୨୪ ଘଣ୍ଟାରେ ଆରମ୍ଭ ହେବ ମୌସୁମୀ ବାହୁଡା ପ୍ରକ୍ରିୟା, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Advertisement

୨୪ ଘଣ୍ଟାରେ ଆରମ୍ଭ ହେବ ମୌସୁମୀ ବାହୁଡା ପ୍ରକ୍ରିୟା, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Weather Update: ୨୪ ଘଣ୍ଟାରେ ଆରମ୍ଭ ହେବ ମୌସୁମୀ ବାହୁଡା ପ୍ରକ୍ରିୟା । ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଭାରତର କିଛି ଅଂଶରୁ ବାହୁଡିବାର ସମ୍ଭାବନା ରହିଛି । ସେପଟେ ପଶ୍ଚିମବଙ୍ଗ ଓ ତାର ଆଖପାଖ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ଏକ ଘୁର୍ଣ୍ଣିବଳୟ ଲ

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Odisha Weather Update: ୨୪ ଘଣ୍ଟାରେ ଆରମ୍ଭ ହେବ ମୌସୁମୀ ବାହୁଡା ପ୍ରକ୍ରିୟା । ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଭାରତର କିଛି ଅଂଶରୁ ବାହୁଡିବାର ସମ୍ଭାବନା ରହିଛି । ସେପଟେ ପଶ୍ଚିମବଙ୍ଗ ଓ ତାର ଆଖପାଖ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ଏକ ଘୁର୍ଣ୍ଣିବଳୟ ଲମ୍ବିଛି ।

ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

ଆସନ୍ତାକାଲି (ବୁଧବାର) ସକାଳ ୮ଟା ୩୦ ମଧ୍ୟରେ ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡା, ବରଗଡ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଘଡଘଡି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏହାପରେ ଆସନ୍ତାକାଲି ମଧ୍ୟ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ଡବଲ ମହଙ୍ଗା ଭତ୍ତାର ଲାଭ

ଅଧିକ ପଢ଼ନ୍ତୁ:-୩୦ ଘଣ୍ଟା ଅଟକ ରହିବା ପରେ ପ୍ରିୟଙ୍କା ଗାନ୍ଧୀ ଗିରଫ

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ

ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ