିଆଯିବ ।
ଅଧିକ ପଢ଼ନ୍ତୁ:-୫୨ ଲକ୍ଷ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ହୋଇପାରେ ବିଳମ୍ବ, ଏହି କାରଣରୁ ହୋଇପାରିନି ଘୋଷଣା
ଏହି ପ୍ଲାଣ୍ଟ ୩୨ଟି ହାଇପରଲୋ ଅକ୍ସିଜେନ ପଏଣ୍ଟକୁ ମିନିଟରେ ୩୦ ଲିଟର ଅକ୍ସିଜେନ ଯୋଗାଇ ଦେଇପାରିବ । ବର୍ତ୍ତମାନ ସମ୍ବଲପୁରକୁ ଝାରସୁଗୁଡା ପ୍ଲାଣ୍ଟ ଏବଂ ଶାସନ ସ୍ଥିତ ଏକ ପ୍ଲାଣ୍ଟରୁ ଅକ୍ସିଜେନ ଯୋଗାଣ ହେଉଛି । ଭୀମସାରରେ ଯେଉଁ ସ୍ଥାନରେ ପ୍ଲାଣ୍ଟ ସ୍ଥାପନ ହେବା ପାଇଁ ସ୍ଥାନ ଚିହ୍ନଟ ହୋଇଛି ସେଠାରେ ବେଆଇନ ନିର୍ମାଣ ରହିଥିବାରୁ ମେଡିକାଲ କତ୍ତୃପକ୍ଷ ପ୍ରଶାସନକୁ ଜବରଦଖଲ ହଟାଇବା ପାଇଁ ଚିଠି ଲେଖିଛି ।