ଦାନା ବାନ୍ଧୁଛି ଲଘୁଚାପ, ପୁଣି ଏକ ବାତ୍ୟା ଡର!
Advertisement
Article Detail0/zeeodisha/odisha1001798

ଦାନା ବାନ୍ଧୁଛି ଲଘୁଚାପ, ପୁଣି ଏକ ବାତ୍ୟା ଡର!

ବାତ୍ୟାର ମାସ ଅକ୍ଟୋବର ପୁଣି ଏକ ବାତ୍ୟା ନେଇ ମୁଣ୍ଡ ଟେକିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମୁତାବକ ୯ ତାରିଖ ଆଡ଼କୁ ମିଆଁମାର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୧ ତାରିଖ ରେ ଲଘୁଚାପ ହେବ ଯାହା ପରବର୍ତ୍ତୀ ସମୟରେ ତୃତୀୟ ସପ୍ତାହ ସୁଦ୍ଧା ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Odisha Weather Update: ଆସୁଛି ପୁଣି ଏକ ଲଘୁଚାପ, ମୌସୁମୀର ବାହୁଡା ପ୍ରକ୍ରିୟା ଆରମ୍ଭ, ସେପଟେ ପୁଣି ଏକ ବାତ୍ୟା (Cyclone) ର ପଦଧ୍ୱନୀ । ଆସନ୍ତା ୧୦ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛ । ଯାହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ୪ ଦିନ ମଧ୍ୟରେ ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ନିକଟରେ ପଂହଚିବାର ସମ୍ଭାବନା ରହିଛି । ସେପଟେ ଆଜି ଠାରୁ ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଘୋଷଣା ହୋଇଛି । ଅପରପଟେ ଅକ୍ଟୋବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ସଂକେତ ଥିବା ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । 

ଆସନ୍ତା ୧୦ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଆହୁରି ଘନୀଭୂତ ହୋଇ ୪ ରୁ ୫ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ନିକଟରେ ପଂହଚିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ବିଳମ୍ବରେ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ କରିଛି । ପଶ୍ଚିମ ରାଜସ୍ଥାନ ଓ ଆଖପାଖ ଗୁଜୁରାଟ ଅଂଚଳରୁ ବାହୁଡିଛି । 

ତେବେ ପାଣିପାଗ ବିଭାଗ ତଥ୍ୟ ମୁତାବକ ଏଥର ମୌସୁମୀ ଋତୁ ଜୁନରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ମୋଟ ୧୦୪୬ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ୧୧୫୫ ମିଲିମିଟର ଠାରୁ ୯ ପ୍ରତିଶତ ନିଅଣ୍ଚିଆ । ଦୁଇ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକା, ୨୨ ଜିଲ୍ଲାରେ ସ୍ୱାଭାବିକ ଓ ବାକି ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ମୋଟ ୯ଟି ଲଘୁଚାପ ଏବଂ ବାତ୍ୟା ଗୁଲାବ ସହ ଏଥର ଶେଷ ହୋଇଛି ମୌସୁମୀ ଋତୁ ।  

ଏହାସହ ବର୍ତ୍ତମାନ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଗୁରୁବାର ସକାଳ ୮ଟା ୩୦ ମଧ୍ୟରେ ଆଭ୍ୟନ୍ତରୀଣ ଉତ୍ତର ଉପକୂଳବର୍ତ୍ତୀ ୧୨ ଜିଲ୍ଲାକୁ ଘଡଘଡି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଅପରପଟେ ବାତ୍ୟାର ମାସ ଅକ୍ଟୋବର ପୁଣି ଏକ ବାତ୍ୟା ନେଇ ମୁଣ୍ଡ ଟେକିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମୁତାବକ ୯ ତାରିଖ ଆଡ଼କୁ ମିଆଁମାର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୧ ତାରିଖ ରେ ଲଘୁଚାପ ହେବ ଯାହା ପରବର୍ତ୍ତୀ ସମୟରେ ତୃତୀୟ ସପ୍ତାହ ସୁଦ୍ଧା ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଆକଳନ ଅନୁଯାୟୀ ଓଡିଶାରେ ଏହାର ବିଶେଷ ପ୍ରଭାବ ନଥିବା ବେଳେ କେବଳ ସଂକେତ ଦେଖାଦେଇଛି ଆସନ୍ତା ୧୦ ତାରିଖ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।  

ଗତ ୨୬ ତାରିଖରେ ବାତ୍ୟା ଗୁଲାବ ସ୍ଥଳଭାଗ ଛୁଇଁଥିବା ବେଳେ ପୁଣି ଏକ ବାତ୍ୟାର ସମ୍ଭାବନା ଚିନ୍ତା ବଢାଇଛି । ତେବେ ପୂର୍ବରୁ ମଧ୍ୟ ସପେମ୍ବର ଶେଷ ଓ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହୋଇଛି । ତେଣୁ ଏବେ ଆକଳନ ମୁତାବକ ପାଗ ଅନୁକୁଳ ଏବଂ ଏକ ଛୋଟ ଧରଣର ବାତ୍ୟା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏବେ ପରବର୍ତ୍ତୀ ଅପଡେଟକୁ ଅପେକ୍ଷା । 

ଅଧିକ ପଢ଼ନ୍ତୁ:-ପ୍ରତ୍ୟେକ ଭାରତୀୟଙ୍କ ସୁଖ ଦୁଃଖର ସାଥୀ 'Zee TV', ଜାଣନ୍ତୁ ଏହାର ସ୍ୱର୍ଣ୍ଣିମ ଇତିହାସ

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ବଡ଼ ଝଟକା; ପୁଣି ବଢ଼ିଲା LPG ସିଲିଣ୍ଡର ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ମହାମେଣ୍ଟରେ ଫାଟ! ଉପନିର୍ବାଚନରେ RJD ବିରୋଧରେ ପ୍ରାର୍ଥୀ ଓହ୍ଲାଇବ ​​କଂଗ୍ରେସ