ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର! ମୁଖ୍ୟମନ୍ତ୍ରୀ କଲେ ଏହି ବଡ଼ ଘୋଷଣା
Advertisement
Article Detail0/zeeodisha/odisha1146259

ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର! ମୁଖ୍ୟମନ୍ତ୍ରୀ କଲେ ଏହି ବଡ଼ ଘୋଷଣା

Free Ration Scheme: ସୂଚନାନୁସାରେ, ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ପ୍ରାୟ ୮.୦୯ ଲକ୍ଷ ହିତାଧିକାରୀଙ୍କୁ ଲାଭ ମିଳିବ । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣାରେ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମିଳିବ । ଏହି ଯୋଜନାରେ ରାଜ୍ୟ ସରକାର (Odisha Government) ୯୧.୭୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବ ।

ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର! ମୁଖ୍ୟମନ୍ତ୍ରୀ କଲେ ଏହି ବଡ଼ ଘୋଷଣା

ଭୁବନେଶ୍ୱର: Free Ration Scheme: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ଏକ ବଡ଼ ଘୋଷଣା କରିଛନ୍ତି । ଯାହା ଅନ୍ତର୍ଗତ ଆସନ୍ତା ୬ ମାସ ପାଇଁ ହିତାଧିକାରୀ (Odisha Ration Card Holders) ଙ୍କୁ ମାଗଣାରେ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବଣ୍ଟନ କରିବାକୁ ସରକାରଙ୍କ ନିଷ୍ପତ୍ତିର ଅବଧିକୁ ବୃଦ୍ଧି କରାଯାଇଛି । ଉଲ୍ଲେଖନୀୟ ବିଷୟ ହେଉଛି, ପୂର୍ବରୁ SFSS ର ହିତାଧିକାରୀଙ୍କ ପାଇଁ ୫ କିଲୋଗ୍ରାମ ମାଗଣା ଚାଉଳର ଲାଭ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ୟୁପି ଓ ବିହାରର ଲୋକଙ୍କ ଅପେକ୍ଷା ନବୀନ ସରକାର (Naveen Government) ଓଡିଶାରେ ଅଧିକ ରାସନ ଦେଉଛନ୍ତି ।

ସୂଚନାନୁସାରେ, ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ପ୍ରାୟ ୮.୦୯ ଲକ୍ଷ ହିତାଧିକାରୀଙ୍କୁ ଲାଭ ମିଳିବ । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣାରେ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମିଳିବ । ଏହି ଯୋଜନାରେ ରାଜ୍ୟ ସରକାର (Odisha Government) ୯୧.୭୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବ ।

ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ଆବଣ୍ଟନ ମାସ ଏପ୍ରିଲ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମିଳିବ । ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୮,୦୯ ଲକ୍ଷ ହିତାଧିକାରୀଙ୍କୁ କଭର କରାଯାଇଥାଏ । ଏଥିପାଇଁ ରାଜ୍ୟ ତରଫରୁ ୨୪,୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ । ଯାହା ଅନ୍ତର୍ଗତ ରାଜ୍ୟର ନିଜସ୍ୱ ପାଣ୍ଠିରୁ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ । 

ସୂଚନାଯୋଗ୍ୟ, ସରକାର APL ରାସନ କାର୍ଡଧାରୀ ପରିବାରକୁ ମାସକୁ ୧୦ରୁ ୨୦ କିଲୋଗ୍ରାମ ଖାଦ୍ୟ ଶସ୍ୟ ଦିଅନ୍ତି । ଯେଉଁମାନେ ଦାରିଦ୍ର ସୀମାରେଖା ତଳେ ଆସନ୍ତି ସେମାନଙ୍କୁ ବିପିଏଲ୍ ରାସନ କାର୍ଡ (BPL Ration Card) ଦିଆଯାଏ । ଏପରି କାର୍ଡଧାରୀଙ୍କୁ ପରିବାରର ସଦସ୍ୟ ପିଛା ୫ କିଲୋଗ୍ରାମ ହିସାବରେ ଚାଉଲ ମିଳିଥାଏ । ଅନ୍ୟପକ୍ଷରେ, ଏକାକୀ ରହୁଥିବା ଅସୁସ୍ଥ, ଭିନ୍ନକ୍ଷମ, ବିଧବା ପରି ଅତି ନିମ୍ନ ଶ୍ରେଣୀର ଲୋକଙ୍କୁ ଅନ୍ତ୍ୟେଦୟ ରାସନ କାର୍ଡ (Antyodaya Rration Card) ଦିଆଯାଏ । ଏହି ରାସନ କାର୍ଡରେ ସରକାର ୩୦ରୁ ୩୫ କିଲୋଗ୍ରାମ ରାସନ ଦିଅନ୍ତି । ବର୍ତ୍ତମାନ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ଦିଆଯିବ ।

ଏହା ବି ପଢ଼ନ୍ତୁ:-ପୁଟିନଙ୍କୁ ଡରାଉଛି ୟୁକ୍ରେନର 'J ଫ୍ୟାକ୍ଟର'! ଜାଣନ୍ତୁ ଜେଲେନସ୍କିଙ୍କ ଏହି ବ୍ରହ୍ମାସ୍ତ୍ର ବିଷୟରେ...

ଏହା ବି ପଢ଼ନ୍ତୁ:-ବିବାଦରେ CM ମାନଙ୍କ ବିମାନ ଯାତ୍ରା, ପଞ୍ଜାବର ସରକାରୀ ହେଲିକପ୍ଟରରେ ହିମାଚଳ ପ୍ରଦେଶରେ ଆମ୍ ଆଦମୀ ପାର୍ଟିର ପ୍ରଚାର

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧରେ ଫସିଲା ଚୀନ, ସହିବାକୁ ପଡ଼ୁଛି ଏସବୁ କ୍ଷତି

 

UP ରେ କେତେ ମିଳେ ରାସନ 

ଯୋଗ୍ୟ ପରିବାରକୁ ପ୍ରତି ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଏ । ଏଥିରେ ତିନି କିଲୋଗ୍ରାମ ଗହମ ଓ ଦୁଇ କିଲୋଗ୍ରାମ ଚାଉଳ ଅନ୍ତର୍ଭୁକ୍ତ ଥାଏ । ସେପଟେ ଅନ୍ତ୍ୟେଦୟ ରାସନ କାର୍ଡ (Antyodaya Rration Card) ଧାରକମାନେ ୩୫ କିଲୋଗ୍ରାମ ରାସନ ପାଆନ୍ତି । ଯେଉଁଥିରେ ୨୦ କିଲୋଗ୍ରାମ ଗହମ ଓ ୧୫ କିଲୋଗ୍ରାମ ଚାଉଳ ଦିଆଯାଏ । ଏହା ସହିତ ଲୁଣ, ତେଲ ଏବଂ ଚନା ମଧ୍ୟ ଦିଆଯାଉଛି ।